Delhi Pollution / ଦିଲ୍ଲୀରେ ଶୋଚନୀୟ ସ୍ଥିତି ! ପିଲାଙ୍କୁ ଘରୁ ବାହାରିବାକୁ ମନା, ଅନ୍ଲାଇନ୍ରେ କରିବେ କ୍ଲାସ୍

Key Points
କୌଣସି ସ୍ଥାନରେ ଜନଗହଳି ହେବା ପରି କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ହୋଇପାରିବ ନାହିଁ ।
ପୁଣି ମାସ୍କ, ଅନଲାଇନ କ୍ଲାସ, ନିର୍ମାଣ କାର୍ଯ୍ୟ ଠପ୍ । ଦିଲ୍ଲୀରେ ଲାଗୁ ହୋଇଛି ଗ୍ରାପ୍- 4 କଟକଣା । ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ତରରେ ପହଞ୍ଚିବା ପରେ ଶନିବାର ଅପରାହ୍ନରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦିଲ୍ଲୀ ଓ NCRରେ କଟକଣା ବୃଦ୍ଧି କରିଛି । କୌଣସି ସ୍ଥାନରେ AQI 450 ପାର୍ ହେବା ପରେ ଗ୍ରାପ ଫୋର କଟକଣା ଲାଗୁ ହୋଇଥାଏ । ନିୟମ ଅନୁସାରେ ଦିଲ୍ଲୀ ଓ ଏନସିଆରରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଛି ସଂପୂର୍ଣ୍ଣ ରୋକ୍ ।
ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ ନିର୍ମାଣ କିମ୍ବା ବିଧ୍ବଂସ କାର୍ଯ୍ୟ ହୋଇପାରିବ ନାହିଁ । ବନ୍ଦ ରହିବ ସ୍କୁଲ, କଲେଜ । କେବଳ ଅନଲାଇନରେ ପାଠ ପଢ଼ିବେ ପିଲା । ଦିଲ୍ଲୀକୁ ବାହାର ରାଜ୍ୟର ବାଣିଜ୍ୟିକ ଯାନ ପ୍ରବେଶ କରିପାରିବ ନାହିଁ । କୌଣସି ସ୍ଥାନରେ ଜନଗହଳି ହେବା ପରି କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ହୋଇପାରିବ ନାହିଁ ।
ଦେଶର ରାଜଧାନୀ ଦିଲ୍ଲୀ ଏବେ ଅଣନିଶ୍ବାସୀ ହୋଇପଡ଼ିଛି । ପ୍ରଦୂଷଣ ସବୁ ସୀମା ଟପିଯାଇଛି । ରାଜଧାନୀରେ ବହୁ ସ୍ଥାନରେ AQI 450 ଅତିକ୍ରମ କରିଛି । ଆଜି ଦିଲ୍ଲୀର ଅଧିକାଂଶ ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ସ୍ତର ହ୍ରାସ ପାଇଛି । ଆନନ୍ଦ ବିହାର ନିକଟବର୍ତ୍ତୀ ଅଞ୍ଚଳରେ ଗମ୍ଭୀର ଶ୍ରେଣୀରେ ରହିଛି ବାୟୁ ଗୁଣବତ୍ତା ସୂଚକାଙ୍କ । ଗ୍ରାପ୍-୪ ଲାଗୁ ହୋଇଥିବାରୁ ଦିଲ୍ଲୀ-ଏନସିଆରରେ କଟକଣା ବୃଦ୍ଧି ପାଇଛି । ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରେ BS-3 ପେଟ୍ରୋଲ ଏବଂ BS-4 ଡିଜେଲ ଯାନଗୁଡ଼ିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
୧୮ଟି ସ୍ଥାନରେ ୪୦୦ ପାର କରିଛି ବାୟୁ ଗୁଣବତ୍ତା (AQI) । ଦିଲ୍ଲୀରେ ଶନିବାର ସକାଳ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। ଏହି ସପ୍ତାହର ଆରମ୍ଭରେ AQIରେ ସାମାନ୍ୟ ଉନ୍ନତି ଦେଖାଯାଇଥିଲା, କିନ୍ତୁ ଶନିବାର ସୁଦ୍ଧା ପୁଣି ପ୍ରଦୂଷଣ ବଢ଼ିଛି।
ନିରନ୍ତର ୯ ଦିନ AQI ଅଧିକ ରହିବା ପରେ, ମଙ୍ଗଳବାର ରାଜଧାନୀକୁ ଆଶ୍ୱସ୍ତି ମିଳିଥିଲା। କାରଣ AQI ୨୮୨କୁ ହ୍ରାସ ପାଇଥିଲା। ବୁଧବାର ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ସହ AQI ୨୫୯ ରେକର୍ଡ କରାଯାଇଥିଲା। କିନ୍ତୁ ଗୁରୁବାର ଏହା ବଢ଼ିବାକୁ ଲାଗିଥିଲା । ଏବେ ଏହା ବଢ଼ି ୩୮୭ରେ ପହଞ୍ଚିଛି । କୁହାଯାଉଛି ଯେ, ଦିଲ୍ଲୀର ୧୮ଟି ସ୍ଥାନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାବ ହେବା ସହ ୪୦୦ ପାର୍ କରିଯାଇଛି। ବଜିରପୁରରେ AQI ୪୪୩ ଥିବା ବେଳେ ଜାହାଙ୍ଗୀରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀ ଏବଂ ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭, ନରେଲାରେ ୪୨୫, ବାୱାନାରେ ୪୨୪, ନେହେରୁ ନଗରରେ ୪୨୧, ପ୍ରତାପଗଞ୍ଜରେ ୪୧୯, ଆଇଟିଓରେ ୪୧୭, ପଞ୍ଜାବୀ ବାଗରେ ୪୧୬, ମୁଣ୍ଡକାରେ ୪୧୫, ବୁରାରୀରେ ୪୧୩, ଚାନ୍ଦନୀ ଚକଖରେ ୪୧୨ ଏବଂ ଡିୟୁ ଉତ୍ତର କ୍ୟାମ୍ପସ୍ରେ ୪୦୧।
📱 Get Argus News App
✨Related Topics
Explore more stories