Restaurant Fire / ଅଖି ପିଛୁଳାକେ ଜଳିଗଲା ରେଷ୍ଟୁରାଣ୍ଟ: ଚାଲିଗଲା ୨୦ରୁ ଅଧିକ ଜୀବନ

Key Points
ଅଖି ପିଛୁଳାକେ ଛାରଖାର ଜଳିଗଲା ରେଷ୍ଟୁରାଣ୍ଟ
ଦିଲ୍ଲୀ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ୨୦ ମୃତ, ୧୧ ଆହତ
ରେଷ୍ଟୁରାଣ୍ଟରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ... ଅଖି ପିଛୁଳାକେ ଜଳି ପୋଡ଼ି ଛାରଖାର ହୋଇଗଲା ରେଷ୍ଟୁରାଣ୍ଟ । ଯେଉଁ ସ୍ଥାନରେ କିଛି ସମୟ ପୂର୍ବରୁ ହସ, ଖୁସିରେ ଫାଟିପଡୁଥିଲା ସେହି ସ୍ଥାନଟି ବର୍ତ୍ତମାନ କଳା ଅଙ୍ଗାର ପଲଟି ଯାଇଛି ।
ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଦକ୍ଷିଣ ଦିଲ୍ଲୀର ମାଲଭିୟ ନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୮ଟା ୫୦ ମିନିଟ୍ରେ ମାଲଭିୟ ନଗରର ହୌଜ୍ ଖାସ୍ ନିକଟସ୍ଥ 'ଲେମନ୍ ଗ୍ରୀନ୍ ରେଷ୍ଟୁରାଣ୍ଟ'ର ବେସମେଣ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା ।
ଦେଖୁଦେଖୁ ନିଆଁ ସାରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହି ୫ ମହଲା ବିଶିଷ୍ଟ ବିଲ୍ଡିଂରେ ହୋଟେଲ ମଧ୍ୟ ରହିଥିଲା, ଯେଉଁଠାରେ ପ୍ରାୟ ୪୦ ଜଣ ଗେଷ୍ଟ ଥିଲେ । ନିଆଁ ଭୟରେ କିଛି ଲୋକ ବିଲ୍ଡିଂରୁ ତଳକୁ ଡେଇଁଥିବାର ଦେଖିବାକୁ ମିଳିଥିଲା ।
#WATCH | Delhi | Death toll rises to 10 in Malviya Nagar restaurant fire incident, say Delhi Police.
— ANI (@ANI) June 3, 2026
Visuals from the site pic.twitter.com/sfrzsMzJIm
ବୁଧବାର ସକାଳ ପ୍ରାୟ ୮ଟା ୫୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ସେଠାରୁ ବାହାରି ପଳାଇବାକୁ ଚେଷ୍ଟା କରିବାରୁ ରେଷ୍ଟୁରାଣ୍ଟରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ଯାହା ଫଳରେ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ପହଞ୍ଚିଥିଲେ । ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ଅତିରିକ୍ତ ଅଗ୍ନିଶମ ୟୁନିଟ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଜଣ ଆହତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ହସ୍ପିଟାଲକୁ ନିଆଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଡାକ୍ତରମାନେ ଆହତଙ୍କ ଅବସ୍ଥା ଉପରେ ନଜର ରଖିାଯାଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ହସ୍ପିଟାଲରୁ ଡାକ୍ତରୀ ରିପୋର୍ଟ ପାଇବା ପରେ ହିଁ ଆହତଙ୍କ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ କଥା ମିଳିପାରିବ ।
୩୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା
ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ମୋଟ ୧୦ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା । ପ୍ରବଳ ଧୂଆଁ ଏବଂ ନିଆଁ ମଧ୍ୟରେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ପ୍ରୟାସ କରିଥିଲେ । କିଛି ଘଣ୍ଟାର ପ୍ରୟାସ ପରେ, ନିଆଁକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ କୋଠା ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୩୭ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମୃତକଙ୍କ ଲାଗି ୨ଲକ୍ଷ, ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
📱 Get Argus News App
✨Related Topics
Explore more stories