Delhi Pollution / ଦିଲ୍ଲୀରେ ଶୀତ ଆରମ୍ଭ ସହିତ ପ୍ରଦୂଷଣର ବୃଦ୍ଧି, ଅନେକ ଅଞ୍ଚଳରେ AQI ୩୦୦ ଅତିକ୍ରମ

Key Points
ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି, AQI ଅତିକ୍ରମ ୩୦୦
ଚାନ୍ଦନୀ ଚୌକରେ ସବୁଠୁ ଖରାପ ବାୟୁ ଗୁଣବତ୍ତା
ଶୀତ ଆରମ୍ଭ ସହିତ ପ୍ରଦୂଷଣରେ ତୀବ୍ର ବୃଦ୍ଧି
ଦିଲ୍ଲୀ-ଏନସିଆରରେ ଶୀତ ଆସିବା ସହିତ, ପ୍ରଦୂଷଣରେ ବଢ଼ିବା ନେଇ ନଜର ଆସୁଛି। ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ୨୦୦ ଅତିକ୍ରମ କରିଛି। ଚାନ୍ଦନୀ ଚୌକ ଅଞ୍ଚଳରେ, AQI ୩୦୦ର ସ୍ତରକୁ ମଧ୍ୟ ଅତିକ୍ରମ କରିସାରିଛି। ସୂଚନା ଅନୁସାରେ, ଗତ ତିନି ଦିନ ମଧ୍ୟରେ ଦିଲ୍ଲୀର ବାୟୁରେ ପ୍ରଦୂଷଣ କଣିକାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତାହା ସହ ଗତ ତିନି ଦିନ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ତୀବ୍ର ବୃଦ୍ଧି ପାଇଛି।
ଦିଲ୍ଲୀର ହାରାହାରି AQI ଗୁରୁବାର ୧୦୦ ପଏଣ୍ଟରେ ଥିଲା। ଏହାପରେ ଶୁକ୍ରବାର ଏଥିରେ ୭୦ ପଏଣ୍ଟର ବୃଦ୍ଧି ତୀବ୍ର ବୃଦ୍ଧି ଦେଖା ଯାଇଛି। ଏହା ଶୁକ୍ରବାରକୁ ୧୭୦ ଅଙ୍କ ଅର୍ଥାତ୍ ମଧ୍ୟମ ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀରେ ଶନିବାର ମଧ୍ୟ ପଲ୍ୟୁସନର ସ୍ତରରେ ବୃଦ୍ଧି ନଜର ଆସିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଶନିବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୯୯ ଅଙ୍କ ଥିଲା।
ବାୟୁ ଗୁଣବତ୍ତାର ଏହି ସ୍ତରକୁ ମଧ୍ୟମ ଶ୍ରେଣୀରେ ରଖାଯାଏ। ଯାହା ଖରାପ ବର୍ଗରୁ ମାତ୍ର ଦୁଇ ପଏଣ୍ଟ ତଳେ। ତଥାପି, ଦିଲ୍ଲୀର ଅନେକ ମନିଟରିଂ ଷ୍ଟେସନରେ, ଶନିବାର ଅପରାହ୍ନ ୪ଟାରେ AQI ୨୦୦ ଅଙ୍କ ଅତିକ୍ରମ କରି ଥିବା ଅର୍ଥାତ୍ ଖରାପ ଶ୍ରେଣୀରେ ରେକର୍ଡ କରାଯାଇଛି। ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳରେ ବାୟୁର ଗୁଣବତ୍ତା ସବୁଠାରୁ ଅଧିକ ପ୍ରଦୂଷିତ। ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳର AQI ୩୦୭ ରେକର୍ଡ କରାଯାଇଥିଲା, ଯାହା ଅତ୍ୟନ୍ତ ଖରାପ ବର୍ଗରେ ରେକର୍ଡ କରାଯାଇଛି।
ସିପିସିବି ତଥ୍ୟ ଅନୁଯାୟୀ, ଶନିବାର ଅପରାହ୍ନ ୪ଟାରେ ଦିଲ୍ଲୀର ବାୟୁରେ ପ୍ରଦୂଷକ କଣିବା ପିଏମ୍ ୧୦ର ହାରାହାରି ସ୍ତର ୨୦୯ ଏବଂ ପିଏମ୍ ୨.୫ର ହାରାହାରି ସ୍ତର ୭୫ରେ ଅଛି।
📱 Get Argus News App
✨
ଏହିସବୁ ଅଞ୍ଚଳରେ ବାୟୁ ଅଧିକ ଖରାପ
ଚାନ୍ଦନୀ ଚୌକ : ୩୦୭, ଆନନ୍ଦ ବିହାର : ୨୬୬, ୱଜିରପୁର : ୨୬୧, ନର୍ଥ କ୍ୟାମ୍ପସ୍ DU : ୨୮୦, ଆଇଜିଆଇ ଏୟାରପୋର୍ଟ : ୨୪୦, ଆଲିପୁର : ୨୦୮
ଯେତେବେଳେ ପିଏମ୍ ୧୦ର ସ୍ତର ୧୦୦ ତଳେ ଥାଏ ଏବଂ ପିଏମ୍ ୨.୫ ସ୍ତର ୬୦ ତଳେ ଥାଏ, ସେତେବେଳେ ବାୟୁକୁ ସୁସ୍ଥ ବୋଲି ବିବେଚନା କରାଯାଏ। ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ କଣିକାର ସ୍ତର ମାନଦଣ୍ଡକୁ ଦ୍ୱିଗୁଣ ଅଧିକ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପବନର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟରରୁ କମ୍ ରହିଛି। ଏହା ପ୍ରଦୂଷକ ପଦାର୍ଥର ପ୍ରବାହକୁ ରୋକିଥାଏ, ଯାହା ଫଳରେ ପ୍ରଦୂଷଣ ବୃଦ୍ଧି ପାଉଛି।
ବିଭିନ୍ନ ପାଗ କାରଣ ଯୋଗୁଁ, ଆଗାମୀ ଛଅ ଦିନ ପାଇଁ ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିବ ବୋଲି ଆଶା କରାଯାଉଛି। ଆସନ୍ତା ଛଅ ଦିନ ମଧ୍ୟରେ ପବନର ବେଗ କମ୍ ରହିବ, ଏବଂ ତାପମାତ୍ରା ମଧ୍ୟ କମ୍ ରହିବ। ଏହି କାରଣଗୁଡ଼ିକ ପ୍ରଦୂଷଣ କଣିକାଗୁଡ଼ିବ ଗୁଡ଼ିକର ବିସ୍ତାରକୁ ଧୀର କରିବ, ଯାହା ଫଳରେ ସେଗୁଡ଼ିକ ଅଧିକ ସମୟ ପାଇଁ ବାୟୁମଣ୍ଡଳରେ ରହିବ। ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିବ।
Related Topics
Explore more stories