Delhi Water / ଆସିଲା ବଡ଼ ରିପୋର୍ଟ: ଅଧା ଦିଲ୍ଲୀର ସ୍ଥିତି ଭୟାନକ, ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍
·4 months ago·2 min read

Key Points
ଦିଲ୍ଲୀର ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍
ପରିସ୍ଥିତି ଭୟାନକ
ପରିସ୍ଥିତି ଭୟାନକ
ବାୟୁ ପରେ ଏବେ ଦିଲ୍ଲୀରେ ଜଳ ଚିନ୍ତା। ରାଜଧାନୀବାସୀ ପିଉଛନ୍ତି ବିଷାକ୍ତ ଜଳ। ଏକଥା ଆମେ କହୁନାହୁଁ। ଏପରି ଏକ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ପାଖାପାଖି ଦିଲ୍ଲୀର ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍ । ଭାରତରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଖାଦ୍ୟ ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଛି। ନା’ ଶୁଦ୍ଧ ଅମ୍ଳଜାନ ମିଳୁଛି ନା ପିଇବାକୁ ମୁନ୍ଦେ ସ୍ୱଚ୍ଛ ଜଳ। ସବୁଠାରୁ ବଡ଼ କଥା ହେଲା ଖାଦ୍ୟରେ ଏତେ ଅପମିଶ୍ରଣ ହେଲାଣି ଯେ ବାହାରେ ଖାଇବାକୁ ଡର ଲାଗୁଛି। ଦିଲ୍ଲୀର ଜଳ ଯୋଗାଣ ନେଟୱାର୍କ ୧୫,୪୦୦ କିଲୋମିଟରରୁ ଅଧିକ ଲମ୍ବା। ଅନେକ ପାଇପଲାଇନ ପୁରୁଣା। ୫,୨୦୦ କିଲୋମିଟରରୁ ଅଧିକ ପାଇପଲାଇନ ୩୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି।
ଯାହା ଫଳରେ ଲିକେଜ୍ ଏବଂ ମିଳିତ ପ୍ରଦୂଷଣ ହେବାର ବିପଦ ବଢ଼ିଛି।ଅନେକ ଏରିଆରେ ଲୋକେ ପାଣିବୋତଲ କିଣ ରୋଷେଇବାସ କରୁଛନ୍ତି। ଏହାକୁ ବ୍ୟବହାର କରୁଛନ୍ତି। ରାଜୌରୀ ଗାର୍ଡେନବାସୀଙ୍କ କହିବା କଥା ହେଲା ଜିଲ୍ଲୀ ଜଳ ବୋର୍ଡ କୌଣସି ଅଭିଯୋଗ ଶୁଣୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ବୋତଲ ପାଣିରେ ରୋଷେଇ କରୁଛନ୍ତି। ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ରହିଛି। ପରୀକ୍ଷିତ ହୋଇଥିବା ୮ଟି ନମୁନାରେ ମୋଟ କୋଲିଫର୍ମ କିମ୍ବା ଇ. କୋଲି ପଜିଟିଭ୍ ମିଳିଛି, ଯାହା ମଳ ପ୍ରଦୂଷଣର ସୂଚକ। ଗତ ଦଶନ୍ଧି ମଧ୍ୟରେ ଅନେକ କଲୋନୀରେ ନଳକୂପ ପାଣି ସହିତ ନଳକୂପ ମିଶ୍ରଣର ଘଟଣା ରିପୋର୍ଟ ହୋଇଛି।
ଇନ୍ଦୋରର ଭାଗୀରଥପୁରାରେ ପାନୀୟ ଜଳ ପ୍ରଦୂଷଣ ପ୍ରକୋପ ଯୋଗୁ ୧୫ ଜଣଙ୍କ ଜୀବନ ଯାଇଥିବା ଏବଂ ୨୦୦ ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଏହି ସର୍ଭେ କରାଯାଇଥିଲା। ତେବେ ସର୍ଭେରେ ରାଜଧାନୀର ଏଭଳି ଦୂରାବସ୍ଥା ସାମ୍ନାକୁ ଆସିବା ଚିନ୍ତାଜନକ ରହିଛି। ରିପୋର୍ଟ ଅନୁସାରେ ଆବାସିକ ନମୁନା ମଧ୍ୟରୁ ତିନୋଟି ସ୍ଥାନର ପାଣି ଗଧୋଇବା ଉପଯୋଗୀ ବି ନୁହେଁ। ପାଣି ଭେଣ୍ଡିଂ ମେସିନ୍ କିମ୍ବା ଡିଜେବି ଟ୍ୟାଙ୍କର୍ ଭଳି ସାର୍ବଜନୀନ ଭାବରେ ଉପଲବ୍ଧ ଉତ୍ସଗୁଡ଼ିକରେ କୌଣସି ଜୀବାଣୁ ପ୍ରଦୂଷଣ ମିଳିଲା ନାହିଁ। ଦକ୍ଷିଣ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟ ଜଳ ସଫା ମିଳିଥିଲା ।
ଏଥିସହ ପଢ଼ନ୍ତୁ: ରାଜଧାନୀକୁ ଘୋଡେଇ ରଖିଛି ବିଷାକ୍ତ ଧୁଆଁ: ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ, ବାୟୁ ଗୁଣବତ୍ତା ୨୦୦ ତଳକୁ ଖସିଛି
ଘରକୁ ଯାହା କିଣି ଆଣୁଛୁ, ଫଳ ପନିପରିବା ଠାରୁ ଆରମ୍ଭ କରି କ୍ଷୀର ପନୀର ସବୁ ଡୁପ୍ଲିକେଟ୍। ଗାଁ ଗହଳି ଛୋଟ ସହର କଥା ଛାଡ଼ନ୍ତୁ, ଖୋଦ ରାଜଧାନୀ ଦିଲ୍ଲୀରେ ସ୍ୱଚ୍ଛ ଜଳ ମୁନ୍ଦାଏ ମିଳିବା ଦୁରୂହ ବ୍ୟାପାର ହୋଇଗଲାଣି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ୪୪% ଜଳ ବେସିକ୍ ମାଇକ୍ରୋବାୟୋଲୋଜିକାଲ ସୁରକ୍ଷା ମାନଦଣ୍ଡ ପୂରା କରିବାରେ ଫେଲ୍ ମାରିଛି। ଘରୋଇ ଟ୍ୟାପ୍ ସଂଯୋଗରେ, ବିଶେଷକରି ଆଖପାଖ ପଡ଼ୋଶୀ ପାଇପ୍ ଲାଇନଗୁଡ଼ିକରେ ପ୍ରଦୂଷଣ ଅଧିକାଂଶ ପରିମାଣରେ ଦେଖାଯାଇଥିଲା। ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନରେ ପ୍ରଦୂଷଣର ସର୍ବାଧିକ ସ୍ତର ଥିଲା, ତା’ପରେ ଚିଲ୍ଲା ଗ୍ରାମ ଏବଂ ମୟୂର ବିହାର ଫେଜ୍ ୩ରେ ଥିବା ଡିଡିଏ ଫ୍ଲାଟରେ ଜଳ ପ୍ରଦୂଷିତ ଜଳ ନମୁନା ମିଳିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଦିଲ୍ଲୀର ବ୍ୟାପକ ଜଳ ବଣ୍ଟନ ବ୍ୟବସ୍ଥା ପ୍ରାୟତଃ ନିର୍ଭରଯୋଗ୍ୟ ହୋଇଥିଲେ ମଧ୍ୟ, ପ୍ରଦୂଷଣ ଚିହ୍ନଟ ହେବା ଚିନ୍ତାଜନକ ରହିଛି। ତେବେ ଯେଉଁ ପାଇପଲାଇନ୍ ଦ୍ୱାରା ଜଳ ଯୋଗାଯାଉଛି, ସେଥିରେ କୌଣସି ସମସ୍ୟା ରହିଥାଇପାରେ। ଯେଉଁଥିପାଇଁ ଦୂଷିତ ଜଳ ମିଶୁଛି। ତେଣୁ ତୁରନ୍ତ ଏହାର ସମାଧାନ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories