Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ'ଣ ଏହି CEIR ? ଯାହା ବ୍ୟବହାର କରି ମେଟ୍ରୋରୁ ଚୋରି ୧୭୫ଟି ମୋବାଇଲ୍ ଫୋନ୍ ଜବତ କଲା ଦିଲ୍ଲୀ ପୋଲିସ

Sushanta Sahoo
Browse all articles by Sushanta Sahoo
·10 months ago·2 min read
କ'ଣ ଏହି CEIR ? ଯାହା ବ୍ୟବହାର କରି ମେଟ୍ରୋରୁ ଚୋରି ୧୭୫ଟି ମୋବାଇଲ୍ ଫୋନ୍ ଜବତ କଲା ଦିଲ୍ଲୀ ପୋଲିସ

Key Points

CEIR ସହଯୋଗରେ ଏ ସବୁ ମୋବାଇଲ୍ ମିଳିଛି । ହଜି ଯାଇଥିବା କିମ୍ବା ଚୋରି ମୋବାଇଲକୁ ବ୍ଲକ କରିବା, ଖୋଜିବା ଏବଂ ଚୋରି ମୋବାଇଲରୁ ତଥ୍ୟ ରିକଭର ଲାଗି CEIRକୁ ଡିଜାଇନ୍ କରାଯାଇଛି ।

ନୂଆଦିଲ୍ଲୀ: ମିଳିଲା ହଜିଲା ମୋବାଇଲ୍ । ଦିଲ୍ଲୀ ମେଟ୍ରୋରେ ଚୋରି ହୋଇଥିବା ୧୭୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । CEIR ସହାୟତାରେ ମାତ୍ର ୪୫ ଦିନ ଭିତରେ ଦିଲ୍ଲୀ ପୋଲିସ ୧୭୫ଟି ଚୋରି ମୋବାଇଲକୁ ଜବତ କରିବାରେ ସଫଳ ହୋଇଛି ।


ଦିଲ୍ଲୀ ପୋଲିସ ଅନୁସାରେ, ଜବତ ମୋବାଇଲ୍ ମଧ୍ୟରୁ ୧୨୫ଟି ଫୋନ୍ ଚୋରି ନେଇ ମାମଲା ରୁଜୁ କରାଯାଇଥିଲା । ବଳକା ୫୦ଟି ଫୋନ୍ ହଜି ଯାଇଥିବା ନେଇ ଏତଲା ହୋଇଥିଲା । ଜୁଲାଇ ୧ରୁ ୧୫ ଅଗଷ୍ଟ ୨୦୨୫ ମଧ୍ୟରେ ଦିଲ୍ଲୀ ପୋଲିସ ୧୭୫ଟି ମୋବାଇଲ୍ ଜବତ କରିଛି ।


CEIR କ'ଣ ?


ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ ପରିଚାଳିତ ସେଣ୍ଟ୍ରାଲ୍ ଇକ୍ଵୁପମେଣ୍ଚ ଆଇଡେଣ୍ଟିଟି ରେଜିଷ୍ଟର (CEIR) ସହଯୋଗରେ ଏ ସବୁ ମୋବାଇଲ୍ ମିଳିଛି । ହଜି ଯାଇଥିବା କିମ୍ବା ଚୋରି ମୋବାଇଲକୁ ବ୍ଲକ କରିବା, ଖୋଜିବା ଏବଂ ଚୋରି ମୋବାଇଲରୁ ତଥ୍ୟ ରିକଭର ଲାଗି CEIRକୁ ଡିଜାଇନ୍ କରାଯାଇଛି । ଯାହାକି ଫୋନ୍‌ର IMEI ନମ୍ବରକୁ ବ୍ୟବହାର କରି କାମ କରିଥାଏ । ସକାରଙ୍କ ଏହି ପଦକ୍ଷେପ ଏବେ ଚୋରି ମୋବାଇଲ୍ ଧରିବାରେ ବଡ଼ ଭୂମିକା ଗ୍ରହଣ କରିଛି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀର ବିଭିନ୍ନ ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ଏ ସବୁ ମୋବାଇଲ୍ ଫୋନ୍ ଚୋରି ହୋଇଥିଲା । ପୋଲିସ ତଦନ୍ତ ପରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଜବତ କରିଛି । ତଦନ୍ତ ବେଳେ ଏକାଧିକ ବ୍ୟକ୍ତି ଚୋରି ଫୋନ୍‌କୁ ଅଜାଣତରେ ଅଜଣା ବିକ୍ରେତାଙ୍କ ଠାରୁ କିଣିଥିବା ଜଣାପଡ଼ିଛି ।
ବିକ୍ରେତା ଚୋରି ମୋବାଇଲ୍‌ ଗୁଡ଼ିକୁ ବଜାର ମୂଲ୍ୟ ଠାରୁ ୧୦ରୁ ୩୦ ପ୍ରତିଶତ କମ୍ ଦରରେ ବିକ୍ରି କରୁଥିଲେ । ତେବେ ଏହାର ସତ୍ୟାସତ୍ୟ ପୋଲିସ ଏବେ ଯାଞ୍ଚ କରୁଛି ।


ଚୋରି ମୋବାଇଲ୍‌ ଗୁଡ଼ିକର ଅପବ୍ୟବହାର ରୋକିବା ଲାଗି CEIR ମାଧ୍ୟମରେ ବ୍ଲକ୍ କରାଯାଇଥିଲା । ଏଥିସହ ଚୋରି ଫୋନ୍‌ରେ ନୂଆ ସିମ୍ ପକାଇବା ମାତ୍ରେ ତଦନ୍ତକାରୀ ଏଜେନ୍ସିକୁ ସ୍ଵୟଂ ଆଲର୍ଟ ଆସିବା ଲାଗି ଏହାକୁ ପ୍ରସ୍ତୁତ କରଯାଇଛି । ଯାହା ଦ୍ଵାରା ଟ୍ରେସିଂ ସହଜ ହୁଏ ।


ଦିଲ୍ଲୀ ପୋଲିସର ଡେପୁଟି କମିଶନର କୁଶଲ ପାଲ ସିଂ କହିଛନ୍ତି, ୪ ଜଣଙ୍କୁ ନେଇ CEIR ଟିମ୍ ଗଠନ କରାଯାଇଛି । ଏଥିସହ ୧୬ଟି ମେଟ୍ରୋ ଷ୍ଟେସନକୁ ନେଇ ଜଣେ ନୋଡାଲ୍ ଅଫିସର ରହିଛନ୍ତି । ନୋଡାଲ ଅଫିସର ଚୋରି ଫୋନ୍ ଜବତ କରିବାରେ ସହାୟତା କରିଥାନ୍ତି । ଏବେ ଜବତ ଫୋନ୍ ଗୁଡ଼ିକୁ ସେମାନଙ୍କ ମାଲିକଙ୍କୁ ଫେରସ୍ତ କରାଯାଉଛି ।

Sponsored
Delhi Police Recovers 175 Stolen Mobile Phones Using CEIR in 45 Days | Argus News | Argus News