Lakshmi Scheme / ରାକ୍ଷୀରେ ମହିଳାଙ୍କୁ ମିଳିବ ଟଙ୍କା, ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା
·2 weeks ago·2 min read

Key Points
ରାକ୍ଷୀରେ ମହିଳାଙ୍କୁ ମିଳିବ ଟଙ୍କା
ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା
ପାଞ୍ଚ ଲକ୍ଷ ପାର କଲା ପଞ୍ଜିକରଣ
ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା
ପାଞ୍ଚ ଲକ୍ଷ ପାର କଲା ପଞ୍ଜିକରଣ
ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ପାଇଁ ବଡ଼ ଖୁସି ଖବର। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ ଦିଲ୍ଲୀ ସରକାର ଆରମ୍ଭ କରିଥିବା ‘ଦିଲ୍ଲୀ ଲକ୍ଷ୍ମୀ ଯୋଜନା’କୁ ମିଳିଛି ବ୍ୟାପକ ସମର୍ଥନ। ଅନଲାଇନ୍ ପୋର୍ଟାଲ୍ ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ଏହି ଯୋଜନାରେ ମହିଳାଙ୍କ ପଞ୍ଜିକରଣ ବଢିବାରେ ଲାଗିଛି।
ପଞ୍ଜୀକରଣ ୫ ଲକ୍ଷ ଅତିକ୍ରମ କରିଛି
ଶନିବାର ଅପରାହ୍ନ ସୁଦ୍ଧା ମୋଟ ୫ ଲକ୍ଷ ୧୪ ହଜାର ୪୬୦ ଜଣ ମହିଳା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ତେବେ ପଞ୍ଜୀକରଣ ଓ ଚୂଡ଼ାନ୍ତ ଆବେଦନ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ୭୮ ହଜାର ୧୪୪ ଜଣ ମହିଳା ପଞ୍ଜୀକରଣ କରିଥିଲେ ମଧ୍ୟ ଠିକ ରୁପେ ପଞ୍ଜିକରଣ କରିନାହାନ୍ତି।
ରାକ୍ଷୀରେ ମିଳିବ ପ୍ରଥମ କିସ୍ତି!
ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ରକ୍ଷାବନ୍ଧନ ଅବସରରେ ଯୋଜନାର ପ୍ରଥମ କିସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ଯୋଗ୍ୟତା ମାନଦଣ୍ଡ ସହ ଆବେଦନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଜରୁରୀ। ଜିଲ୍ଲାୱାରୀ ତଥ୍ୟ ଅନୁଯାୟୀ, ଉତ୍ତର-ପୂର୍ବ ଦିଲ୍ଲୀରେ ସର୍ବାଧିକ ୭୩ ହଜାର ୬୭୬ ପଞ୍ଜୀକରଣ ହୋଇଛି। ଏଥିରୁ ୩୮ ହଜାର ୫୭୯ଟି ଆବେଦନ ଚୂଡ଼ାନ୍ତ ହୋଇଛି। ଉତ୍ତର-ପଶ୍ଚିମ ଦିଲ୍ଲୀରେ ୫୫ ହଜାର ୭୦୦ ପଞ୍ଜୀକରଣ ହୋଇଥିବା ବେଳେ ୩୪ ହଜାର ୫୪୫ଟି ଆବେଦନ ଚୂଡ଼ାନ୍ତ ହୋଇଛି।
ପଶ୍ଚିମ ଦିଲ୍ଲୀରେ ୪୪ ହଜାର ୩୫୮ ଏବଂ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୪୪ ହଜାର ୧୪୯ ପଞ୍ଜୀକରଣ ହୋଇଛି। ଅନ୍ୟପଟେ ନୂଆଦିଲ୍ଲୀ ଜିଲ୍ଲାରେ ସବୁଠାରୁ କମ୍ ୫ହଜାର ୫୭୩ ପଞ୍ଜୀକରଣ ହୋଇଛି। ଏଥିରୁ ୧,୮୦୧ଟି ଆବେଦନ ଚୂଡ଼ାନ୍ତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: RBIର ବଡ଼ ପଦକ୍ଷେପ ! ବଦଳିବ ଲୋନ୍ ନିୟମ, ଫ୍ରଡ୍ ଉପରେ ଲାଗିବ ଲଗାମ
ମାସକୁ ମିଳିବ ₹୨,୫୦୦
ଦିଲ୍ଲୀ ଲକ୍ଷ୍ମୀ ଯୋଜନା ଅଧୀନରେ ଯୋଗ୍ୟ ମହିଳାଙ୍କୁ ପ୍ରତିମାସ ୨,୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଏହି ଟଙ୍କାକୁ କେବଳ ଦୈନନ୍ଦିନ ଖର୍ଚ୍ଚରେ ବ୍ୟବହାର ନକରି ମହିଳାଙ୍କ ଭବିଷ୍ୟତ ସଞ୍ଚୟକୁ ମଜବୁତ କରିବା ପାଇଁ ମଧ୍ୟ ବିକଳ୍ପ ରହିଛି। ଏକ ବିକଳ୍ପରେ ₹୧,୦୦୦ CBDC ୱାଲେଟ୍ରେ ଜମା ହେବ ଏବଂ ବାକି ₹୧,୫୦୦ RD କିମ୍ବା FDରେ ରଖାଯାଇପାରିବ। ଅନ୍ୟ ବିକଳ୍ପରେ ସମ୍ପୂର୍ଣ୍ଣ ₹୨,୫୦୦ RD କିମ୍ବା FDରେ ଜମା କରିବାର ସୁଯୋଗ ରହିବ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା ଅନୁଯାୟୀ, ଯୋଜନାର ଉଦ୍ଦେଶ୍ୟ କେବଳ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ନୁହେଁ, ବରଂ ସଞ୍ଚୟ ଅଭ୍ୟାସ, ଡିଜିଟାଲ୍ ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ମଜବୁତ କରିବା। ଯୋଗ୍ୟ ମହିଳାମାନେ ଏପର୍ଯ୍ୟନ୍ତ ଆବେଦନ କରିନଥିଲେ, ସରକାରୀ ପୋର୍ଟାଲ୍ dly.delhi.gov.in ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଯୋଜନାର ପ୍ରଥମ ସାତ ଦିନରେ ୫ ଲକ୍ଷରୁ ଅଧିକ ପଞ୍ଜୀକରଣକୁ ସରକାର ମହିଳାଙ୍କ ବଢ଼ୁଥିବା ବିଶ୍ୱାସର ପ୍ରମାଣ ବୋଲି କହିଛନ୍ତି।

Related Topics
Explore more stories