Delhi Pollution / ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍, ଜନସାଧାରଣ ହନ୍ତସନ୍ତ
·10 months ago·2 min read

Key Points
ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍
ଦିଲ୍ଲୀର ପବନ ଏବେ ଜହର ପାଲଟିଛି
ଚିନ୍ତାରେ ଜନସାଧାରଣ
ଦିଲ୍ଲୀର ପବନ ଏବେ ଜହର ପାଲଟିଛି
ଚିନ୍ତାରେ ଜନସାଧାରଣ
ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍ । ଲଗାତାର କିଛି ଦିନ ଧରି ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ସୋମବାରଠୁ ଏୟାର କ୍ୱାଲିଟି ଖରାପ ହୋଇଥିବା ବେଳେ ଆନନ୍ଦବିହାର ପଲ୍ୟୁସନ ହଟସ୍ପଟ ପାଲଟିଛି । ଆନନ୍ଦ ବିହାରରେ ଲଗାତାର ଦ୍ୱିତୀୟ ଦିନରେ AQI ୪୧୮ ରହିଛି । ଆଗାମୀ ଦିନରେ ଏୟାର କ୍ୱାଲିଟି ଆହୁରି ଖରାପ ହୋଇପାରେ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । ବାୟୁ ଗୁଣାବତ୍ତା ଖରାପ ହେଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଥାଏ । ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ଲୋକମାନେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତ । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଖରାପ ରହିଛି । ପାର୍ବଣ ଆରମ୍ଭ ହେଉଥିବାରୁ ଟ୍ରାଫିକ ଓ ବାଣ ଯୋଗୁ ପ୍ରଦୂଷଣ ବଢ଼ିବା ଆଶଙ୍କା କରାଯାଉଛି ।
ରାଜଧାନୀ ଦିଲ୍ଲୀର ପବନ ଏବେ ଜହର ପାଲଟିଛି। ପ୍ରତି ନିଶ୍ୱାସରେ ଲୋକେ ଫୁସଫୁସକୁ ପ୍ରଦୂଷଣ ନେଉଛନ୍ତି। ଏଥିରେ ଆଶା କରାଯାଉଥିଲା କ୍ଲାଉଡ ସିଡିଂ (କୃତ୍ରିମ ବର୍ଷା) ଲୋକଙ୍କୁ ଆଶ୍ୱସ୍ତ କରିବ। ହେଲେ ଏବେ ଏହି ପ୍ରୟୋଗର ସମୟ ଓ ବୈଜ୍ଞାନିକ ତର୍କ ଉପରେ ପ୍ରଶ୍ନ ଉଠିଲାଣି। ପାଣିପାଗ ବିଜ୍ଞାନୀମାନେ ଦିଲ୍ଲୀ ଆକାଶରେ ବଦଲ କି କାକର ନଥିବା କଥା ପ୍ରଥମରୁ କହିଥିଲେ। ଏଣୁ ବର୍ଷା ସମ୍ଭାନା ପାଖାପାଖି ନଥିଲା। ଏଥିରେ ସରକାର କ୍ଲାଉଡ ସିଡିଂ କରି କୋଟି କୋଟି ଟଙ୍କା ବରବାଦ କରିଥିବା ବେଳେ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଛଟପଟ ହେଉଛନ୍ତି।
ବାୟୁରେ ଥିବା ସୁକ୍ଷ୍ମ କଣ (ପିଏମ ୨.୫)ନା କେବଳ ଫୁସଫୁସକୁ କ୍ଷତି କରୁଛି ବରଂ ହାଇପର ଟେନସନ, ଡାୟବେଟିଜ୍, ଏନିମିୟା ଓ ମଲ୍ଟି ସିଷ୍ଟମ ଅର୍ଗାନ ଫେଲ୍ୟୋର ଭଳି ପରିସ୍ଥିତି ସୃଷ୍ଟି କରୁଛି। ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲର ଫୁସଫୁସ୍ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଦୂଷଣ ଏବେ ଧିରେ ଧିରେ ସବୁ ଅଙ୍ଗ ଉପରେ ପ୍ରଭାବ ପକାଉଛି। ହୃଦୟ, ମସ୍ତିଷ୍କ, ପୁସଫୁସ, କିଡନୀ ଏପରିକି ନର୍ଭସ କାର୍ଯ୍ୟପ୍ରଣାଳୀକୁ ମଧ୍ୟ ବାଧିତ କରୁଛି। ଏଣୁ ଦିଲ୍ଲୀର ବିଷାକ୍ତ ବାୟୁରେ ବଞ୍ଚିବା ଅପେକ୍ଷା ସହରରୁ ପଳାୟନ କରିବା ଭଲ ବୋଲି ଡାକ୍ତର କହୁଛନ୍ତି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ କେବଳ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସମସ୍ୟାରେ ସୀମିତ ନାହିଁଏହା ଧିରେ ଧିରେ ମୃତ୍ୟୁର ବଡ଼ କାରଣ ପାଲଟିଲାଣି। ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ପ୍ରଦୂଷିତ ବାୟୁ ସମ୍ପର୍କିତ ବେମାରୀ କାରଣରୁ ମୃତ୍ୟୁ ପ୍ରତିଶତ ଏବେ ଚିନ୍ତାଜନକ ସ୍ଥିତିକୁ ପହଞ୍ଚି ସାରିଲାଣି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ପ୍ରଦୂଷିତ ସହରାଞ୍ଚଳରେ ଏବେ ପିଲା ଓ ଯୁବକଙ୍କ ଫୁସଫୁସ୍ ଦ୍ରୁତ ଦୁର୍ବଳ ହେବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଏକ୍ୟୁଆଇ ୪୦୦ ଟପିଲା; ବିଭିନ୍ନ ସ୍ଥାନରେ ରେଡ୍ ଜୋନ୍
ଦିଲ୍ଲୀର ବିଷାକ୍ତ ବାୟୁ ଏବେ କେବଳ ବର୍ଷା ପରୀକ୍ଷଣର ବିଫଳତାକୁ ଦେଖାଉନି ମାନବ ଶରୀର ଭିତରେ ହେଉଥିବା ପ୍ରତିକ୍ରିୟାକୁ ଦେଖାଉଛି। ବିଶେଷଜ୍ଞ କହିଛନ୍ତି ଯେ ଗତ ୩୦ ବର୍ଷରେ ସେ ଦିଲ୍ଲୀର ଲୋକଙ୍କ ଫୁସଫୁସରେ ଡରାଇବା ଭଳି ପରିବର୍ତ୍ତନ ଦେଖିଛନ୍ତି। ପୂର୍ବର ଲୋକଙ୍କ ଫୁସଫୁସ୍ ଗୋଲାପି ରଙ୍ଗର ଥିଲା, ଯାହା ସେମାନେ ସ୍ୱଚ୍ଛ ବାୟୁରେ ନିଶ୍ୱାସ ନେଉଥିଲେ ବୋଲି ପ୍ରମାଣିତ କରୁଥିଲା। ହେଲେ ଏବେ ଲୋକଙ୍କ ଫୁସଫୁସ କଳା ପଡିଗଲାଣି।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories