ଅସମ୍ଭାଳ ଦିଲ୍ଲୀର ବାୟୁ ପ୍ରଦୂଷଣ, ଅଧିକ ବିଷାକ୍ତ ହେଉଛି ପବନ
·2 years ago·1 min read

ଅର୍ଗସ ବ୍ୟୁରୋ: ଅସମ୍ଭାଳ ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିନକୁ ଦିନ ଅଧିକ ବିଷାକ୍ତ ହେଉଛି ପବନ । ସଵୁଠି ଧୂଆଁ ଏବଂ ଧୂଳିର ଆସ୍ତରଣ । 100 ମିଟର ଦୂରକୁ ହେଉନାହିଁ ଦୃଶ୍ୟମାନ । ପରିସ୍ଥିତି ଅସମ୍ଭାଳ କାରଣରୁ ବିଭିନ୍ନ କଟକଣା । ଲୋଧିରୋଡ଼ରେ ବାୟୁର ଗୁଣବତ୍ତା 438 ରହିଥିବା ବେଳେ ଜାହାଙ୍ଗୀରପୁରୀରେ 491, ସେହିପରି ଆର.କେପୁରମ ଅଞ୍ଚଳରେ 486 ଏବଂ IGI ବିମାନବନ୍ଦର 473 ରହିଛି। ବାରମ୍ବାର ବୈଠକ କରିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। କୁହାଯାଉଛି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପଞ୍ଜାବ , ହରିୟାଣାରେ ପରାଲି ଜଳିବା ଦିଲ୍ଲୀର ବାୟୁ ପ୍ରଦୂଷଣର ମୁଖ୍ୟ କାରଣ।
ଏପରି ପରି ସ୍ଥିତିରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି। ଆଖି ପୋଡ଼ିବା ସହିତ ଶ୍ବାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: