Crime / ବ୍ୟବସାୟୀଙ୍କୁ ହେଲମେଟରେ ପିଟି ପିଟି ହତ୍ୟା କଲେ ଡେଲଭର ବଏ

Key Points
ବ୍ୟବସାୟୀଙ୍କୁ ହେଲମେଟରେ ପିଟି ପିଟି ହତ୍ୟା କଲେ ଡେଲଭର ବଏ ।
ଦିଲ୍ଲୀର କନଟ୍ ପ୍ଲେସରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛ, ଯେଉଁଠାରେ ତିନି ଜଣ ଖାଦ୍ୟ ଡେଲଭର ଏଜେଣ୍ଟ ଜଣେ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ମୃତକଙ୍କ ନାମ ୩୬ ବର୍ଷୀୟ ବ୍ୟବସାୟୀ ଶିବମ୍ ଗୁପ୍ତା । ସେ ଜାନୁଆରୀ ୩ ରାତିରେ ଏକ ପାର୍ଟିରୁ ଫେରୁଥିବା ସମୟରେ ତିନି ଜଣ ଖାଦ୍ୟ ଡେଲିଭରି ଏଜେଣ୍ଟ ତାଙ୍କୁ ନିର୍ମମ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଗୁରୁତର ଆହତ ଶିବମ୍ ପ୍ରାୟ ଦୁଇ ସପ୍ତାହ ଧରି ହସ୍ପିଟାଲରେ ଜୀବନ ସହିତ ହିତ ସଂଘର୍ଷ କରି ଶେଷରେ ଜାନୁଆରୀ ୧୯ ତାରିଖରେ ମୃତ୍ୟୁବରଣ କଲେ । ପୋଲିସ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି, ଯେତେବେଳେ ତୃତୀୟ ଜଣଙ୍କର ଖୋଜା ଜାରି ରହିଛି ।
ଘଟଣାଟି ଏକ ସାମାନ୍ୟ ଯୁକ୍ତିତର୍କରୁ ଆରମ୍ଭ ହୋଇଥିଲା, ତା'ପରେ ତିନିଜଣ ଆକ୍ରମଣକାରୀ ଶିବମଙ୍କୁ ବାରମ୍ଵାର ହେଲମେଟ୍ ସାହାଯ୍ୟରେ ଆକ୍ରମଣ କରି ପଳାଇଗଲେ, ତାଙ୍କୁ ଫୁଟପାଥ୍ ଉପରେ ରକ୍ତାକ୍ତ ଅବସ୍ଥାରେ ଛାଡି । ପୋଲିସଠାରୁ ସୂଚନା ପାଇବା ପରେ, ଶିବମଙ୍କୁ ତୁରନ୍ତ ଡାକ୍ତର ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କ ମୁଣ୍ଡ ଭିତରେ ଗମ୍ଭୀର ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ ସେ ବୟାନ ଦେବା ଅବସ୍ଥାରେ ନଥିଲେ ।
ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଅସ୍ତ୍ରୋପଚାର ପରେ କିଛି ଦିନ ପର୍ଯ୍ୟନ୍ତ ଉନ୍ନତିର ଆଶା ଥିଲା ଏବଂ ସେ ଡାକ୍ତରଙ୍କ କଥାରେ ମଧ୍ୟ ପ୍ରତିକ୍ରିୟା ଦେଉଥିଲେ, କିନ୍ତୁ ଶେଷରେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ ।
ଶିବମ୍ ତାଙ୍କ ବାପା ଅନିଲ କାନ୍ତ ଗୁପ୍ତାଙ୍କ ଏକମାତ୍ର ପୁଅ ଥିଲେ, ଯିଏ ପାହାଡ଼ଗଞ୍ଜରେ ଦୁଇ ଦୁଇଟି ଦୋକାନ ଚଳାଉଛନ୍ତି । ଲକ୍ଷ୍ମୀ ନଗରର ବାସିନ୍ଦା ଶିବମ୍ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଏକ ପାର୍ଟିକୁ ଯାଉଥିବା କହି । ଘରୁ ବାହାରି ଆସିଥିଲେ । ପୁଅକୁ ହରାଇ ଦୁଃଖତ ପିତା ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି । ସେ କହିଛନ୍ତି, "ପୁଅ ମୋର ସର୍ବସ୍ବ ଥିଲା, ଏବଂ ଏବେ ମୁଁ କେବଳ ନ୍ୟାୟ ଆଶା କରୁଛି ଯାହା ଦ୍ବାରା ଅନ୍ୟ କାହାର ଘର ଏପରି ଭାବରେ ନଷ୍ଟ ନହୁଏ । " ବର୍ତ୍ତମାନ, ପୋଲିସ ସିସିଟିଭି ଫୁଟେଜ୍ ଏବଂ ଫରେନସିକ୍ ପ୍ରମାଣ ଆଧାରରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।
📱 Get Argus News App
✨Related Topics
Explore more stories