Videos
|
National

ପ୍ରବଳ ବର୍ଷା ଯୋଗୁ ବୁଡ଼ିଲା ଦିଲ୍ଲୀ

Ritu Das
Browse all articles by Ritu Das
·2 years ago
ପ୍ରବଳ ବର୍ଷା ଯୋଗୁ ବୁଡ଼ିଲା ଦିଲ୍ଲୀ

ଅର୍ଗସ ବ୍ୟୁରୋ: ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିମଧ୍ୟରୁ ପୁରୁଣା ରାଜେନ୍ଦ୍ର ନଗର ମଧ୍ୟ ରହିଛି, ଯେଉଁଠାରେ ଗତ ସପ୍ତାହରେ ବର୍ଷା ପରେ ବେସମେଣ୍ଟରେ ପାଣି ପଶିଯିବାରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାରଧାମକୁ ଯାଇଥିବା ୨୦୦ ଯାତ୍ରୀ ଫସିଲେ

ବର୍ଷା ଭିତରେ ମଧ୍ୟ ଏହି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରହିଥିଲା। ପୁଣି ଆଜି ପ୍ରବଳ ବର୍ଷାରେ ଦିଲ୍ଲୀର ଅନେକ ଅଞ୍ଚଳ ବୁଡ଼ିକି ରହିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ, କଲେଜ ଏବଂ ଘର ଗୁଡ଼ିକରେ ଆଣ୍ଠୁଏ ଲେଖାଏ ପାଣି ପଶିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Delhi | Argus News