Delhi Metro / ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୧୨,୦୧୫ କୋଟି
·8 months ago·2 min read

Key Points
ଦିଲ୍ଲୀ ମେଟ୍ରୋର ହେବ ସମ୍ପ୍ରସାରଣ
କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣକୁ ଅନୁମୋଦନ
ପ୍ରକଳ୍ପ ପାଇଁ ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର

ଦିଲ୍ଲୀ ମେଟ୍ରୋର ହେବ ସମ୍ପ୍ରସାରଣ । ବୁଧବାର ଦିଲ୍ଲୀରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣକୁ ମିଳିଛି ଅନୁମୋଦନ । ପ୍ରକଳ୍ପ ପାଇଁ ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପ୍ରତିଦିନ ପ୍ରାୟ ୬୫ ଲକ୍ଷ ଲୋକ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରନ୍ତି, ଯେତେବେଳେ ପର୍ବ ଏବଂ କୌଣସି ଉତ୍ସବ ଅବସରରେ ଯାତ୍ରୀଙ୍କ ସଂଖ୍ୟା ୮୦ ଲକ୍ଷରୁ ଅଧିକ ହୁଏ । ନୂତନ ମେଟ୍ରୋ ପ୍ରକଳ୍ପ ୩ ବର୍ଷ ମଧ୍ୟରେ ଶେଷ ହେବା ନେଇ କୁହାଯାଇଛି ।
ଏହି ପ୍ରକଳ୍ପ ଅଧୀନରେ, ୧୩ଟି ନୂତନ ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ, ଯେଉଁଥିରେ ୧୦ଟି ଭୂତଳ ଷ୍ଟେସନ ଅନ୍ତର୍ଭୁକ୍ତ । କେନ୍ଦ୍ର କ୍ୟାବିନେଟ ଦିଲ୍ଲୀ ମେଟ୍ରୋର ପର୍ଯ୍ୟାୟ ୫ଏ କୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ୧୩ଟି ଷ୍ଟେସନ ରହିବ। ୧୨,୦୧୫ କୋଟି ଟଙ୍କା ବ୍ୟୟରେ ୧୬ କିଲୋମିଟର ଲମ୍ବ ନୂତନ ଲାଇନ ବିଛାଯିବ।
ଏହା ସହିତ ଦିଲ୍ଲୀ ମେଟ୍ରୋ ନେଟୱାର୍କ ୪୦୦ କିଲୋମିଟରରୁ ଅଧିକ ବୃଦ୍ଧି ପାଇବ । ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୧୭୫୯ କୋଟି ଓ ଦିଲ୍ଲୀ ସରକାର ସମାନ ପରିମାଣର ଅର୍ଥରାଶି ଦେବେ । ବାକି ପ୍ରାୟ ୫୦୦୦ କୋଟି ଋଣ ନିଆଯିବ। ମେଟ୍ରୋ ସମ୍ପ୍ରସାରଣ ଦିଲ୍ଲୀରେ ପ୍ରଦୂଷଣ ଏବଂ ଟ୍ରାଫିକ୍ ହ୍ରାସ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାମକୃଷ୍ଣ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ୯.୯ କିଲୋମିଟର ଟ୍ରାକ୍ ସମ୍ପ୍ରସାରଣ ପାଇଁ ୯୫୭୦.୪ କୋଟି ଖର୍ଚ୍ଚ ହେବ। ଏରୋସିଟିରୁ ବିମାନବନ୍ଦର ଟର୍ମିନାଲ-୧ ପର୍ଯ୍ୟନ୍ତ ୨.୩ କିଲୋମିଟର ଟ୍ରାକ୍ ସମ୍ପ୍ରସାରଣ ପାଇଁ ୧୪୧୯.୬ କୋଟି ଖର୍ଚ୍ଚ ହେବ। ସେହିପରି ତୁଗଲକାବାଦରୁ କାଳିନ୍ଦୀ କୁଞ୍ଜ ପର୍ଯ୍ୟନ୍ତ ୩.୯ କିଲୋମିଟର ଟ୍ରାକ୍ ସମ୍ପ୍ରସାରଣ ପାଇଁ ୧୦୧୪.୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଦିଲ୍ଲୀ ମେଟ୍ରୋ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୧୭୫୯ କୋଟି ଯୋଗାଇବେ, ଯେତେବେଳେ ଦିଲ୍ଲୀ ସରକାର ସମାନ ପରିମାଣର ଅର୍ଥରାଶି ଦେବେ । ବାକି ପ୍ରାୟ ୫୦୦୦ କୋଟି ଋଣ ନିଆଯିବ। କେନ୍ଦ୍ର ସରକାର କହିଛନ୍ତି ଯେ ମେଟ୍ରୋ ସମ୍ପ୍ରସାରଣ ଦିଲ୍ଲୀରେ ପ୍ରଦୂଷଣ ଏବଂ ଟ୍ରାଫିକ୍ ହ୍ରାସ କରିବ। ଦିଲ୍ଲୀ ମେଟ୍ରୋ ହେଉଛି ଭାରତର ସର୍ବବୃହତ ଏବଂ ବ୍ୟସ୍ତବହୁଳ ମେଟ୍ରୋ ସିଷ୍ଟମ, ଯାହା ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଦ୍ୱାରା ପରିଚାଳିତ। ଦିଲ୍ଲୀ ମେଟ୍ରୋ ସହରକୁ ନୋଏଡା, ଗୁଡ଼ଗାଓଁ, ଫରିଦାବାଦ, ଗାଜିଆବାଦ ଏବଂ ବାହାଦୁରଗଡ଼ ସମେତ ଆଖପାଖର ଏନସିଆର ଅଞ୍ଚଳ ସହିତ ସଂଯୋଗ କରେ ।
ଅଧିକ ପଢ଼ନ୍ତୁ ଦେଶ ଖବର...

Related Topics
Explore more stories