ବିଜେପିର ଡବଲ ଇଞ୍ଜିନ୍ ସରକାର ଆଣିବାକୁ ଦିଲ୍ଲୀବାସୀଙ୍କୁ ଆହ୍ବାନ

Key Points
ଦେଶର ରାଜଧାନୀରେ ସରଗରମ ନିର୍ବାଚନ ପ୍ରଚାର
ମଇଦାନରେ 2 ଜଣ କେନ୍ଦ୍ରମନ୍ତ୍ରୀ, 5 ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ
ଯମୁନା ପାଣିରେ ବିଷ ପ୍ରସଙ୍ଗରେ କେଜରିୱାଲଙ୍କ ଉପରେ ବର୍ଷିଲେ ମୋଦି
ଜଣାଶୁଣା ଠକ ଚାର୍ଲସ୍ ଶୋଭାରାଜ୍ କଥା ଉଠାଇଲେ PM
ସରଳ ଠକଙ୍କଠାରୁ ବଞ୍ଚି ରହିବାକୁ ଦେଲେ ପରାମର୍ଶ
ବିଜେପିର ଡବଲ ଇଞ୍ଜିନ୍ ସରକାର ଆଣିବାକୁ ଦିଲ୍ଲୀବାସୀଙ୍କୁ ଆହ୍ବାନ
ଅର୍ଗସ ବ୍ୟୁରୋ: ଯମୁନାକୁ ପ୍ରଦୂଷଣ କରୁଛି କିଏ ? ଦିଲ୍ଲୀବାସୀ ପିଉଥିବା ଯମୁନା ପାଣିରେ ମିଶାଯାଉଛି ବିଷ । ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏ ସାଂଘାତିକ ବୟାନ ପରେ ଦିଲ୍ଲୀ ରାଜନୀତିରେ ସୃଷ୍ଟି ଭୟଙ୍କର ଝଡ଼ । ଆଜି ଏହି ପ୍ରସଙ୍ଗରେ କେଜରିୱାଲ୍ ଓ ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଘୋଣ୍ଡାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ଅରବିନ୍ଦ କେଜରିୱାଲଙ୍କ ଯମୁନା ନଦୀ ବିଷ କଥାକୁ ନେଇ କଲେ ଘନ ଘନ ଆକ୍ରମଣ । ମୋଦି କହିଲେ ହରିୟାଣା ଲୋକଙ୍କ ଉପରେ ଲଗାଯାଇଛି ଘୃଣ୍ୟ ଅଭିଯୋଗ । ପରାଜୟ ଭୟରେ ଏବେ ଆତଙ୍କିତ ଆପଦାର ଲୋକେ।
ଜଣାଶୁଣା ଠକ ଚାର୍ଲସ ଶୋଭାରାଜ୍ କଥା ଉଠାଇ ଦିଲ୍ଲୀବାସୀଙ୍କୁ ସରଳ ଦେଖାଯାଉଥିବା, ମିଠା କଥା କହୁଥିବା ଠକଙ୍କଠାରୁ ବଞ୍ଚି ରହିବାକୁ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଆଉ ଚାଲିବ ନାହିଁ ଆପଦାର ମିଛ ପ୍ରତିଶ୍ରୁତି, ବିଜେପିର ଡବଲ ଇଞ୍ଜିନ୍ ସରକାର ଚାହୁଁଛନ୍ତି ଦିଲ୍ଲୀବାସୀ। ପିଏମ୍ ମୋଦିଙ୍କ ସହ ଆଜି ଦିଲ୍ଲୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ବହୁ ହେଭିୱେଟ୍ । 2 ଜଣ କେନ୍ଦ୍ରମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ ନୀତୀନ ଗଡ଼କରୀ। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା, ହରିୟଣା ମୁଖ୍ୟ ମନ୍ତ୍ରୀ ନାଏବ ସିଂ ସୈନୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ରୋଡ଼ କରିଛନ୍ତି ।
📱 Get Argus News App
✨ ବିହାର ଉପ ମୁଖ୍ୟ ମନ୍ତ୍ରୀ ସମ୍ରାଟ ଚୌଧୁରୀ ରୀଠାଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି , ଅନୁରାଗ ଠାକୁର, ସାଂସଦ ରବି କିଶନ, ମନୋଜ ତିୱାରୀ ମଧ୍ୟ ବିଜେପି ପାଇଁ କରିଛନ୍ତି ମାରାଥନ୍ ପ୍ରଚାର।
