Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଶ୍ବାସ ଘାତକକୁ ଭରଷା ନାହିଁ, କେତେବେଳେ ବି ପଛରୁ ମାରିପାରେ ଛୁରି

National

ବିଶ୍ବାସ ଘାତକକୁ ଭରଷା ନାହିଁ, କେତେବେଳେ ବି ପଛରୁ ମାରିପାରେ ଛୁରି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବିଶ୍ବାସ ଘାତକକୁ ଭରଷା ନାହିଁ, କେତେବେଳେ ବି ପଛରୁ ମାରିପାରେ ଛୁରି

Key Points

ପାକିସ୍ତାନ ପ୍ରେମ ପାଇଁ ଫସିଲା ତୁର୍କୀ

ତୁର୍କୀ ସହ ଭାରତ କରିବ ନାହିଁ ବ୍ୟବସାୟ

ଭାରତ ଓ ପାକିସ୍ତାନ ଉତ୍ତେଜନା ସମୟରେ ପାକିସ୍ତାନକୁ ଡ୍ରୋନ ଯୋଗାଇଥିଲା ତୁର୍କୀ। ଯାହାକୁ ନେଇ ତୁର୍କୀ ଉପରେ ଅସନ୍ତୁଷ୍ଟ ଅଛନ୍ତି ଭାରତୀୟ। ଏବେ ତୁର୍କୀ ସହ ବ୍ୟବସାୟ କରିବାକୁ ମନା କରିଦେଲେଣି ଭାରତୀୟ ବ୍ୟବସାୟୀ। ଏମିତିକି ସାଧାରଣ ଲୋକ ମଧ୍ୟ ଭାରତ ସରକାରଙ୍କ ନିକଟରେ ଅପିଲ କରୁଛନ୍ତି ତୁର୍କୀ ବାଣିଜ୍ୟିକ ବ୍ୟବସାୟ ବନ୍ଦ କରିବାକୁ। ଭାରତୀୟ ସ୍ପାଇସ୍ ଆଣ୍ଡ ଡ୍ରାଇଫୁଡ୍‌ ଆସୋସିଏସନ ନିର୍ଦ୍ଦେଶକ କହିଛନ୍ତି ' ତୁର୍କୀ ଖୋଲାଖୋଲି ପାକିସ୍ତାନର ସମର୍ଥନ କରିଛି ' ଯାହା ଆମ ଦେଶର ହିତ ପାଇଁ ନୁହେଁ। ତେଣୁ ଆମେ ତୁର୍କୀ ଠାରୁ କୌଣସି ଡ୍ରାଏ ଫ୍ରୁଟ୍‌ସ ଆମଦାନୀ କରିବୁ ନାହିଁ। ଏମିତିକି ଖାଉଟିଙ୍କୁ ମଧ୍ୟ ନିବେଦନ କରିଛନ୍ତି ତୁର୍କୀରୁ ଆସୁଥିବା ଖାଦ୍ୟ ସାମଗ୍ରୀକୁ ନଖାଇବାକୁ।


ସୂଚନାଯୋଗ୍ୟ- କେବଳ ପୁଣେରେ ପ୍ରତି ମାସରେ ୧୦୦ ରୁ ୨୦୦ କୋଟି ଟଙ୍କାର କାରବାର ତୁର୍କୀ ସହିତ ହୋଇଥାଏ। ପୁରା ମହାରାଷ୍ଟ୍ରରେ ଏହା ୧ ହଜାରରୁ ୨ ହଜାର କୋଟି ଟଙ୍କା ହୋଇଥିବ। ପୁରା ଭାରତ ବର୍ଷରେ ୧୦ ହଜାରରୁ ୨୦ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ଯଦି ତୁର୍କୀରୁ କୌଣସି ଆମଦାନୀ ନକରାଯାଏ ତେବେ ତୁର୍କୀକୁ ବଡ଼ ଆର୍ଥିକ କ୍ଷତି ହେବ। ସାଧାରଣତ ତୁର୍କୀରୁ ଡ୍ରାଏ ଫ୍ରୁଟ୍‌ସ ସହିତ ବହୁ ପରିମାଣରେ ଭାରତକୁ ମାର୍ବଲ ଆମଦାନୀ କରାଯାଏ। ଭାରତକୁ ଆମଦାନୀ ହେଉଥିବା ମାର୍ବଲର ୭୦ ପ୍ରତିଶତ ତୁର୍କୀରୁ ଅଣାଯାଇଥାଏ। ପ୍ରତିବର୍ଷ ତୁର୍କୀରୁ ପ୍ରାୟ ୧ ଲକ୍ଷ ୨୯ ହଜାର ୮୮୨ ମେଟ୍ରିକ୍ ଟନ୍ ସେଓ ଆମଦାନୀ କରାଯାଏ। କାର୍ପେଟ, ଫର୍ଣ୍ଣିଚର, ହାତ ତିଆରି ସାଜସଜ୍ଜା ସାମଗ୍ରୀ ତୁର୍କୀରୁ ଆମଦାନୀ କରେ ଭାରତ। କପଡ଼ାରୁ ରେଶମ, ଲିନେନ୍, ଅଲିଭ୍ ତେଲ, ଶୁଖିଲା ଫଳ, ଚେରି, ମସଲା ଏବଂ କିଛି ଔଷଧୀୟ ପାନୀୟ ମଧ୍ୟ ଆମଦାନୀ କରାଯାଏ। ଶିଳ୍ପ ଯନ୍ତ୍ରପାତି, ନିର୍ମାଣ ଉପକରଣ ଏବଂ କୃଷି ଉପକରଣ ମଧ୍ୟ ତୁର୍କୀରୁ ଆମଦାନୀ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶ୍ୱାସଘାତକ ଦେଶ ହେଉଛି ତୁର୍କୀ। ତୁର୍କୀରେ ଭୂମିକମ୍ପ ସମୟରେ ଭାର ଯେଉଁ ସହାତାର ହାତ ବଢାଇଥିଲା ତାକୁ ଭୁଲି ଯାଇଛି ତୁର୍କୀ। ତୁର୍କୀରେ ୨୦୨୩ରେ ଘଟିଥିବା ଭୂମିକମ୍ପ ପରେ ପ୍ରଥମ ଦେଶ ଭାବେ ଭାରତ ବନ୍ଧୁତାର ହାତ ବଢ଼ାଇଥିଲା। ବିପର୍ଯ୍ୟୟର କିଛି ଘଣ୍ଟା ଭିତରେ ତୁର୍କୀକୁ ଭାରତ ଉଦ୍ଧାରକାରୀ ଦଳ ପଠାଇଥିଲା। ଯାହାଫଳରେ ବହୁ ଲୋକଙ୍କ ଜୀବନ ବଞ୍ଚିଥିଲା। ଅଳ୍ପଦିନ ମଧ୍ୟରେ ଅଣ୍ଟା ସଳଖି ଠିଆ ହୋଇଥିଲା ତୁର୍କୀ।

Argus Whatsapp Channel Mobile Top
Sponsored
Demand grows in India to ban Turkish goods | Argus News