Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Politics: AAPକୁ ଇଲେକ୍ସନ କମିଶନଙ୍କ କଡ଼ା ଜବାବ, ଯେତେ ଚାପ ପକାଇଲେ ବି ପ୍ରଭାବ ପଡ଼ିବନି..

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Delhi Politics: AAPକୁ ଇଲେକ୍ସନ କମିଶନଙ୍କ କଡ଼ା ଜବାବ, ଯେତେ ଚାପ ପକାଇଲେ ବି ପ୍ରଭାବ ପଡ଼ିବନି..

ରାତି ପାହିଲେ ଭୋଟ । ଜନତା ଜନାର୍ଦ୍ଦନ ବାଛିବେ ନେତା । ଦେଶର ରାଜଧାନୀ ଦିଲ୍ଲୀର ଦାୟିତ୍ୱ କାହାକୁ ଦେବେ ଜନତା । ସେନେଇ ପ୍ରତ୍ୟେକ ଭୋଟର ସ୍ଥିର କରିସାରିଲେଣି । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି AAP ବିରୋଧରେ ଏକ ସାଂଘାତିକ ଅଭିଯୋଗ ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଚାପ ପକାଇବାକୁ କରାଯାଉଛି ଉଦ୍ୟମ । ନିର୍ବାଚନ କମିଶନଙ୍କ ଭାବମୂର୍ତ୍ତି ମଳିନ କରିବାକୁ ରୀତିମତ କରାଯାଉଛି ଚକ୍ରାନ୍ତ । ଆଉ ଏହା ପଛରେ ରହିଛି ଆମ୍ ଆଦମୀ ପାର୍ଟିର ହାତ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ଏଭଳି ହୀନ ଚକ୍ରାନ୍ତ ଦ୍ବାରା ନିର୍ବାଚନ କମିଶନ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ବିଭିନ୍ନ ଦଳ ପକ୍ଷରୁ ଆସିଥିବା ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବାକୁ ଦେଢ଼ ଲକ୍ଷରୁ ଅଧିକ ପୋଲିଂ କର୍ମଚାରୀ ନିଯୁକ୍ତ କରାଯାଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ନିର୍ବାଚନ ପାଇଁ ଗତ ସଂଧ୍ୟାରୁ ଥମିଯାଇଛି ପ୍ରଚାର ତାତି। ରାତି ପାହିଲେ ସମସ୍ତ ୭୦ ଆସନରେ ଭୋଟ୍ ପଡ଼ିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ମନେଇବାକୁ ଜୋରଦାର କସରତ୍ କରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ଆପ୍ ଓ କଂଗ୍ରେସ। ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିଛି ଦେଶର ରାଜଧାନୀ।

ଶେଷ ମୁହୂର୍ତ୍ତରେ ଜନତାଙ୍କୁ ମନାଇ ଦୀର୍ଘ ୨୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ସାରା ଦିଲ୍ଲୀରେ ଯେମିତି ପୂରା ରଣନୀତି ସହ ଛାଇ ଯାଇଥିଲେ କେନ୍ଦ୍ରୀୟ ବିଜେପିର ଟପ୍ ବ୍ରିଗେଡ୍। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଚାର ମଇଦାନ ବୁଲିଥିଲେ । ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନାକ କରିଥିଲେ ।

ଏସବୁ ଭିତରେ ଚର୍ଚ୍ଚାରେ ଥିଲା ଦିଲ୍ଲୀ ଯମୁନା ପାଣିକୁ ନେଇ ରାଜ୍ୟସଭା ସାଂସଦ ତଥା ଏକଦା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ସ୍ବାତୀ ମଲିୱାଲଙ୍କ କେଜ୍ରିୱାଲଙ୍କୁ ହମଲା। ସ୍ୱାତୀ ପୂର୍ବାଞ୍ଚଳର ମହିଳାମାନଙ୍କୁ ଧରି ଯମୁନା ଯାଇ ସେଠାରେ କେଜ୍ରିୱାଲଙ୍କ ପୁତ୍ତଳିକାକୁ ଡୁବକି ଲଗାଇବା ସହ ଯମୁନା ଜଳ ଧରି କେଜ୍ରିୱାଲଙ୍କ ବାସଭବନ ଯାଏଁ ଶୋଭାଯାତ୍ରାରେ ଯାଇ ତାଙ୍କ ଅଡୁଆ ବଢ଼ାଇ ଥିଲେ।

ଅନ୍ୟପଟେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପୋଲିସ, ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ପୋଲିସ।

ଦିଲ୍ଲୀ ପୋଲିସ ଆତିଶୀଙ୍କ ସମର୍ଥକଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରିଛି। ସେମାନେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ପୋଲିସ ଅଭିଯୋଗ କରିଛି। ନିର୍ବାଚନ ଆୟୋଗର ସଦସ୍ୟ ପରିଚୟ ଦେଇ ରମେଶ ବିଧୁରୀଙ୍କ ପୁତୁରାଙ୍କ ରାସ୍ତା ଅବରୋଧ କରିଥିଲେ ଆତିଶୀଙ୍କ ସମର୍ଥକ। ମାମଲା ରୁଜ୍ଜୁ ପରେ ସୋସିଅଆଲ ମିଡିଆରେ ପୋଷ୍ଟ କରି ଦିଲ୍ଲୀ ପୁଲିସ୍‌କୁ ସମାଲେୋଚନା କରିଛନ୍ତି ଆତିଶୀ ।

ତେବେ ଏସବୁ କ୍ୟାମ୍ପେନ୍ ଓ ନିଆରା ବିକ୍ଷୋଭ ଭିତରେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ସରିଥିଲା ବେଳେ ଏବେ ୫ ତାରିଖର ଭୋଟ ଗ୍ରହଣ ଓ ୮ ତାରିଖ ଭୋଟ୍ ଗଣତିର ଫଳାଫଳକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Politics; Election Commission hits back at AAP | Argus News