Delhi Pollution / ନିର୍ବୁଦ୍ଧିଆ ହେବେ ଦିଲ୍ଲୀ ପିଲା: ବିଶେଷଜ୍ଞଙ୍କ ଚେତାବନୀ
·8 months ago·2 min read

Key Points
ବାୟୁ ପ୍ରଦୂଷଣର ଭୟଙ୍କର ପ୍ରଭାବ
ନିର୍ବୁଦ୍ଧିଆ ହେବେ ଦିଲ୍ଲୀ ପିଲା
ନିର୍ବୁଦ୍ଧିଆ ହେବେ ଦିଲ୍ଲୀ ପିଲା
ଚିନ୍ତା ବଢ଼ାଉଛି ଦିଲ୍ଲୀ ପ୍ରଦୂଷଣ । ରାଜଧାନୀ ଦିଲ୍ଲୀ ଓ NCR ଆଖପାଖ ଅଞ୍ଚଳରେ ବାୟୁର ମାନ ପୁଣି ଖରାପ ଆଡକୁ ଗତି କରୁଛି । ଲଗାତାର କିଛି ଦିନ ଧରି ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତା "ଗମ୍ଭୀର" ବର୍ଗରେ ରହିଛି । କିନ୍ତୁ ଦିଲ୍ଲୀରେ ପିଲାମାନେ ପାଉଁଶ ରଙ୍ଗର ଆକାଶକୁ ଚାହିଁ ଉଠୁଛନ୍ତି। ଯେଉଁ କାରଣ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି। ଯାହାଦ୍ୱାରା ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଦିଲ୍ଲୀ-NCRରେ ଜନ୍ମିତ ‘ଜେନ୍ ଆଲଫା’ର ପିଲାମାନେ କେବଳ ନିଶ୍ୱାସ ନେବା କାରଣରୁ ଶୀଘ୍ର ଜୀବନ ଯାଇପାରେ, ଅଧିକ ଅସୁସ୍ଥ ହେବେ, ସେମାନଙ୍କ ବୁଦ୍ଧି ହ୍ରାସ ପାଇବ ଏବଂ ସ୍କୁଲରେ ସେମାନଙ୍କ ପ୍ରଦର୍ଶନ ଖରାପ ହେବ।
ଏହା କେବଳ ଦିଲ୍ଲୀର ସମସ୍ୟା ନୁହେଁ। ଗୁରୁଗ୍ରାମ, ନୋଏଡା, ଲକ୍ଷ୍ନୌ, କାନପୁରରେ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି। ସ୍ୱଚ୍ଛ ବାୟୁ ଏକ ମୌଳିକ ଅଧିକାର। ସୂଚନାନୁସାରେ, ଦିଲ୍ଲୀର ପିଲାମାନେ ବାୟୁ ପ୍ରଦୂଷଣ ପାଇଁ ଦିନକୁ ଦିନ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି। ଦୀର୍ଘ ଦିନ ଧରି ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଶିଶୁମାନଙ୍କର ସ୍କୁଲ୍ ପରୀକ୍ଷା ଫଳ ଏବଂ ଜ୍ଞାନଗତ ପ୍ରଦର୍ଶନକୁ କମାଇ ଦେଇଥାଏ। ଏପରିକି ପରୀକ୍ଷା ସମୟରେ ପ୍ରଦୂଷଣ ବଢ଼ିଲେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ହ୍ରାସ ଦେଖାଯାଏ। ଜଣେ ପୂର୍ବ ଦିଲ୍ଲୀର ଶିକ୍ଷକ କହିଛନ୍ତି ଯେ ତାଙ୍କର ଅଧାରୁ ଅଧିକ ଛାତ୍ରଛାତ୍ରୀ ସକାଳ ପ୍ରାର୍ଥନା ସମୟରେ କାଶିବା ଆରମ୍ଭ କରିଦିଅନ୍ତି।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍; ଏହି ସବୁ କାମରେ ଲଗାଯାଇଛି ପ୍ରତିବନ୍ଧକ
ପ୍ରଦୂଷିତ ବାୟୁର ଦୀର୍ଘକାଳୀନ ସଂସ୍ପର୍ଶ ମସ୍ତିଷ୍କର ବିକାଶକୁ କ୍ଷତି ପହଞ୍ଚାଏ, ଯାହା ଶିଶୁମାନଙ୍କର ଶିକ୍ଷଣ, ସ୍ମରଣ ଶକ୍ତି ଓ ଧ୍ୟାନ ଦେବାର କ୍ଷମତାକୁ ହ୍ରାସ କରିଥାଏ। ଏହା ଫଳରେ IQ ସ୍କୋର ମଧ୍ୟ କମିଯାଏ। ୨୦୧୭ରେ ୟୁନିସେଫ୍ ଚେତାବନୀ ଦେଇଥିଲା ଯେ, ‘୧୭ ନିୟୁତ ଶିଶୁ ଏପରି ଅଞ୍ଚଳରେ ବାସ କରୁଛନ୍ତି, ଯେଉଁଠାରେ ବାୟୁ ପ୍ରଦୂଷଣର ମାତ୍ରା ବିଶ୍ୱ ସୀମାଠାରୁ ୬ ଗୁଣା ଅଧିକ ରହିଛି।’ସୂକ୍ଷ୍ମ କଣିକାର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଅକାଳ ମୃତ୍ୟୁର ଆଶଙ୍କା ବଢ଼ିଥାଏ। ବିଶେଷ କରି ନିମ୍ନ ଶ୍ୱାସନଳୀ ସଂକ୍ରମଣ ଓ ନିମୋନିଆ ଯୋଗୁଁ।
୨୦୨୪ର ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀରେ ଜନ୍ମ ହୋଇଥିବା ପିଲାମାନେ ସେମାନଙ୍କ ଜୀବନର ପ୍ରାୟ ଅଧା ସମୟ (୮୨୬ ଦିନ) ‘ଖରାପ’ କିମ୍ବା ତା’ଠାରୁ ବି ଭୟଙ୍କର ବାୟୁରେ ନିଶ୍ୱାସ ନେଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହୋଇପଡ଼ୁଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories