ବୋମା ମାଡ ମାମଲା, 4 ଶହରୁ ଅଧିକ ସ୍କୁଲକୁ ଧମକ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ସ୍କୁଲ୍ କୁ ବୋମା ଧମକ ମାମଲାରେ ବଡ଼ ଖୁଲାସା । 4 ଶହରୁ ଅଧିକ ସ୍କୁଲକୁ ବୋମା ଧମକ ଦେଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୁକ୍ତ ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ଯୁକ୍ତ 2ରେ ପଢୁଥିବା ଅଭିଯୁକ୍ତ ନାବାଳକ ଜଣକ ପିସିରେ VPN ବ୍ୟବହାର କରି ବିଭିନ୍ନ ସ୍କୁଲକୁ ଇମେଲ କରୁଥିଲା । ଗତବର୍ଷ 12 ଫେବ୍ରୁଆରୀ ଠାରୁ ଏପରି ଘଟଣା ସାମ୍ନାକୁ ଆସୁଥିଲା । 8 ଜାନୁଆରୀ 2025 ରେ, ଇମେଲରେ ଶେଷ ଧମକ ମିଳିବା ପରେ ସାଇବର ସେଲର ଟେକନିକାଲ୍ ୱିଣ୍ଡୋ ମାଧ୍ୟମରେ ଇମେଲ୍ ପଠାଇଥିବା ଅଭିଯୁକ୍ତକୁ ଠାବ କରିଥିଲା ପୋଲିସ ।
ମୋବାଇଲର ଫରେନ୍ସିକ ଯାଞ୍ଚ ପରେ ସତ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଛାତ୍ରଙ୍କ ଅଭିଭାବକ ଦିଲ୍ଲୀର ଏକ ଏନଜିଓ ସହ ଜଡ଼ିତ ଅଛନ୍ତି। ଏହି ଏନଜିଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବାରୁ ଏହା ପଛରେ ଏନଜିଓର ହାତ ଥିବା ସନ୍ଦେହ କରାଯାଉଛି । ଏହି ଏନଜିଓ ଆତଙ୍କବାଦୀ ଅଫଜଲ ଗୁରୁକୁ ସମର୍ଥନ ଦେଉଥିଲା । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ଦିଲ୍ଲୀ ଲ ଆଣ୍ଡ ଅର୍ଡର ପୋଲିସ କମିଶନର । ଘଟଣାକୁ ମୁହାୀଁମୁହିଁ ହୋଇଛନ୍ତି ଆପ ଓ ବିଜେପି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: