Building Collapse / ୬ ମହଲା ବିଶିଷ୍ଟ ହଷ୍ଟେଲ କୋଠା ଭୁଶୁଡ଼ିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା
·25 mins ago·2 min read

Key Points
ଦିଲ୍ଲୀ ସତ୍ୟନିକେତନରେ ୬ ମହଲା ବିଶିଷ୍ଟ ବଏଜ୍ ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣାରେ ୫ ଜଣ ଆଖି ବୁଜିଛନ୍ତି । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।
ନୂଆଦିଲ୍ଲୀ: ଭଗ୍ନାବଶେଷ ତଳୁ ଚାଲିଛି ଜୀବନ ସନ୍ଧାନ । ଦିଲ୍ଲୀ ସତ୍ୟନିକେତନରେ ୬ ମହଲା ବିଶିଷ୍ଟ ବଏଜ୍ ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣାରେ ୫ ଜଣ ଆଖି ବୁଜିଛନ୍ତି । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।
ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏମ୍ସରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସେପଟେ ଅଧାରୁ ଗୋଆ ଗସ୍ତ ବାତିଲ କରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା ୪ ମହଲା ହଷ୍ଟେଲ କୋଠା, ଅନେକ ପିଲା ଫସିଥିବା ଆଶଙ୍କା
ଦିଲ୍ଲୀର ଦକ୍ଷିଣ-ପଶ୍ଚିମାଞ୍ଚଳ ସତ୍ୟନିକେତନରେ ରବିବାର ଅପରାହ୍ନରେ ଭୁଶୁଡ଼ି ପଡ଼ିଥିଲା ୬ ମହଲା ବିଶିଷ୍ଟ କୋଠା । କୋଠାର ଭଗାଂଶ୍ନ ତଳେ ୪୦ରୁ ୫୦ ଜଣ ଛାତ୍ର ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଇଥିଲା । ଅଗ୍ନିଶମ ବାହିନୀ, NDRF ଆଦି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଉଦ୍ଧାରଙ୍କ ମଧ୍ୟରୁ ଏବେ ଏମ୍ସକୁ ୧୦ ଜଣଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ୪ ଜଣଙ୍କୁ ମୃତ ଅବସ୍ଥାରେ ଏମ୍ସ ନିଆଯାଇଥିବା ବେଳେ ଜଣେ ଚିକିତ୍ସା ବେଳେ ଜୀବନ ହାରିଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାଟି ପ୍ରାୟ ୪୦ରୁ ୫୦ ବର୍ଷ ପୁରୁଣା ବୋଲି ଦିଲ୍ଲୀ ପୋଲିସ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ପୋଲିସ ଅନୁସାରେ, କୋଠାଟି ଅସୁରକ୍ଷିତ ଥିବାରୁ ତାର ବେସମେଣ୍ଟରେ ମରାମତି କାର୍ଯ୍ୟ ଜାରି ରହିଥିଲା । ଅଭିଯୋଗ ଅନୁସାରେ, ଗ୍ରାଉଣ୍ଡ ଫ୍ଲୋର ମରାମତି କାରଣରୁ କୋଠାଟି ଭୁଶୁଡ଼ି ପଡ଼ିଛି । କୋଠା ମାଲିକ ହରିରାମ ବଂସଲ ଓ ଅନ୍ୟମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା: ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
କୋଠା ଭୁଶୁଡ଼ିବା ସମୟରେ ବର୍ଷା ହେଉଥିବାରୁ ଅଧିକାଂଶ ଛାତ୍ର ନିଜ ରୁମରେ ଥିଲେ । ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂକୁ PG ଭାବେ ବ୍ୟବହାର କରାଯାଉଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, "ଦୁର୍ଘଟଣା ପାଇଁ ଯିଏ ବି ଦୋଷୀ ହୋଇଥିବ, ସେ ମାଲିକ ହେଉକି କୌଣସି ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅନୁସାରେ, "ବେସମେଣ୍ଟରେ ଖୋଳା କାର୍ଯ୍ୟ ଜାରି ରହିଥିଲା । ଯେଉଁଥିପାଇଁ ପିଲାର ଖସିଯିବାରୁ ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଆମ ସରକାରଙ୍କ ପ୍ରାଥମିକତା ସମସ୍ତଙ୍କୁ ବଞ୍ଚାଇବା ।"

Related Topics
Explore more stories