Videos
|
National

Supreme Court / ଦିଲ୍ଲୀରେ ଦୁଷ୍କର୍ମ ବଢୁଥିବାରୁ ସୁପ୍ରିମକୋର୍ଟଙ୍କ ଉଦବେଗ…ଅପରାଧୀଙ୍କ ଉପରେ କଠୋର ଆକ୍ସନ ନେବାକୁ ନିର୍ଦ୍ଦେଶ

Ritu Das
Browse all articles by Ritu Das
·1 hour ago·2 min read
ଦିଲ୍ଲୀରେ ଦୁଷ୍କର୍ମ ବଢୁଥିବାରୁ ସୁପ୍ରିମକୋର୍ଟଙ୍କ ଉଦବେଗ…ଅପରାଧୀଙ୍କ ଉପରେ କଠୋର ଆକ୍ସନ ନେବାକୁ ନିର୍ଦ୍ଦେଶ
India

Key Points

ଦିଲ୍ଲୀରେ ଦୁଷ୍କର୍ମ ବଢୁଥିବାରୁ ସୁପ୍ରିମକୋର୍ଟଙ୍କ ଉଦବେଗ
ଅପରାଧୀଙ୍କ ଉପରେ କଠୋର ଆକ୍ସନ ନେବାକୁ ନିର୍ଦ୍ଦେଶ
ପୋଲିସ ଆକ୍ସନ ଦେଖି ଛାନିଆ ହୋଇଯିବେ ଅପରାଧୀ
ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ନଜରକୁ ଆସିବା ପରେ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ ସର୍ବୋଚ୍ଚ ଅଦାଲତ ନିଜଆଡୁ ମାମଲା ରୁଜୁ କରି ଅପରାଧୀଙ୍କ ଉପରେ କଠୋର ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଜଷ୍ଟିସ ଜେ.ବି. ପଡିଓ୍ବାଲା ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଦୁଷ୍କର୍ମ ମାମଲା ରୋକିବାକୁ କେବଳ ନିର୍ଦ୍ଦେଶାବଳୀ ଜାରି କରିବା ପର୍ଯ୍ୟାପ୍ତ ନୁହେଁ, ଏ ନେଇ ସ୍ପଟରେ କଡା ଆକ୍ସନ ନେବାକୁ ପଡିବ । ଏଭଳି ମାମଲାରେ ସଂପୃକ୍ତ ରହୁଥିବା ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ପଡିବ ।

ଅପରାଧୀ ଭାବିବେ ସେମିତି କଲେ ଚାଲିଯିବ ଜୀବନ। ଯଦି ସେମିତି ନ ହୁଏ ତେବେ ଦୁଷ୍କର୍ମ ଘଟଣା ରୋକିବା କଷ୍ଟକର ହୋଇପଡିବ । ରାତି ୧୦ଟାରେ ଯେମିତି ମହିଳାମାନେ ନିଜକୁ ସୁରକ୍ଷିତ ମଣିବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । କିଛି ବ୍ୟକ୍ତି ଧାରା ୨୧ ଅନୁଯାୟୀ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିବେ କିନ୍ତୁ ପୋଲିସକୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଡିବ । ଏବେ ଘଟଣା ପରେ ଦୋଷୀକୁ ଧରି ଜେଲରେ ଭର୍ତ୍ତି କରାଯାଉଛି । କିନ୍ତୁ ଏଭଳି ଘଟଣାକୁ କିପରି ଏଡାଯାଇ ପାରିବ ତା ଉପରେ ଫୋକସ ଦରକାର । ଦୁଷ୍କର୍ମ ଓ ଅସଦାଚରଣ ମାମଲା ରୋକିବାକୁ ଯାଞ୍ଚ ଓ ପାଟ୍ରୋଲିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ ପୋଲିସକୁ ସର୍ବସାଧାରଣ ସ୍ଥାନରେ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାର୍କ, ରାସ୍ତା, ବସଷ୍ଟାଣ୍ଡ ଓ ମେଟ୍ରୋ ଷ୍ଟେସନ୍ ସହ ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଦିଳ୍ଲୀ ପୋଳିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ରେ ହେବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: