Terrorist / ଡାକ୍ତର..ଏକ ବିଫଳ ବିବାହ..ପୁଣି ନୂଆ ପ୍ରେମ.. ଧୀରେ ଧୀରେ ଆତଙ୍କ କବଳରେ

Key Points
ସେ ନିଜର ବୁଦ୍ଧି ଓ ଦକ୍ଷତାକୁ ଆତଙ୍କବାଦ ପାଇଁ ବ୍ୟବହାର କରିଥିଲା ।
ଜମ୍ମୁ-କାଶ୍ମୀର ଏବଂ ଦିଲ୍ଲୀ-ଏନସିଆରରେ ସକ୍ରିୟ ଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ପରେ, ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା କୌଣସି ହିନ୍ଦି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଜଣେ ଡାକ୍ତର.. ଏକ ବିଫଳ ବିବାହ... ଏକ ନୂଆ ପ୍ରେମ.. ତାପରେ.. ଧୀରେ ଧୀରେ ଆତଙ୍କ କବଳରେ ପଡ଼ିଯାଉଥିବା ଏକ ନୀରିହ ଜୀବନ। ଏହି ନେଟୱାର୍କର କେନ୍ଦ୍ରରେ ଅଛନ୍ତି ଡାକ୍ତର ଶାହିନ ସଇଦ ଏବଂ ଡାକ୍ତର ମୁଜାମ୍ମିଲ ଶକିଲ । ଏହି କାହାଣୀ କେବଳ ଏକ ପ୍ରେମ ସମ୍ପର୍କର ନୁହେଁ, ବରଂ ଶିକ୍ଷିତ ଡାକ୍ତରୀ ପ୍ରଫେସ୍ନାଲ କିଭଳି କଟ୍ଟରପନ୍ଥୀ ସଂଗଠନ ସହ ଧିରେ ଧିରେ ଯୋଡ଼ି ହୋଇ ନିଜ ଜୀବନକୁ ନଷ୍ଟ କରିଦିଏ, ତାହା ଉପରେ ମଧ୍ୟ ରହିଛି । ଏହି ଆତଙ୍କୀ ମଡ୍ୟୁଲ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବିସ୍ଫୋରଣ କରି ୧୫ ଜଣଙ୍କୁ ହତ୍ୟା କରିଥିଲା । ଏବେ ଜେଲ୍ରେ ଚକି ପେଶୁଛନ୍ତି ।
ଲକ୍ଷ୍ନୌର ବାସିନ୍ଦା ୪୬ ବର୍ଷୀୟା ଶାହିନ ଜଣେ ମେଧାବୀ ଛାତ୍ରୀ । କିନ୍ତୁ ସେ ନିଜର ବୁଦ୍ଧି ଓ ଦକ୍ଷତାକୁ ଆତଙ୍କବାଦ ପାଇଁ ବ୍ୟବହାର କରିଥିଲା । ଆଲାହାବାଦରୁ MBBS ସମାପ୍ତ କରିବା ପରେ, ସେ ଔଷଧ ବିଜ୍ଞାନ ପଢିଥିଲା। ତା' ବାପା ଜଣେ ସରକାରୀ କର୍ମଚାରୀ ଥିଲେ। ଶାହିନ ପ୍ରଥମେ ୨୦୦୩ ମସିହାରେ ଚକ୍ଷୁ ବିଶେଷଜ୍ଞ ଡକ୍ଟର ଜାଫର ହାୟାତଙ୍କୁ ବିବାହ କରିଥିଲା। ସେମାନଙ୍କର ଦୁଇଟି ସନ୍ତାନ ଥିଲା। ଉଭୟଙ୍କ ସମ୍ପର୍କ ୨୦୧୩ ମସିହାରେ ଭାଙ୍ଗି ଯାଇଥିଲା ।
ଛାଡ଼ପତ୍ର ପରେ, ସେ ୨୦୧୩ ମସିହାରେ କାନପୁରର GSVM ମେଡିକାଲ କଲେଜରୁ ହଠାତ୍ ଛୁଟି ନେଇଥିଲା। କାହାକୁ କିଛି ନଜଣାଇ ସେ କଲେଜ ଆସିବା ବନ୍ଦ କରିଦେଇଥିଲା। ସେ ଆଠ ବର୍ଷ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ମଧ୍ୟ କରିନଥିଲା । ତେଣୁ ୨୦୨୧ ମସିହାରେ ତାକୁ ଚାକିରିରୁ ବାହାର କରିଦିଆ ଯାଇଥିଲା । ତା’ପରେ ଶାହିନ ପୁନର୍ବାର ବିବାହ କରିଥିଲା। ତାର ନୂଆ ସ୍ୱାମୀ ଗାଜିଆବାଦରେ ଏକ କପଡ଼ା ବ୍ୟବସାୟ କରୁଥିଲା, ଏହି ବିବାହ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲା ।
ଅଲ୍-ଫଲାହରେ ହୃଦୟ ମିଶିଲା
ଏହାପରେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ମୁଜାମ୍ମିଲ୍ଙ୍କ ସହ ତାର ଦେଖା ହୁଏ । ଉଭୟଙ୍କର ହୃଦୟ ମିଶେ । ମୁଜ୍ଜାମିଲ ଜଣେ ଯୁବ ଡାକ୍ତର, ଏବଂ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଭାବରେ ତାର ଜୁନିଅର ଥିଲା । ଦୁହେଁ ବହୁତ ନିକଟତର ହୋଇଗଲେ। ପ୍ରତିଦିନ ଏକାଠି ବସୁଥିଲେ, କଲେଜରେ ଏକାଠି କାମ କରୁଥିଲେ ଏବଂ ସମାନ ପ୍ରଫେସନ୍ ଯୋଗୁଁ ଉଭୟଙ୍କର ସମ୍ପର୍କ ମଜବୁତ ହେବାକୁ ଲାଗିଥିଲା।
ଶାହିନ-ମୁଜାମ୍ମିଲଙ୍କ ବିବାହ
ପଚରାଉଚରା ସମୟରେ, ମୁଜାମ୍ମିଲ୍ ପ୍ରକାଶ କରିଥିଲା ଯେ ସେପ୍ଟେମ୍ବର ୨୦୨୩ ରେ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଏକ ମସ୍ଜିଦ୍ରେ ସେମାନେ ବିବାହ କରିଥିଲେ । ତାପରେ ସେମାନେ ଦମ୍ପତି ଭାବେ ଏକାଠି ରହିବା ଆରମ୍ଭ କରିଥିଲେ। ତେବେ ଶାହିନ ଏବଂ ମୁଜାମ୍ମିଲଙ୍କ ଘନିଷ୍ଠତା କେବଳ ଏକ ସମ୍ପର୍କ ନଥିଲା, ଏହା ଧିରେ ଧିରେ ବିପଜ୍ଜନକ ନେଟୱାର୍କର ମୂଳଦୁଆ ପାଲଟିଥିଲା।
ଏହି ସମୟରେ ଶାହିନ କିଛି ବ୍ୟକ୍ତିଙ୍କୁ ଭେଟିଥିଲା ଯେଉଁମାନେ ତାଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲେ। ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ, ସେ ଏକ ଛାତ୍ର ଗୋଷ୍ଠୀ, ଧାର୍ମିକ କାର୍ଯ୍ୟକଳାପ ଏବଂ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଆରମ୍ଭ କରିଥିଲା । ଏମିତି ଦେଖା ଚାହାଁ ମଧ୍ୟରେ, ଜୈଶ-ଏ-ମହମ୍ମଦର ମହିଳା ଶାଖା ଜମାତ-ଉଲ-ମୋମିନାତର ସଦସ୍ୟମାନେ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଏଜେନ୍ସିର କହିବାନୁଯାୟୀ, ଏହି ଗୋଷ୍ଠୀ ଶାହିନକୁ ମୌଳବାଦ, ଆତଙ୍କବାଦୀ ବିଚାରଧାରା ଏବଂ ଲଜିଷ୍ଟିକ୍ ନେଟୱାର୍କ ବିଷୟରେ ଟ୍ରେନିଂ ଦେବା ଆରମ୍ଭ କରିଥିଲା।
ତା’ପରେ, ଆତଙ୍କବାଦ ବିସ୍ତାର କରିବାର କାମ
ଧିରେ ଧୀରେ, ଶାହିନ ଏକ ଡାକ୍ତରୀ ପରିଚୟ ଆଳରେ ଜମ୍ମୁ ଏବଂ କାଶ୍ମୀର, ଦିଲ୍ଲୀ-ଏନସିଆର ଏବଂ ହରିୟାଣା ମଧ୍ୟରେ ଲଗାତାର ଯିବା ଆସିବା ଆରମ୍ଭ କଲା, ଜଣେ ଫଣ୍ଡ ସଂଗ୍ରହକାରୀ ଏବଂ ମେସେଞ୍ଜର ଭୂମିକା ଗ୍ରହଣ କଲା। ଏହି କାହାଣୀରେ କିଛି ଅନ୍ୟ ଚେହେରା ବି ଅଛନ୍ତି । ସେମାନଙ୍କ ମଧ୍ୟରେ ଉମର, ଆଦିଲ ଏବଂ ମୁଫତି ଇରଫାନ ରହିଛନ୍ତି । ଉମରର ଜୁନିଅର ଥିଲା ଆଦିଲ । ତିନିଜଣ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ଜମ୍ମୁ ଏବଂ କାଶ୍ମୀରରେ ଚିକିତ୍ସା ସମୟରେ ମୁଫତି ଇରଫାନ ସହିତ ମୁଜାମ୍ମିଲର ବନ୍ଧୁତା ହୋଇଥିଲା। ତଦନ୍ତରୁ ଜଣାପଡିଲା ଯେ ମୁଫତି ଇରଫାନ ପୂର୍ବରୁ ଆତଙ୍କବାଦୀଙ୍କ ସହିତ ଜଡ଼ିତ ଥିଲା ।
📱 Get Argus News App
✨Related Topics
Explore more stories