Delhi Blast Update / ସାମ୍ନାକୁ ଆସିଲା ଦିଲ୍ଲୀ ଲାଲକିଲ୍ଳା ନିକଟ ବିସ୍ଫୋରଣର ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ
·7 months ago·2 min read

Key Points
ଦିଲ୍ଲୀ ଲାଲକିଲ୍ଳା ବିସ୍ଫୋରଣ ଘଟଣାର ବଡ଼ ଖୁଲାସା ।
ସାମ୍ନାକୁ ଆସିଲା ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ।
ଆତଙ୍କବାଦୀ ବୁରହାନ ୱାନି ମୃତ୍ୟୁର ପ୍ରତିଶୋଧ ଚାହୁଁଥିଲା ଆତଙ୍କୀ ଡକ୍ଟର ଉମର ।

ଲାଲକିଲ୍ଳା ନିକଟ ବିସ୍ଫୋରଣ ଘଟଣାର ବଡ଼ ଖୁଲାସା । ସାମ୍ନାକୁ ଆସିଲା ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ । ତଦନ୍ତକାରୀ ଏଜେନ୍ସି ବଡ଼ ଖୁଲାସା କରିଛନ୍ତି । ୨୦୧୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ବୁରହାନ ୱାନି ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଚାହୁଁଥିଲା ଡକ୍ଟର ଉମର ।
କାରଣ ୱାନିର ମୃତ୍ୟୁ ପରେ ଡକ୍ଟର ଉମର ଜମ୍ମୁ-କାଶ୍ମୀରରେ ହୋଇଥିବା ପ୍ରତିବାଦରେ ସାମିଲ ହୋଇଥିଲା ଏବଂ ମୃତ୍ୟୁର ପ୍ରତିଶୋଧ ନେବା କଥା କହିଥିଲା । ଜମ୍ମୁ-କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର ପରେ କ୍ରୋଧିତ ଥିଲା ଉମର । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଉମର ୨୦୨୩ ମସିହାରୁ IED ଡିଭାଇସ୍ ସମ୍ପର୍କିତ ଗବେଷଣାରେ ନିୟୋଜିତ ଥିଲା ।
୨୦୨୩ ହରିୟାଣାର ଦେଖା ଯାଇଥିବା ସାଂପ୍ରଦାୟିକ ହିଂସା ଏବଂ ୨୦୨୩ ମାର୍ଚ୍ଚରେ ୨୫ ବର୍ଷୀୟ ନସିର ଓ ୩୫ ବର୍ଷୀୟ ଜୁନେଦଙ୍କୁ ଗୋ ରକ୍ଷାକାରୀମାନେ ହତ୍ୟା କରିଥିବାରୁ ଉମର ପ୍ରତିଶୋଧ ଚାହୁଁଥିଲା । ସେହିପରି ଟେରର ମଡ୍ୟୁଲରେ ପ୍ରଥମ ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ମୁଜାମିଲ ଶକୀଲକୁ ଜେରା କରିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।
ମୁଜାମିଲ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିବା ମୌଲବୀ ଇରଫାନ ଅହମଦ ଜରିଆରେ ହ୍ୱାଇଟ କଲାର ଟେରର ମଡ୍ୟୁଲର ପ୍ରଥମ ସଦସ୍ୟ । ସେ ହିଁ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଉମରର ନାଁ ଏମିର ରହିଥିଲା ବୋଲି କହିଛି । ଆତଙ୍କବାଦୀମାନେ ଯୋଜନାର ନାଁ ରଖିଥିଲେ ‘ଅପରେସନ ଏମିର’।
ଆତ୍ମଘାତୀ ବିସ୍ଫୋରଣକାରୀର ନାଁ ଅନୁସାରେ ଏପରି ନିଷ୍ପତ୍ତି ହୋଇଥିଲା । ଟେରର ମଡ୍ୟୁଲରେ ସବୁଠାରୀ ଜ୍ଞାନୀ ଥିଲା ଉମର । ସେ ୯ଟି ଭାଷା ଜାଣିଥିବା ବେଳେ ତା’ର ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନ୍ୟମାନଙ୍କ ଠାରୁ ଅଧିକଥିଲା । ପ୍ରଥମେ ଟେରର ମଡ୍ୟୁଲର ସଦସ୍ୟମାନେ ହରିୟାଣାରେ ରଖିଥିବା ବିସ୍ଫୋରକକୁ ଜମ୍ମୁ-କଶ୍ମୀର ନେବାକୁ ଚାହୁଁଥିଲେ । ସେଠାରେ କିଛି ବଡ଼ ଅଘଟଣ ଘଟାଇବାକୁ ଉମର ଯୋଜନା କରିଥିଲା ।
ନଭେମ୍ବର ୧୦ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିଲେ । ବିସ୍ଫୋରଣରେ ଅନେକ ଲୋକଙ୍କ କାନର ପରଦା, ଫୁସଫୁସ ଏବଂ ଅନ୍ତନଳୀ ଫାଟି ଯାଇଥିଲା । କେତେକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିଲା। ଅନ୍ୟ ଗୁରୁତର ଆହତ ରୋଗୀମାନେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ।
ଅଧିକ ପଢ଼ନ୍ତୁ ଭାରତ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories