Videos
|
National

Property Prices / ଦିଲ୍ଲୀ-NCRରେ ମହଙ୍ଗା ହେଉଛି ଘର, ବିକ୍ରି କମିଲେ ବି କାହିଁକି ବଢ଼ୁଛି ଦାମ ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ଦିଲ୍ଲୀ-NCRରେ ମହଙ୍ଗା ହେଉଛି ଘର, ବିକ୍ରି କମିଲେ ବି କାହିଁକି ବଢ଼ୁଛି ଦାମ ?
Property Prices

Key Points

ଦିଲ୍ଲୀ-NCRରେ ମହଙ୍ଗା ହେଉଛି ଘର । 
ବିକ୍ରି କମିଲେ ବି କାହିଁକି ବଢ଼ୁଛି ଦାମ ?

ଦିଲ୍ଲୀ-NCRରେ ନିଜ ସ୍ୱପ୍ନର ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି ରିଅଲ୍ ଇଷ୍ଟେଟ୍ ବଜାର । ଗୁରୁଗ୍ରାମ, ନୋଏଡା ଓ ଗ୍ରେଟର ନୋଏଡା ଭଳି ଅଞ୍ଚଳରେ ଘର ଦାମ୍ ଦ୍ରୁତ ଗତିରେ ବଢ଼ୁଥିବାବେଳେ, ଘର ବିକ୍ରିରେ କିନ୍ତୁ ସାମାନ୍ୟ ହ୍ରାସ ଦେଖାଦେଇଛି । ଅର୍ଥାତ୍, ଦାମ ବଢ଼ୁଛି, କିନ୍ତୁ କ୍ରେତାଙ୍କ ଉତ୍ସାହ ସେହି ଅନୁପାତରେ ବଢ଼ୁନାହିଁ ।

ଏନାରକ୍‌ର ତାଜା ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀ-NCRରେ ୧୩,୭୬୫ଟି ଘର ବିକ୍ରି ହୋଇଛି । ଗତବର୍ଷ ସମାନ ସମୟରେ ଏହି ସଂଖ୍ୟା ୧୩,୯୨୦ ଥିଲା । ଅର୍ଥାତ୍ ବିକ୍ରି ପ୍ରାୟ ୧ ପ୍ରତିଶତ କମିଛି । ତେବେ କାହିଁକି ଏମିତି ହେଉଛି? କେଉଁ କାରଣରୁ ଦିଲ୍ଲୀ-NCRର ଘର ଏତେ ମହଙ୍ଗା ହେଉଛି? ଆଉ ଏହି ଦାମ ବୃଦ୍ଧି ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଘର କିଣିବା କେତେ କଷ୍ଟକର ହେବ ? ଜାଣନ୍ତୁ...

କିନ୍ତୁ ବିକ୍ରି କମିଥିଲେ ମଧ୍ୟ ଘର ଦାମରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶର ୭ଟି ପ୍ରମୁଖ ସହରରେ ଘରର ହାରାହାରି ଦାମ ପ୍ରାୟ ୭ ପ୍ରତିଶତ ବଢ଼ି ବର୍ଗଫୁଟ୍ ପିଛା ୯,୭୧୪ ଟଙ୍କାରେ ପହଞ୍ଚିଛି । ସେଥିମଧ୍ୟରେ ଦିଲ୍ଲୀ-NCRରେ ସର୍ବାଧିକ ପ୍ରାୟ ୧୨ ପ୍ରତିଶତ ମୂଲ୍ୟବୃଦ୍ଧି ହୋଇଛି ।

ବିଶେଷଜ୍ଞଙ୍କ ଅନୁସାରେ, ଏହା ପଛରେ ରହିଛି ତିନୋଟି ବଡ଼ କାରଣ । ପ୍ରଥମତଃ, ଜମି ଓ ନିର୍ମାଣ ସାମଗ୍ରୀର ମୂଲ୍ୟ ବଢ଼ିଛି । ନୋଏଡା, ଗ୍ରେଟର ନୋଏଡା ଓ ଗୁରୁଗ୍ରାମରେ ଜମି ନିଲାମ ଦର ଅଧିକ ରହୁଥିବାରୁ ବିଲ୍ଡରଙ୍କ ଖର୍ଚ୍ଚ ବଢ଼ୁଛି ।

ଦ୍ୱିତୀୟତଃ, ଡେଭେଲପରମାନେ ଏବେ ଆଫୋର୍ଡେବଲ୍ ହାଉସିଂ ଅପେକ୍ଷା ଲକ୍ଜୁରୀ ଓ ପ୍ରିମିୟମ୍ ପ୍ରକଳ୍ପ ଉପରେ ଅଧିକ ଫୋକସ୍ କରୁଛନ୍ତି । ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଲଞ୍ଚ ହୋଇଥିବା ନୂଆ ଘର ମଧ୍ୟରୁ ୩୪ ପ୍ରତିଶତରୁ ଅଧିକ ଘରର ଦାମ ୨.୫ କୋଟି ଟଙ୍କାରୁ ଅଧିକ ଥିଲା ।

ତୃତୀୟ କାରଣ ହେଉଛି ଉନ୍ନତ ଭିତ୍ତିଭୂମି ଓ କନେକ୍ଟିଭିଟି । ନୂଆ ଏକ୍ସପ୍ରେସୱେ, ମେଟ୍ରୋ ସଂଯୋଗ, ଏୟାରପୋର୍ଟ ପ୍ରକଳ୍ପ ଓ ବଢ଼ୁଥିବା ରୋଜଗାର ସୁଯୋଗ ଯୋଗୁଁ ଦିଲ୍ଲୀ-NCRର ପ୍ରିମିୟମ୍ ଘର ପ୍ରତି ଚାହିଦା ଏବେ ବି ରହିଛି । ତେଣୁ କମ୍ ବଜେଟ୍‌ରେ ଘର କିଣିବାକୁ ଚାହୁଁଥିବା ଲୋକଙ୍କୁ ରିସେଲ୍ ମାର୍କେଟ୍ କିମ୍ବା ସହରର ବାହାର ଅଞ୍ଚଳକୁ ବିକଳ୍ପ ଭାବେ ଦେଖିବାକୁ ପଡ଼ିପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: