Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି

Ritu Das
Browse all articles by Ritu Das
·2 years ago·1 min read
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଢିଲା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଡୁଆ। ଆଜି ତୃତୀୟ ଥର ପାଇଁ ସମନ ଜାରି କରିଛି ଇଡି । ଆଜି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି ହୋଇଛି । ପୂର୍ବରୁ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲେ ହି ହାଜର ହୋଇନଥିଲେ ଅରବିନ୍ଦ କେଜରିଓ୍ବାଲ। ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ହାଜର ହେବାକୁ ପ୍ରଥମେ ନଭେମ୍ବର ୨ରେ ନୋଟିସ ପଠାଇଥିଲା ଇଡି । ପରେ ଡିସେମ୍ବର ୨୧ରେ ସମନ ଜାରି ହୋଇଥିଲା । କିନ୍ତୁ ସେ ଏହି ନୋଟିସକୁ ବେଆଇନ ବୋଲି ଦର୍ଶାଇ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । 

ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ ଇଡି କେଜରିୱାଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi liquor scam case | Argus News