Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେଜ୍ରିଓ୍ୱାଲଙ୍କ ଗିରଫଦାରିକୁ ଚ୍ୟାଲେଂଜ କରି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago
କେଜ୍ରିଓ୍ୱାଲଙ୍କ ଗିରଫଦାରିକୁ ଚ୍ୟାଲେଂଜ କରି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ଅର୍ଗସ ବ୍ୟୁରୋ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରିକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇବେ । ଦିଲ୍ଲୀ ମଦ ନୀତି ମାମଲାର ତଦନ୍ତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଛି । ସେପଟେ କେଜ୍ରିୱାଲ ଗିରଫଦାରିକୁ ରାଜନୈତିକ ଷଡଯନ୍ତ୍ର କହିବା ସହ ଏହାକୁ ଚ୍ୟାଲେଂଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ କେଜ୍ରିଓ୍ବାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ସଂଗ୍ରହ ପରେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି । ଦିଲ୍ଲୀ ମଦ ନୀତି ଦ୍ୱାରା ଅଧିକ ମୁନାଫା ଓ ଲାଞ୍ଚ ନେଇ ସେହି ଟଙ୍କାକୁ ଆପ୍ ପକ୍ଷରୁ ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi High Court to pronounce verdict in Kejriwal’s petition challenging arrest by ED today | Argus News