Videos
|
National

Denies Permission for Namaz / ଏହି ମସଜିଦରେ ନମାଜ ପାଠକୁ ଅନୁମତି ନାହିଁ, ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟଙ୍କ ନିଷ୍ପତ୍ତି

Bikash Mohanty
Browse all articles by Bikash Mohanty
·50 mins ago·1 min read
ଏହି ମସଜିଦରେ ନମାଜ ପାଠକୁ ଅନୁମତି ନାହିଁ, ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟଙ୍କ ନିଷ୍ପତ୍ତି
Masjid

Key Points

ମସଜିଦରେ ହୋଇ ପାରିବ ନାହିଁ ନମାଜ
ଦିଲ୍ଲୀର ରେସକୋର୍ସ ମସଜିଦରେ ହୋଇ ପାରିବ ନାହିଁ ନମାଜ
ଅନୁମତି ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୨୯/୧୦: ମସଜିଦରେ ହୋଇ ପାରିବ ନାହିଁ ନମାଜ। ଦିଲ୍ଲୀର ରେସକୋର୍ସ ମସଜିଦରେ ନମାଜ ପାଠ ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ। ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ମସଜିଦର ସୁରକ୍ଷା ଓ ଭଙ୍ଗାଯିବା ଆଶଙ୍କାକୁ ନେଇ ଦାୟର ଆବେଦନ ଉପରେ ଆଗକୁ ଶୁଣାଣି ହେବ। ଜଷ୍ଟିସ୍ ଅନିଶ ଦୟାଲଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଆବେଦନକାରୀ ସୟଦ ଅହମ୍ମଦ ସୌଦ ଏହି ମସଜିଦର ସୁରକ୍ଷା ଏବଂ ପ୍ରବେଶ ଦ୍ୱାରର ପୁନରୁଦ୍ଧାର ପାଇଁ ଦାବି କରିଥିଲେ।

ରାଜଧାନୀ ଦିଲ୍ଲୀର ଜୟପୁର ପୋଲୋ ଗ୍ରାଉଣ୍ଡ କମ୍ପ୍ଲେକ୍ସରେ ଥିବା ରେସକୋର୍ସ ମସଜିଦକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ ହାଇକୋର୍ଟ। ମସଜିଦ ଭଙ୍ଗାଯିବା ଆଶଙ୍କା ମଧ୍ୟରେ ଆବେଦନକାରୀ ସୁରକ୍ଷା ଓ ପ୍ରବେଶ ଅଧିକାର ପାଇଁ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ପଢନ୍ତୁ ଏହି ଖବର: ଅର୍ଣ୍ଣବ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କ’ଣ କହିଲେ ଉଭୟ ପକ୍ଷ?
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓକିଲ ଆଶିଷ ଦୀକ୍ଷିତ କୋର୍ଟଙ୍କୁ ଜଣାଇଥିଲେ ଯେ ଉକ୍ତ ପରିସରରେ ମସଜିଦ ସହ ଏକ ମନ୍ଦିର ମଧ୍ୟ ରହିଛି। ବର୍ତ୍ତମାନ ସେଠାରେ କୌଣସି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି ସେ କହିଥିଲେ। ଅନ୍ୟପଟେ, ଦିଲ୍ଲୀ ୱାକଫ ବୋର୍ଡର ଓକିଲ କହିଥିଲେ ଯେ ଏହି ପ୍ରସଙ୍ଗରେ ଭୂମି ଓ ବିକାଶ କାର୍ଯ୍ୟାଳୟ ସମେତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରତିନିଧିତ୍ୱ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ଓକିଲଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ କର୍ତ୍ତୃପକ୍ଷ ଆବେଦନକାରୀ ଓ ୱାକଫ ବୋର୍ଡ ପକ୍ଷରୁ ଦାଖଲ ହୋଇଥିବା ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: