Delhi Pollution Rules / ଦିଲ୍ଲୀରେ ପ୍ରଦୂଷଣ ପାଇଁ କଡ଼ା ନିୟମ ଲାଗୁ: ଆଜିଠୁ ବିନା PUCରେ ମିଳିବନି ପେଟ୍ରୋଲ
·6 months ago·2 min read

Key Points
ଦିଲ୍ଲୀରେ ପ୍ରଦୂଷଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି
ସରକାର ସତର୍କ ଅଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି
ଡିସେମ୍ବର 18 ତାରିଖରୁ, BS-6 ତଳେ ଥିବା ଯାନଗୁଡ଼ିକ ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ

ଦିଲ୍ଲୀରେ ପ୍ରଦୂଷଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସରକାର ସତର୍କ ଅଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର 18 ତାରିଖରୁ, BS-6 ତଳେ ଥିବା ଯାନଗୁଡ଼ିକ ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ। ଆଉ ବିନା PUCରେ ତେଲ ମିଳିବ ନାହିଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।
ମଙ୍ଗଳବାର ଦିନ, ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ନୂତନ କଟକଣା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ବାହାରେ ପଞ୍ଜିକୃତ BS-VI ମାନଦଣ୍ଡ ତଳେ ଥିବା ସମସ୍ତ ଯାନ ପ୍ରବେଶ କରିପାରିବେ ନାହିଁ। ତଥାପି, ବୁଧବାର ଜାରି ହୋଇଥିବା ଏକ ବିଜ୍ଞପ୍ତିରେ CNG ଏବଂ ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ଏହି ନିଷେଧରୁ ମୁକ୍ତ କରାଯାଇଛି। ସେପଟେ ଦିଲ୍ଲୀରେ ଗତ କିଛି ଦିନ ହେଲା ଏକ୍ୟୁଆଇ ଗମ୍ଭୀର ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ କଡ଼ା କଟକଣା ଲାଗୁ କରିଛନ୍ତି। ଏହାର ପ୍ରଭାବ ଦିଲ୍ଲୀବାସୀଙ୍କ ଉପରେ ପଡ଼ିବ। ଦିଲ୍ଲୀରେ ଆଜି ଠୁ ସବୁ ସରକାରୀ ଆଉ ବେସରକାରୀ ଅଫିସରେ ୫୦% କର୍ମଚାରୀଙ୍କ ପାଇଁ ଓ୍ବାର୍କ ଫ୍ରମ ହୋମ ଲାଗୁ କରାଯାଇଛି। ଆଉ ଆଜିଠୁ ଭିନ୍ନ ଭିନ୍ନ ଯାନବାହନ ବ୍ୟାନ ସହ PUC ଅନିବାର୍ଯ୍ୟ କରାଯାଇଛି। ଆଜି ଠୁ ଏହି ନିୟମ ଲାଗୁ କରାଯାଇଛି। ଯଦି ଆପଣ ଦିଲ୍ଲୀ ଯିବାକୁ ପ୍ଲାନ କରୁଛନ୍ତି ତେବେ ଏହି ଖବର ନିଶ୍ଚିତ ପଢ଼ନ୍ତୁ।
ଏହାସହ ପଢ଼ନ୍ତୁ: ଦିଲ୍ଲୀରେ ୫୦ % କର୍ମଚାରୀଙ୍କ ପାଇଁ 'ଓ୍ବାର୍କ ଫ୍ରମ୍ ହୋମ୍' ବାଧ୍ୟତାମୂଳକ, ନିୟମ ନ ମାନିଲେ ଭରିବେ ଜରିମାନା
ଅଫିସରେ ଲାଗୁ ହେଲା ଓ୍ବାର୍କ ଫ୍ରମ ହୋମ ଆଦେଶ
ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାରଠାରୁ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଦୂଷଣ ସ୍ତର ଏବଂ ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକୁ ଭାରୀ ଜରିମାନା ଦେବାକୁ ପଡିବ ।
GRAP-3 ନିୟମ ଅନୁଯାୟୀ ଲାଗୁ ହୋଇଥିବା ନିର୍ମାଣ ନିଷେଧ ଦ୍ୱାରା ପ୍ରଭାବିତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୧୦ ହଜାର ଟଙ୍କ କ୍ଷତିପୂରଣ ପ୍ରଦାନ କରିବେ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ଥିତି ଗମ୍ଭୀର: GRAP 4 କଟକଣା ଲାଗୁ, ଏହିସବୁ ଉପରେ ପ୍ରତିବନ୍ଧକ ଲଗାଯିବ
ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ କପିଲ ମିଶ୍ର ଘୋଷଣା କରିଛନ୍ତି ଯେ ଆସନ୍ତାକାଲିଠାରୁ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ବାଧ୍ୟତାମୂଳକ ହେବ । ଶ୍ରମ ବିଭାଗ ନିଷ୍ପତ୍ତି ନେଇଛି ଯେ GRAP-3 ସମୟରେ ୧୬ ଦିନିଆ ନିର୍ମାଣ ବନ୍ଦ ଯୋଗୁଁ ପ୍ରଭାବିତ ପଞ୍ଜିକୃତ ଶ୍ରମିକଙ୍କ ଆକାଉଣ୍ଟକୁ ଦିଲ୍ଲୀ ସରକାର ସିଧାସଳଖ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ । ତେବେ ଯେଉଁମାନେ ଏହି ନିୟମ ପାଳନ କରିବେନି ସେମାନଙ୍କ ବିରୋଧରେ କଡ଼ା ଜରିମାନା କରାଯିବ।
ବିନା PUC ସାର୍ଟିଫିକେଟରେ ମିଳିବନି ପେଟ୍ରୋଲ
ପ୍ରଦୂଷଣ ରୋକିବାକୁ ପରିବେଶ ମନ୍ତ୍ରୀ ମନଜିଦର ସିଂ ସିରସା କହିଛନ୍ତି ଯେ, ଗୁରୁବାର PUC ସାର୍ଟିଫିକେଟ ବିନା ଯାନବାହନକୁ ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। PUC ମାନେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ ଯାହା ଅଧିକୃତ କେନ୍ଦ୍ର ଗୁଡ଼ିକରେ ବାହନକୁ ସାଧାରଣ ଏମିଶନ ଯାଞ୍ଚ ପରେ ଜାରି ହେବ। ଦୁଇରୁ ତିନି ଚକିଆ ବାହନକୁ ୬୦ ଟଙ୍କା, ଚାରି ଚକିଆକୁ ୮୦ ଟଙ୍କା ଏବହ ଡିଜେଲ ଚାଳିତ ଗାଡ଼ିକୁ ୧୦୦ ଟଙ୍କା ଲେଖାଏ ଏହି ସାର୍ଟିଫିକେଟ ପାଇଁ ଧାର୍ଯ୍ୟ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories