Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆନ୍ନାଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିଲା AAP, ପ୍ରଥମେ ତାଙ୍କୁ ଦୁରେଇ ଦେଇଥିଲେ କେଜ୍ରିଓ୍ୱାଲ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆନ୍ନାଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିଲା AAP, ପ୍ରଥମେ ତାଙ୍କୁ ଦୁରେଇ ଦେଇଥିଲେ କେଜ୍ରିଓ୍ୱାଲ !

AAP ପରାଜୟକୁ ନେଇ ବଡ଼ ବୟାନ ରଖିଲେ ଆନ୍ନା ହଜାରେ । ସେ ସିଧା ସିଧା କହିଛନ୍ତି ଦଳ ଭୁଲ ବାଟରେ ଗଲା ସେଥିପାଇଁ ଡାଉନ୍‌ ହେଲା ।
ଆଜି ଦିଲ୍ଲୀ ନିର୍ବାଚନକୁ ନେଇ ଯେତେବେଳେ ଗଣତି ଚାଲିଥିଲା, ଆଉ ଆପ୍‌ ହାରି ହାରି ଆସୁଥିଲା । ସେତେବେଳେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ AAPକୁ କରିଥିଲେ କଡ଼ା ସମାଲୋଚନା । ନ୍ୟୁଜ ଏଜେନ୍ସି PTIକୁ ଆନ୍ନା ହଜାରେ କହିଥିଲେ ଯେ, 'ମୁଁ ସବୁବେଳେ କହିଆସିଛି ପ୍ରାର୍ଥୀ ବା ଲୋକ ପ୍ରତିନିଧିଙ୍କ ବ୍ୟବହାର ଓ ବିଚାର ସବୁବେଳେ ଶୁଦ୍ଧ ରହିବା ଉଚିତ୍ । ସେମାନଙ୍କ ଜୀବନ ନିଷ୍କଳଙ୍କ ହେବା ସହ ଜୀବନରେ ତ୍ୟାଗ ରହିବା ଉଚିତ୍ ।'

'ପ୍ରାର୍ଥୀଙ୍କର ଏହିସବୁ ଭଲ ଗୁଣ ଥିଲେ ମତଦାତାଙ୍କ ବିଶ୍ୱାସ ବଢ଼େ । ମୁଁ ଏକଥା ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର କହିଥିଲି । କିନ୍ତୁ ସେ ଏହା ବୁଝିପାରିଲେ ନାହିଁ କିମ୍ବା ମୋ କଥାକୁ ଗୁରୁତ୍ୱ ଦେଲେ ନାହିଁ । ମଦ ଦୁର୍ନୀତି ନେଇ ମଧ୍ୟ ଚେତାବନୀ ଦେଇଥିଲି । ବିଶେଷକରି ନୂଆ ଅବକାରୀ ନୀତିକୁ ନେଇ ମୋ କଥା ପ୍ରତି ଧ୍ୟାନ ଦେଲେ ନାହିଁ । ଯାହାର ପରିଣାମ ଏବେ ସେ ଭୋଗିଲେ । ସେମାନେ କେବଳ ମଦକୁ ଫୋକସ କଲେ । ଟଙ୍କା ବଳରେ ବଳିୟାନ ହେଲେ । କ୍ଷମତା ଲୋଭରେ ଅନ୍ଧ ହୋଇଯାଇଥିଲେ ।'

ଆନ୍ନାଙ୍କ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଥିବା ବେଳେ ସୋସିଆଲ ମିଡିଆରେ କେଜ୍ରିଓ୍ୱାଲଙ୍କୁ ଟ୍ରୋଲ କରୁଛନ୍ତି ୟୁଜର । କାରଣ ଦିନେ କେଜ୍ରିଓ୍ୱାଲ ଛାତିପିଟି କହିଥିଲେ 'ମୋଦି ଏଇ ଜନ୍ମରେ କେବେ ବି AAP କୁ ହରାଇପାରିବେ ନାହିଁ । AAPକୁ ହରାଇବାକୁ ହେଲେ ତାଙ୍କୁ ଆଉ ଏକ ଜନ୍ମ ନେବାକୁ ପଡ଼ିବ । ୨୦୨୫ କ'ଣ ୨୦୫୦ ପର୍ଯ୍ୟନ୍ତ ଦିଲ୍ଲୀରେ ଆପ୍‌କୁ ହରାଇପାରିବେ ନାହିଁ ମୋଦି' । ଏହି ପୁରୁଣା ବୟାନର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଆଉ ଆଜି ପରାଜୟ ପରେ ଯେଉଁ ଭିଡିଓ ସେ ପୋଷ୍ଟ କରିଛନ୍ତି ତାହା ମଧ୍ୟ ଭାଇରାଲ ହେଉଛି । ଏହି ଭିଡିଓରେ ସେ ପରାଜୟକୁ ସ୍ୱୀକାର କରିବା ସହ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ଦିଲ୍ଲୀରେ ହୋଇଥିବା ୨୦୧୧ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଏକ ବଡ଼ ଚେହେରା ଥିଲେ ଆନ୍ନା ହଜାରେ, ଯାହା କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ଜନ୍ମ ଦେଇଥିଲା । ସେତେବେଳେ ଆନ୍ନା ହଜାରେ ଥିଲେ ଦେଶରେ ଦୁର୍ନୀତି ବିରୋଧୀ ଚେହେରା । କ୍ଷମତାକୁ ଆସିବା ପରେ କେଜରିୱାଲ୍, କ୍ଷମତା ମୋହରେ ଅନ୍ଧ ହୋଇ ଆନ୍ନାଙ୍କୁ ଦୂରେଇ ଦେଇଥିଲେ । ଆନ୍ନାଙ୍କ ଏହି ଦୁର୍ନୀତି ବିରୋଧୀ ଆନ୍ଦୋଳନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।


କଂଗ୍ରେସ ସରକାର ବିରୋଧରେ ଥିବା ଏହି ଦୁର୍ନୀତି ଖୁବ୍ ତୀବ୍ର ହୋଇଥିଲା । ଯାହାକି ଗାଁ ଗହଳିରେ ଥିବା ଲୋକଙ୍କୁ ମଧ୍ୟ ଜାଗ୍ରତ କରିଥିଲା । ଯାହାର ଫାଇଦା ନେଇଥିଲା AAP । ଆନ୍ନାଙ୍କ ଆନ୍ଦୋଳନରୁ କେଜ୍ରିଓ୍ୱାଲ ଉଭା ହୋଇଥିଲେ । ତାପରେ AAPର ଜନ୍ମ ହୋଇଥିଲା । ଆଉ ୨୦୧୩ରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କରିଥିଲା AAP ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Results: 'Arvind Kejriwal Overwhelmed By Money Power, Ignored My Advice', Says Anna Hazare | Argus News