Sunil Gavaskar / ଗାଭାସ୍କରଙ୍କୁ କୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି, ହେଲେ କ'ଣ ଥିଲା କେସ୍ ? ଜାଣନ୍ତୁ...

Key Points
ସୁନୀଲ ଗାଭାସ୍କରଙ୍କ ଆବେଦନର ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ । ତାଙ୍କର ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ୭ ଦିନ ମଧ୍ୟରେ ପୂର୍ବତନ କ୍ରିକେଟର ଏବଂ ଭାଷ୍ୟକାରଙ୍କ ବିବାଦୀୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ Google, Meta ଓ Xକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ମିଡିଆ କୋଡ୍ ନିୟମ, ୨୦୨୧ ଅନୁଯାୟୀ ଗାଭାସ୍କରଙ୍କ ମାମଲାକୁ ଅଭିଯୋଗ ଭାବରେ ବିଚାର କରିଥିଲେ କୋର୍ଟ । ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଇ-କମର୍ସ ୱେବସାଇଟ୍ରେ ତାଙ୍କ ନାମ, ଚିତ୍ର, ବ୍ୟକ୍ତିତ୍ୱର ଅନଧିକୃତ ବ୍ୟବହାରକୁ ରୋକିବାକୁ ଆବେଦନ କରିଥିଲେ ଗାଭାସ୍କର ।
ଗତ ସପ୍ତାହରୁ ସୁନୀଲ ଗାଭାସ୍କର ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାରଣ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ ୨-୦ ରେ ପରାଜୟ ବରଣ କରିଥିଲା। ଗୌହାଟୀରେ ଦଳର ବ୍ୟାଟିଂ କ୍ରମ ତାସ ଘର ପରି ଭାଙ୍ଗି ଯାଇଥିଲା। ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟିମ ଭାରତୀୟ ମାଟିରେ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ପରାଜୟ ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲା। ଯାହାଫଳରେ ସମସ୍ତେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତାଙ୍କୁ କୋଚ୍ ପଦରୁ ବହିଷ୍କାର ପାଇଁ ଦାବି କରିଥିଲେ ।
ହେଲେ ଏହି ସମୟରେ ଗମ୍ଭୀରଙ୍କ ସମର୍ଥନରେ ବାହାରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର । ସେ ପ୍ରଶ୍ନ କରିଥିଲେ ଯେ ଗମ୍ଭୀରଙ୍କୁ ଚାମ୍ପିଅନ୍ସ ଟ୍ରଫି କିମ୍ବା ଏସିଆ କପ୍ ଜିତିବାର ଶ୍ରେୟ ଦିଆଯାଇଥିଲା କି ନାହିଁ, ଏବଂ ପରାଜୟ ପାଇଁ ତାଙ୍କୁ କାହିଁକି ସମ୍ପୂର୍ଣ୍ଣ ଦାୟୀ କରାଯାଉଛି। ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଏସିଆ କପରେ ଦମଦାର ବିଜୟ ହାସଲ କରିଛି । ଏଥିପାଇଁ ତାଙ୍କୁ କେହି ପ୍ରଶଂସା କରୁ ନାହାନ୍ତି । କେବଳ ଘରୋଇ ମାଟିରେ ଟେଷ୍ଟ୍ ସିରିଜ୍ ପରାଜୟ ପାଇଁ ଗମ୍ଭୀରକୁ ଦାୟୀ କରାଯିବା ଠିକ୍ ନୁହେଁ ।
ଗୌତମ ଜଣେ କୋଚ୍ । ଯିଏକି ଦଳକୁ ପ୍ରସ୍ତୁତ କରିଥାନ୍ତି । ଗମ୍ଭୀରଙ୍କ ପାଖରେ ଅଭିଜ୍ଞତା ରହିଛି । ଯେତେବେଳେ ଭାରତ ଚାମ୍ପିଅନ ହେଉଥିଲା ସେତେବେଳେ ଫ୍ୟାନ୍ସମାନେ କେଉଁଠି ଥିଲେ ବୋଲି ଗାଭାସ୍କର ପ୍ରଶ୍ନ କରିଥିଲେ । ଏହାପରଠାରୁ ଗାଭାସ୍କର ଚର୍ଚ୍ଚାରେ ଅଛନ୍ତି ।
📱 Get Argus News App
✨Related Topics
Explore more stories