School Punishment / ବହି ଆଣି ନଥିବାରୁ ୧୦ ବର୍ଷର ଛାତ୍ରୀଙ୍କୁ ଖରାରେ ଛିଡ଼ା କରାଇଦେଲେ ? ଚାଲିଗଲା ଜୀବନ
·33 mins ago·2 min read

Key Points
ଝିଅଟି ବହି ନେଇ ସ୍କୁଲ୍କୁ ଯାଇ ନଥିଲା । ଯେଉଁଥିପାଇଁ ତାକୁ ଅକଥନୀୟ ଶାରିରୀକ ନିର୍ଯାତନା ଦିଆ ଯାଇଥିଲା । ଝିଅକୁ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା କରାଯାଇଥିଲା ।
ନୂଆଦିଲ୍ଲୀ: ସକାଳୁ ସକାଳୁ ସ୍କୁଲ୍ ଆସିଥିଲା କୁନି ଝିଅଟି । ହେଲେ ଘରେ ରହି ଯାଇଥିଲା ବହି । ଯାହାକୁ ନେଇ ଶିକ୍ଷୟିତ୍ରୀ ରାଗିଯିବା ସହ କୁଆଡ଼େ ୧୦ ବର୍ଷର ଛାତ୍ରୀକୁ ଖରାରେ ଘଣ୍ଟା ଘଣ୍ଟା ପାଇଁ ଛିଡ଼ା କରାଇ ଦେଇଥିଲେ । ଫଳରେ ଛାତ୍ରୀ ଜଣଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ । ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଥିବା ସରକାରୀ ସର୍ବୋଦୟ ଗର୍ଲ୍ସ ସ୍କୁଲ୍ରେ ଏହି ଅଘଟଣ ଘଟିଛି । ମୃତକ ୧୦ ବର୍ଷର ଅନ୍ଭୀ ବୋଲି ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: କାଲିଠାରୁ ଦେଶରେ ବଡ଼ ପରିବର୍ତ୍ତନ, ଆଜି ହିଁ ଏହି ୫ଟି ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରନ୍ତୁ, ଆଉ ସୁଯୋଗ ପାଇବେ ନାହିଁ!
ଅନ୍ଭୀର ପରିବାର ଲୋକଙ୍କ ଅନୁସାରେ, ଝିଅ ବହି ନେଇ ସ୍କୁଲ୍କୁ ଯାଇ ନଥିଲା । ଯେଉଁଥିପାଇଁ ତାକୁ ଅକଥନୀୟ ଶାରିରୀକ ନିର୍ଯାତନା ଦିଆ ଯାଇଥିଲା । ଝିଅକୁ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ଭୀ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବା ପରେ ଅଚେତ୍ ହୋଇ ତଳେ ପଡ଼ି ଯାଇଥିଲା । ଯାହା ପରେ ତାକୁ ସରକାରୀ ହସ୍ପିଟାଲ୍କୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ଭୀର ମୃତ୍ୟୁ ହୋଇଛି ।
କିନ୍ତୁ, ଦିଲ୍ଲୀ ପୋଲିସର କହିବା କଥା ହେଲା- "ଝିଅଟର ମୃତଦେହ ହସ୍ତାନ୍ତର ସମୟରେ ପରିବାର ଲୋକ କଠୋର ଦଣ୍ଡ ଦିଆଯାଇଥିବା ନେଇ ଅଭିଯୋଗ କରି ନଥିଲେ । ବରଂ ମୃତଦେହ ହସ୍ତାନ୍ତର ପରେ ସ୍କୁଲ୍ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ପରିବାର ଏଭଳି ଅଭିଯୋଗ ଆଣିଛି ।"
ଏଥିସହ ପଢ଼ନ୍ତୁ: ରାଜଧାନୀରେ ପୁଣି ଲଜ୍ଝା, ଚଳନ୍ତା ବସ୍ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ !
ତେବେ କେଉଁ ପରିସ୍ଥିତିରେ ଓ କିଭଳି ଝିଅଟିର ମୃତ୍ୟୁ ହେଲା ତାହା ତଦନ୍ତ ପରିସରଭୁକ୍ତ ରହିଛି । ଝିଅଟିକୁ ପ୍ରକୃତରେ ବିଦ୍ୟାଳୟରେ ଦଣ୍ଡିତ କରାଯାଇଥିଲା କି ? ଯଦି ହଁ ବିଦ୍ୟାଳୟରେ ଦିଆ ଯାଇଥିବା ଦଣ୍ଡ ସହ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ପର୍କ ଥିଲା କି ? ଏ ଦିଗରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ ୧୦ ବର୍ଷର ଝିଅକୁ କିଭଳି ଶାରିରୀକ ଦଣ୍ଡ ସହ ମାନସିକ ନିର୍ଯାତନା ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Related Topics
Explore more stories