Videos
|
National

Delhi Blast / ବିଶ୍ୱବିଦ୍ୟାଳୟ ଭିତରେ କଣ ଚାଲିଥିଲା, କାହିଁକି ପଳାଉଛନ୍ତି କର୍ମଚାରୀମାନେ ?

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବିଶ୍ୱବିଦ୍ୟାଳୟ ଭିତରେ କଣ ଚାଲିଥିଲା, କାହିଁକି ପଳାଉଛନ୍ତି କର୍ମଚାରୀମାନେ ?

Key Points

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲା
ତଦନ୍ତକାରୀ ଏଜେନ୍ସିଙ୍କ ରାଡାରରେ ୨୦୦ରୁ ଅଧିକ ଡାକ୍ତର
କ୍ୟାମ୍ପସ ଛାଡୁଛନ୍ତି ଏକାଧିକ କର୍ମଚାରୀ
ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ବି ହ୍ରାସ
ଦିଲ୍ଲୀ କାର୍ ବ୍ଲାଷ୍ଟ ମାମଲାରେ ଘାଣ୍ଟୁଛି NIA। ତଦନ୍ତକାରୀ ଏଜେନ୍ସିଙ୍କ ରାଡାରରେ ଫରିଦାବାଦ ଅଲଫଲାହ ବିଶ୍ବବିଦ୍ୟାଳୟର 200ରୁ ଅଧିକ ଡାକ୍ତର । କ୍ୟାମ୍ପସ ଛାଡୁଛନ୍ତି କର୍ମଚାରୀ । ସେପଟେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆହତ। NIA, ସ୍ପେଶାଲ୍ ସେଲ୍, ED ସମେତ ବହୁ ଏଜେନ୍ସି କରୁଛନ୍ତି ମାମଲାର ତଦନ୍ତ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସ୍କାନରକୁ ଆସିଥିବା ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୨୦୦ ରୁ ଅଧିକ ଡାକ୍ତର ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଜାରି ରହିଛି ତଦନ୍ତ। କ୍ୟାମ୍ପସରେ ନିୟମିତ ସୁରକ୍ଷା ଯାଞ୍ଚ କରାଯାଉଛି । ସେପଟେ ବିଶ୍ବବିଦ୍ୟାଳୟ ରେଜିଷ୍ଟରରୁ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

ଛୁଟିରେ ଯାଇ ଫେରି ନାହାନ୍ତି ଅନେକ କର୍ମଚାରୀ। ବିସ୍ଫୋରଣ ପରେ କେଉଁମାନେ ଏବଂ କାହିଁକି ବିଶ୍ୱବିଦ୍ୟାଳୟ ଛାଡି ଚାଲିଗଲେ ତାହା ତଦନ୍ତକାରୀ ସଂସ୍ଥା ଜାଣିବାକୁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ ୧ ହଜାର ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ଗତକାଲି ଦିଲ୍ଲୀ ବିସ୍ଫୋରଣ ପରେ ଚର୍ଚ୍ଚାକୁ ଆସିଥିବା ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପୁଣି ସନ୍ଦେହ ଘେରରେ । ଏଠି ପାଠ ପଢ଼ା ହୁଏ ନା ଆତଙ୍କବାଦୀ ସୃଷ୍ଟି ହୁଅନ୍ତି ବୋଲି ଉଠିଲାଣି ପ୍ରଶ୍ନ । କାରଣ ବିସ୍ଫୋରଣକୁ ନେଇ ତଦନ୍ତ ଚାଲିଥିବା ଭିତରେ, ବିଶ୍ୱବିଦ୍ୟାଳୟର ୧୦ ରୁ ଅଧିକ ଜଣ ନିଖୋଜ ଥିବା ଖବର ସାମ୍ନାକୁ ଆସୁଛି ।

ୟୁନିଭର୍ସିଟିରେ ଚାକିରି କରୁଥିବା କର୍ମଚାରୀଙ୍କ ସମେତ କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଖାଲି ସେତିକି ନୁହେଁ ନିଖୋଜଙ୍କ ମଧ୍ୟରେ ୩ ଜଣ କାଶ୍ମୀରୀ ମଧ୍ୟ ରହିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ତନାଘନା। ଗାୟବ ଥିବା ଲୋକଙ୍କ ଫୋନ୍ ସ୍ୱିଚ୍ ଅଫ ରହିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜମ୍ମୁ-କାଶ୍ମୀର ପୋଲିସ ଏବଂ ଫରିଦାବାଦ ପୋଲିସ ଦ୍ୱାରା ତଦନ୍ତ ଆରମ୍ଭ ପରେ ସେମାନେ ଗାୟବ ହୋଇଥିବା କୁହାଯାଉଛି । ଉଭୟ ରାଜ୍ୟର ପୋଲିସ ସେମାନଙ୍କୁ ଖୋଜୁଛି। ଆଜି ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସ୍କାନରକୁ ଆସିଥିବା ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୨୦୦ ରୁ ଅଧିକ ଡାକ୍ତର ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଜାରି ରହିଛି ତଦନ୍ତ।

କୋଟି କୋଟି ଟଙ୍କାର କାରବାର ସନ୍ଦେହ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିମାଣ୍ଡ ନୋଟ୍ ଅନୁଯାୟୀ, ଏହି ସଂସ୍ଥା ଗତ କିଛି ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇ କେବଳ ଆଡ୍‌ମିଶନ ଦେଇଛି ତା' ନୁହେଁ, ସେମାନଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଧ୍ୟ ସଂଗ୍ରହ କରିଛି । ITRର ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱବିଦ୍ୟାଳୟ ୨୦୧୪-୧୫ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଆୟ କରିଛି।

ଏଥିସହ ପଢ଼ନ୍ତୁ: Al Falah Universityରେ ପାଠ ପଢ଼ା ହେଉଥିଲା ନା ଆତଙ୍କବାଦୀ ତିଆରି ହେଉଥିଲେ ?

ଇଡି ତଦନ୍ତରୁ ଜଣାପଡିଛି ଯେ ଏହି ସଂସ୍ଥା ୨୦୧୪-୧୫ ଏବଂ ୨୦୧୫-୧୬ ଆର୍ଥିକ ବର୍ଷରେ ଯଥାକ୍ରମେ ୩୦.୮୯ କୋଟି ଏବଂ ୨୯.୪୮ କୋଟି ଟଙ୍କା ଡୋନେସନ ବାବଦକୁ ପାଇଛି । ଏହାପରେ ୨୦୧୬-୧୭ ଠାରୁ ଏଭଳି ଆୟକୁ ସିଧାସଳଖ ଶିକ୍ଷାଗତ ରେଭେନ୍ୟୁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏଜେନ୍ସି ଦାବି କରିଛି ଯେ ବିଶ୍ୱବିଦ୍ୟାଳୟ ମିଛ ପ୍ରତିଶ୍ରୁତି ଓ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇ ସେମାନଙ୍କ ବିଶ୍ୱାସ ଜିତିଛି । ତାପରେ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ଏହି ମାମଲାରେ ଇଡିର ତଦନ୍ତ ଦିଲ୍ଲୀ ପୋଲିସର ଏକ FIRରୁ ଆରମ୍ଭ ହୋଇଥିଲା, ଆଉ ଏବେ ମନି ଲଣ୍ଡରିଂ ଦିଗରେ ଚାଲିଛି ଖୋଳତାଡ଼ ।

ସେପଟେ ଆଲ୍ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକି ମଧ୍ୟ ଇଡି ହେପାଜତରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିଦ୍ଦିକିଙ୍କୁ ୧୩ ଦିନ ପାଇଁ ନିଜ ରିମାଣ୍ଡକୁ ନେଇଛି। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦଙ୍କୁ ଗିରଫ କରାଯାଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories