ଆଣ୍ଠେଇ ଆଣ୍ଠେଇ କରୁଛନ୍ତି Food Delivery

ଅର୍ଗସ ବ୍ୟୁରୋ: ଇଛା ଥିଲେ ଉପାୟ ଆପେ ଆପେ ଆସେ।ଯେଉଁଠି ଦୃଢ଼ଇଛାଶକ୍ତି ଥାଏ ସେଠି ଅସମ୍ଭବ ବି ସମ୍ବବ ହୋଇପାରେ।ଆଉ ଏଠି ଇଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା। ଆଜ୍ଞା ହଁ ଆମେ କହୁଛୁ ତାମିଲନାଡୁର ୩୬ ବର୍ଷୀୟ ଟି ଭେତିସ୍ବରନ୍(T. Vaitheeswaran)ଙ୍କ ବିଷୟରେ।ମାତ୍ର ୨ ବର୍ଷ ବୟସରେ ପୋଲିଓ ଆକ୍ରମଣରେ ତାଙ୍କର ଦୁଇ ଗୋଡ ପକ୍ଷାଘାତ ହୋଇଯାଇଥିଲା।କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ହାର ମାନିନି ତାଙ୍କ ଦୃଢ଼ ମନୋବଳ।ବିନା କିଛି ସାହାଯ୍ୟ ସହାୟତାରେ ମାଡ଼ି ଚାଲିଛନ୍ତି ଜୀବନର ସଂଘର୍ଷ ପଥରେ।
ତାମିଲନାଡ଼ୁର ଏକ ରେଷ୍ଟୁରାଣ୍ଟରେ ସେ ହେଉଛନ୍ତି ଜଣେ ଡ଼େଲିଭରି ବୟ।ପ୍ରତିଦିନ ଆଣ୍ଠେଇ ଆଣ୍ଠେଇ ଯାଇ ଖାଦ୍ୟ ବିତରଣ କରନ୍ତି।ଏତେ ଖରାରେ ବି ସିଏ ରହିନାହାଁନ୍ତି। ଦିନକୁ ସିଏ ୧୬ ଘଣ୍ଟା କାମ କରନ୍ତି। ସେ କହିଛନ୍ତି “ମୋର ଶରୀରର ଅବସ୍ଥା ମୋତେ ଏହି ସବୁ କାମ କରିବାକୁ ଅନୁମତି ଦେଉନାହିଁ | କିନ୍ତୁ ମୁଁ ଯାହା ବି କରେ ଭକ୍ତି ଏବଂ ପ୍ରେମର ସହିତ କରେ,ପିଲାଦିନରୁ ମୋର ଏହି ମନୋଭାବ ରହିଆସିଛି"।
ସେ ସାତ ବର୍ଷର ଥିଲେ ଯେତେବେଳେ ତାଙ୍କ ମାଙ୍କ ମୃତ୍ୟୁ ହୋଇଗଲା।ବାପା ଜଣେ ଦିନମଜୁରିଆ ଶ୍ରମିକ ଭାବରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ।14 ବର୍ଷ ବୟସରେ ସିଏ ରୋଜଗାର କରିବା ଆରମ୍ଭ କରିଥିଲେ। ଆଜି ସିଏ ଯାହା ବି ହୋଇଛନ୍ତି ସେଥିପାଇଁ ନଜ ପିତାଙ୍କୁ ଶ୍ରେୟ ଦେଇଛନ୍ତି।ମୋ ବାପା ମୋତେ ନିଜ ପାଦରେ ଠିଆ ହେବାର ମହତ୍ତ୍ବ ଶିଖାଇଲେ। ମୋର ଗୋଡ ପକ୍ଷାଘାତ ହୋଇଥାଇ ପାରେ, କିନ୍ତୁ ମୁଁ ତାଙ୍କ ଶିକ୍ଷା ଅନୁଯାୟୀ ନିଜ ପାଦରେ ଠିଆ ହୋଇଛି ବୋଲି ସେ କହିଛନ୍ତି ।କାମ ସହିତ ଟ୍ରେକିଂ କରିବା ତାଙ୍କର ବହୁତ୍ ପସନ୍ଦ। ସେ ଅମରନାଥ ଗୁମ୍ପା,ଜାମ୍ମୁ-କାଶ୍ମୀର, କେଦାରନାଥ,ରିଷିକେଶ ଆଦି ସ୍ଥାନକୁ ଟ୍ରେକିଂ କରିବାକୁ ଯାଇଛନ୍ତି।
📱 Get Argus News App
✨ତେବେ ଏକ ସମ୍ମାନଜନକ ଏବଂ ଆତ୍ମନିର୍ଭରଶୀଳ ଜୀବନ ବଞ୍ଚିବା ପାଇଁ ଟି ଭେତିସ୍ବରନଙ୍କ ଏଭଳି ସଂଘର୍ଷ ଖୁବ୍ ପ୍ରେରଣାଦାୟକ।