Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Stampede in Tamilnadu / ତାମିଲନାଡୁ କରୁର ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଦାବି , ଷଡଯନ୍ତ୍ର ହୋଇଥିବା ଅଭିଯୋଗ କଲେ ବିଜୟ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ତାମିଲନାଡୁ କରୁର ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଦାବି , ଷଡଯନ୍ତ୍ର ହୋଇଥିବା ଅଭିଯୋଗ କଲେ ବିଜୟ

Key Points

ସିବିଆଇ ବା SIT ତଦନ୍ତ ଦାବି କରି ବିଜୟ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ରବିବାର ହୋଇଥିବାରୁ ହାଇକୋର୍ଟ ଛୁଟି। କିନ୍ତୁ TVKର ଜଣେ ବରିଷ୍ଠ ନେତା ନିର୍ମଳ କୁମାର ମାଡ୍ରାସ୍ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଧଣ୍ଡପାଡ଼ିଙ୍କୁ ତାଙ୍କ ବାସଭବନରେ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଛନ୍ତି।

ତାମିଲନାଡୁ କରୁର ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଦାବି। ଗତକାଲି ହୋଇଥିବା ଏହି ହୃଦୟ ବିଦାରକ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଛନ୍ତି ତାମିଲ ସୁପରଷ୍ଟାର ଅଭିନେତା ତଥା TVK ଦଳର ମୁଖ୍ୟ ଥାଲପତି ବିଜୟ। ସିବିଆଇ ବା SIT ତଦନ୍ତ ଦାବି କରି ବିଜୟ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ରବିବାର ହୋଇଥିବାରୁ ହାଇକୋର୍ଟ ଛୁଟି। କିନ୍ତୁ TVKର ଜଣେ ବରିଷ୍ଠ ନେତା ନିର୍ମଳ କୁମାର ମାଡ୍ରାସ୍ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଧଣ୍ଡପାଡ଼ିଙ୍କୁ ତାଙ୍କ ବାସଭବନରେ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଛନ୍ତି।


ତା ପରେ ଗଣମାଧ୍ୟମକୁ ନିର୍ମଳ କୁମାର କହିଛନ୍ତି ଆସନ୍ତାକାଲି ଅପରାହ୍ନ 2ଟା 15ରେ ଏହି ମାମଲାର ଶୁଣାଣି ହେବ। କରୁର ଦଳାଚକଟା ଘଟଣା ପଛରେ ପଥର ଫିଙ୍ଗା ଏବଂ ବିଧିବଦ୍ଧ ଷଡ଼ଯନ୍ତ୍ର ଥିବା TVK ନିଜ ପିଟିସନରେ ଅଭିଯୋଗ କରିଛନ୍ତି। ଏଥିପାଇଁ CBI କିମ୍ବା SIT ତଦନ୍ତ ଦାବି କରାଯାଇଛି।

ସେପଟେ ଦଳାଚକଟାରେ ୩୮ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ଭିତରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ସେପଟେ ୩ ଜଣ ଛୋଟ ଛୁଆଙ୍କ ସହ ୫୦ରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ତାମିଲନାଡୁ ଦଳାଚକଟା , ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଘୋଷଣା


ତାମିଲ ସୁପରଷ୍ଟାର ଅଭିନେତା ବିଜୟ ଗଠନ କରିଛନ୍ତି ତାମିଲଗା ଭେଟ୍ରି କଝଗମ୍ ଦଳ । ଶନିବାର କରୁରରେ ବିଜୟ ତାଙ୍କ ଦଳର ପ୍ରଚାର ପାଇଁ ରାଲି କରିଥିଲେ । ବିଜୟଙ୍କ ଭାଷଣ ଶୁଣିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୭.୪୫ ସମୟରେ ବିଜୟଙ୍କ ଝଲକ ଦେଖିବାକୁ ଆଗ୍ରହୀ ଲୋକଙ୍କ ଭିତରୁ ବହୁ ଲୋକ ମଞ୍ଚ ବ୍ୟାରିକେଡ୍ ଆଡକୁ ଦୌଡ଼ି ଆସିବାରୁ ଏହି ଦଳଚକଟା ଆରମ୍ଭ ହୋଇଥିଲା । ଶ୍ୱାସରୁଦ୍ଧ ହୋଇ ଭିଡ଼ରେ ଅନେକ ଲୋକ ଅଚେତ ହୋଇଗଲେ । ୟା ଭିତରେ ନିଜ ଅଭିଭାବକଙ୍କ ସହ ଆସିଥିବା କେତେକ ଛୋଟ ପିଲା ସେମାନଙ୍କ ପରିବାରଠାରୁ ଅଲଗା ହୋଇଗଲେ ।

ତେବେ ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ 10 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ଲାଗି ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଅରୁଣା ଜଗଦିଶାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ସେପଟେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Topics

Explore more stories

Sponsored
Demand for CBI probe into Tamil Nadu's stampede | Argus News