Delhi Renaming / କେରଳ ପରେ, ରାଜଧାନୀ ଦିଲ୍ଲୀର ଏହି ନାଁ ରହିବ...କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ
·4 months ago·2 min read

Key Points
କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ, ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି।
କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ, ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି। ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀର ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ ପୁନଃସ୍ଥାପିତ କରିବ। ସେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ପ୍ରସ୍ତାବ ଉପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି।
ଖଣ୍ଡେଲୱାଲ ଚିଠିରେ ଲେଖିଛନ୍ତି,ଐତିହାସିକ ସାହିତ୍ୟ, ପ୍ରତ୍ନତାତ୍ତ୍ୱିକ ପ୍ରମାଣ ତଥା ଦୀର୍ଘକାଳୀନ ସଭ୍ୟତାଗତ ପରମ୍ପରା ପ୍ରତିପାଦିତ କରେ ଯେ, ବର୍ତ୍ତମାନର ଦିଲ୍ଲୀ ହେଉଛି ପ୍ରାଚୀନ ଇନ୍ଦ୍ରପ୍ରସ୍ଥର ସ୍ଥାନ। ଯାହା ପାଣ୍ଡବମାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରାଜଧାନୀ। ମହାକାବ୍ୟ ମହାଭାରତରେ ଏହା ବର୍ଣ୍ଣିତ ହୋଇଛି। ଖଣ୍ଡେଲୱାଲଙ୍କ ଅନୁସାରେ, ଦିଲ୍ଲୀ ନାମ କେବଳ ଇତିହାସର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ପ୍ରତିଫଳିତ କରୁଛି।
ସେ ଲେଖିଛନ୍ତି, ପୁରୁଣା କିଲ୍ଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ଖନନରୁ ପ୍ରାୟ ୩,୦୦୦ ବର୍ଷ ପୁରୁଣା ପ୍ରାଚୀନ ବସତିର ପ୍ରମାଣ ମିଳିଛି। ଯାହା ୧,୦୦୦ ବିସିଇଠାରୁ ଥିବାର ଜଣାପଡ଼ିଛି। ଯେଉଁଥିରେ ମହାଭାରତ କାଳ ସହିତ ଜଡିତ ପେଣ୍ଟେଡ୍ ଗ୍ରେ ୱେୟାର (ପିଜିଡବ୍ଲୁ) ସଂସ୍କୃତିର ଅବଶେଷ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତାଙ୍କ ଅନୁସାରେ, ଏହି ଆବିଷ୍କାରଗୁଡ଼ିକ ଐତିହାସିକ ବିଶ୍ୱାସକୁ ଦୃଢ଼ କରେ ଯେ, ପ୍ରାଚୀନ ଇନ୍ଦ୍ରପ୍ରସ୍ଥ ଆଜି ଦିଲ୍ଲୀ ଯେଉଁ ସ୍ଥାନରେ ଅବସ୍ଥିତ ସେଠାରେ ଅବସ୍ଥିତ ଥିଲା। ସେ କହିଛନ୍ତି, ଇନ୍ଦ୍ରପ୍ରସ୍ଥ ନାମ ପୂର୍ବରୁ ଦିଲ୍ଲୀର ଅନେକ ପ୍ରମୁଖ ପ୍ରତିଷ୍ଠାନ ଓ ସ୍ଥାନରେ ବ୍ୟବହୃତ ହେଉଛି। ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଏ, ଏହି ଐତିହାସିକ ନାମ ସମାଜରେ ସ୍ୱାଭାବିକ ଗ୍ରହଣୀୟତା ପାଇଛି।
ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ପ୍ରାଚୀନ ସାଂସ୍କୃତିକ ତଥା ଐତିହାସିକ ପରିଚୟକୁ ପୁନର୍ଜୀବିତ କରିବା ପାଇଁ ପାଣ୍ଡବମାନଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ପୁରୁଣା କିଲ୍ଲା ଭଳି ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରବୀଣ ଖଣ୍ଡେଲୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ପୃଥକ ଚିଠି ମଧ୍ୟ ଲେଖି ଦିଲ୍ଲୀର ନାମକୁ ଇନ୍ଦ୍ରପ୍ରସ୍ଥ କରିବା ପାଇଁ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଇବାକୁ ଦାବି କରିଛନ୍ତି। ଯାହାଦ୍ୱାରା ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଦାବିକୁ ସମର୍ଥନ କରି ଖଣ୍ଡେଲୱାଲ ତାଙ୍କ ଚିଠିରେ ଲେଖିଛନ୍ତି, ବମ୍ବେ, କଲିକତା, ମାଡ୍ରାସ ଓ ବାଙ୍ଗାଲୋରର ପୁରୁଣା ନାମ ଯଥାକ୍ରମେ ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁ ଭାବରେ ପରିବର୍ତ୍ତନ ହୋଇସାରିଛି। ସେହିପରି ଆହ୍ଲାବାଦର ନାମ ପ୍ରୟାଗରାଜ ରଖାଯାଇଛି। ଏବେ ଦିଲ୍ଲୀର ନାମ ପରିବର୍ତ୍ତନ କରାଯିବା ଉଚିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories