Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି

Rashmita Mishra
Browse all articles by Rashmita Mishra
·1 year ago
ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି

ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ଦୀପାବଳି ପରେ ବିଗିଡ଼ିଲା ବାୟୁ ଅବସ୍ଥା । ଗୁଣବତ୍ତା ମାନ ହେଲା ୪୦୦ ନିକଟତର । ବିଷାକ୍ତ ବାୟୁର ଚାଦରରେ ବିଭିନ୍ନ ସ୍ଥାନ । କଟକଣା ସତ୍ତ୍ବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୁଟିଲା ବାଣ । ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍‌ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍‌ ଜୋନ୍‌ରେ ଅଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi's air pollution situation has raised concerns | Argus News