କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ
·2 years ago·1 min read

ଅର୍ଗସ ବ୍ୟୁରୋ: କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ । ଆସନ୍ତା 7 ଦିନ ମଧ୍ୟରେ ଜବାବ ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାପରେ 2 ଦିନ ମଧ୍ୟରେ କେଜ୍ରିୱାଲ ପ୍ରତିଜବାବ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା 17 ଜୁଲାଇରେ ମାମଲାର ଶୁଣାଣି ହେବାକୁ ଯାଉଛି । ଗତକାଲି CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା।
ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। ଏବେ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: