Newborn Death / ପ୍ରସବ ସମୟରେ ନବଜାତ ଶିଶୁର ଶରୀରରୁ ମୁଣ୍ତ ଅଲଗା

Key Points
ମା' ଗର୍ଭରେ ଶିଶୁର ଶରୀରରୁ ମୁଣ୍ତ ଅଲଗା ।
ମା' ଗର୍ଭରେ ଫସିରହିଲା ନବଜାତ ଶିଶୁର ମୁଣ୍ତ
ପ୍ରସବ ସମୟରେ ନବଜାତ ଶିଶୁର ମୃତ୍ୟୁ...ମା ଗର୍ଭରେ ଶିଶୁର ଶରୀରରୁ ମୁଣ୍ତ ଅଲଗା । ମା ଗର୍ଭରେ ଫସିରହିଲା ନବଜାତ ଶିଶୁର ମୁଣ୍ତ । ଉତ୍ତରପ୍ରଦେଶ ବସ୍ତୀ ଜିଲ୍ଲାରେ ଏପରି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ସେଠାରେ ଥିବା ସରକାରୀ ଚିକିତ୍ସାଳୟରେ କର୍ମଚାରୀଙ୍କ ଅବହେଳା କିମ୍ବା ଅସାବଧାନତା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ହେବା ସହ ମା'ର ଜୀବନକୁ ସଂଙ୍କଟରେ ପକାଇଛି ।
ଘଟଣାଟି ଘଟିଛି ,କଲବାରୀ ଥାନା ଅର୍ନ୍ତଗତ ମୁରାଦପୁର ଗାଁ'ର । ନୀରଜ କୁମାରଙ୍କ ପତ୍ନୀ ପ୍ରେମା ଦେବୀ ଯିଏକି ୮ ଏପ୍ରିଲରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । କିନ୍ତୁ ରାସ୍ତାରେ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଶିଶୁଟିର ଗୋଡ଼ ବାହାରକୁ ବାହାରି ଆସିଥିଲା ।
ମେଡ଼ିକାଲ ସମ୍ମୁଖରେ ପହଂଚିବା ପରେ ନର୍ସ ଓ ଅନ୍ୟ କର୍ମଚାରୀମାନେ ପରିସ୍ଥିତିକୁ ନ ବୁଝି ଆମ୍ବୁଲେନ୍ସ ଭିତରେ ଅପରେସନ କରିବାକୁ ଲାଗିଯାଇଥିଲେ । ପ୍ରେମାଙ୍କ ସ୍ଵାମୀ ନୀରଜଙ୍କ ଅଭିଯୋଗ ଅନୁସାରେ,ନର୍ସ କୁସୁମ ପ୍ରେମାଙ୍କୁ ଇଜେକ୍ସସନ ଦେଇ ଆମ୍ବୁଲେନ୍ସ ଭିତରେ ଶିଶୁର ଗୋଡ଼କୁ ଧରି ଜୋରରେ ଟାଣିବାକୁ ଲାଗିଲେ । ଫଳରେ ନବଜାତ ଶିଶୁର ଶରୀର ଓ ମୁଣ୍ତ ଅଲଗା ହୋଇଯାଇଥିଲା । ଏବଂ ଶିଶୁର ମୁଣ୍ତ ମା ଗର୍ଭରେ ଫସିଯାଇଥିଲା ।
ଏହି ଭୟଙ୍କର ପରିସ୍ଥିତି ଦେଖି ହସ୍ପିଟାଲର କର୍ମଚାରୀ ବିଚଳିତ ହୋଇଯାଇଥିଲେ । ଏବଂ ନିଜ ଭୁଲ୍ ସୁଧାରିବା ପରିବର୍ତ୍ତେ ପୀଡ଼ିତାଙ୍କୁ ଘରୋଇ ନର୍ସିଂ ହୋମକୁ ପଠାଇ ଦେଇଥିଲେ । କିନ୍ତୁ ସେଠାରେ ଚିକିତ୍ସା ଆରମ୍ଭ ନ କରି ବେଡ଼୍ ଚାର୍ଜ ଓ ରକ୍ତ ପରୀକ୍ଷା ପାଇଁ ୭୦୦୦ ଟଙ୍କା ଜମା କରିବାକୁ କହିଥିଲେ । ଟଙ୍କା ଜମା କରିବା ସତ୍ତ୍ଵେ ଯେତେବେଳେ ସେଠାରେ ଚିକିତ୍ସାରେ ବିଳମ୍ବ ହେଲା ସ୍ଵାମୀ ତାଙ୍କ ସ୍ତ୍ରୀ'କୁ ବସ୍ତୀ ମେଡ଼ିକାଲ କଲେଜକୁ ନେଇଯାଇଥିଲେ ।
ମେଡ଼ିକାଲ କଲେଜର ସହକାରୀ ପ୍ରଫେସର , ଡ଼ାକ୍ତର କଳ୍ପନା ମିଶ୍ରଙ୍କ କହିବା ମୁତାବକ ଯେତେବେଳେ ମହିଳା ଜଣଙ୍କ ସେଠାରେ ପହଂଚିଥିଲେ ,ତାଙ୍କ ଅବସ୍ଥା ଗୁରୁତର ଥିଲା । ଏହି ପରିସ୍ଥିତିରେ ସାଧାରଣ ପ୍ରସବ ସମ୍ଭବ ନଥିଲା । ତେଣୁ, ଏକ ଜରୁରୀକାଳୀନ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାୟ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ମା ଗର୍ଭରୁ ନବଜାତ ଶିଶୁର ମୁଣ୍ତକୁ ବାହାର କରାଯାଇଥିଲା । ଡ଼ାକ୍ତରଙ୍କ କଠିନ ପରିଶ୍ରମ ପରେ ମହିଳାଙ୍କ ଜୀବନ ରକ୍ଷା ହୋଇଥିଲା ।
ନ୍ୟାୟ ପାଇଁ ଦାବି କରୁଛନ୍ତି ପୀଡ଼ିତାଙ୍କ ସ୍ଵାମୀ
ପୀଡ଼ିତାଙ୍କ ସ୍ଵାମୀ ନୀରଜ କୁମାର ପ୍ରଶାସନକୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ସେ CHC କର୍ମଚାରୀଙ୍କ ଅବହେଳା ଓ ଘରୋଇ ମେଡ଼ିକାଲର ମନମାନୀ କାଯ୍ୟକଳାପ ପାଇଁ କଡ଼ା କାଯ୍ୟାନୁଷ୍ଠାନ ଦାବି କରିଛନ୍ତି।CMO ଡ଼ାକ୍ତର. ରାଜୀବ ନିଗମ ଏହି ଖବର ବିଷୟରେ ଜାଣି ନଥିବା କହିଛନ୍ତି।ଏବଂ ଦାୟିତ୍ଵରେ ଥିବା ଚିକିସା ଅଧିକାରୀଙ୍କ ଠାରୁ ଏହି ରିପୋର୍ଟ ମାଗି ଯାଂଚ କରିବାର ପ୍ରତିଶ୍ରୁତି ଦେଇଛନ୍ତି।ଏହି ଘଟଣା ଉତ୍ତରପ୍ରଦେଶ ଗ୍ରାମୀଣ ସ୍ଵାସ୍ଥ୍ୟ ତାଲିମ ଉପରେ ପ୍ରଶ୍ନ ଉଠାଇଛି
📱 Get Argus News App
✨Related Topics
Explore more stories