Videos
|
National

ଶାଶୁକୁ ୧୯ ପିସ୍ କରି ପଲିଥିନରେ ଫିଙ୍ଗିଦେଲେ ଡାକ୍ତର ଜ୍ଵାଇଁ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଶାଶୁକୁ ୧୯ ପିସ୍ କରି ପଲିଥିନରେ ଫିଙ୍ଗିଦେଲେ ଡାକ୍ତର ଜ୍ଵାଇଁ

Key Points

ଶାଶୂଙ୍କୁ ମାରିଦେଲା ଡାକ୍ତର ଜ୍ଵାଇଁ
ଶରୀରକୁ ୧୯ ପିସ୍ କରି ବୁଦାରେ ଫିଙ୍ଗିଦେଲା
ପଲିଥିନ୍‌ରୁ ମିଳିଲା ଖଣ୍ଡ ଖଣ୍ଡ ମୃତ ଶରୀର



ଜଘନ୍ୟ, ଅମାନବୀୟ, ଲୋମଟାଙ୍କୁରା ହତ୍ୟାକାଣ୍ଡ । ଶାଶୁକୁ ପିସ୍ ପିସ୍ କରି କାଟି ପଲିଥିନ୍‌ରେ ଗୁଡାଇ ରାସ୍ତାରେ ଫୋପାଡି ଦେଇଥିଲେ ଡାକ୍ତର ଜ୍ଵାଇଁ । କାହାରିକୁ ନଜଣାଇ ପ୍ଲାନିଂ କରି ଏପରି ହତ୍ୟା କରିଥିଲେ ଜ୍ଵାଇଁ । ଏପରି ଅଭାବନୀୟ ହତ୍ୟା ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ।

ମୃତ ମହିଳା ଜଣକ ହେଉଛନ୍ତି ୪୨ ବର୍ଷୀୟ ଲକ୍ଷ୍ମୀଦେବୀ । ଲକ୍ଷ୍ମୀଦେବୀ ଅଗଷ୍ଟ ୪ ତାରିଖରେ ନିଜ ଝିଅଘର ହନୁମନ୍ତପୁରା ଯାଇଥିଲେ । ଆଉ ସେବେଠାରେ ସେ ନିଖୋଜ ଥିଲେ । ତାଙ୍କର ସ୍ଵାମୀ ବସବରାଜ ଏନେଇ ପୋଲିସରେ ଏଫଆଇଆର ମଧ୍ୟ ଦେଇଥିଲେ । ତଦନ୍ତରୁ ଜଣା ପଡିଥିଲା ଲକ୍ଷ୍ମୀଦେବୀଙ୍କ ଜ୍ଵାଇଁ ଡା. ରାମଚନ୍ଦ୍ରପା ତାଙ୍କୁ ଏପରି ହତ୍ୟା କରିଛନ୍ତି ।

ତାଙ୍କୁ ଗିରଫ କରିବା ପରେ ସେ ସବୁକିଛି ସତ ମାନିଛନ୍ତି । ରାମଚନ୍ଦ୍ରପା ହେଉଛନ୍ତି ଜଣେ ଡେଣ୍ଟିଷ୍ଟ । ତାଙ୍କର ଡିଭୋର୍ସ ପରେ ସେ ଲକ୍ଷ୍ମୀଦେବୀଙ୍କ ଝିଅଙ୍କୁ ବିବାହ କରିଥିଲେ । ବାହାଘର ପରେ ନିଜ ଝିଅ ପରିବାରର ପର୍ତି କଥାରେ ମୁଣ୍ଡ ପୁରାଉଥିଲେ ଲକ୍ଷ୍ମିଦାବୀ । ତାଙ୍କ ଜ୍ଵାଇଁ କହିଛନ୍ତି, ଲକ୍ଷ୍ମିଦେବୀଙ୍କ ପାଇଁ ହିଁ ତାଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହେଉଥିଲା । ନିଜ ସ୍ତ୍ରୀକୁ ମନା କରିବା ପରେ ମଧ୍ୟ ସେ ତାଙ୍କ ମାଆଙ୍କ କଥା ଶୁଣୁଥିଲେ । ଆଉ ତାଙ୍କ ଶାଶୁ ତାଙ୍କୁ ସବୁବେଳେ ସନ୍ଦେହ ନଜରରେ ଦେଖିବା ସହ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଯାହାକୁ ନେଇ ଖୁବ ରାଗି ଯାଇଥିଲେ ଜ୍ଵାଇଁ । ଆଉ ଏକୁଟିଆର ସୁଯୋଗ ନେଇ ସେ ତାଙ୍କ ଘରକୁ ଆସୁଥିବା ବାଟରେ ରାମଚନ୍ଦ୍ରପା ନିଜର ୨ ଜଣ ସାଙ୍ଗଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲେ । ପରେ ତାଙ୍କର ଶରୀରକୁ କାଟି ପିସ ପିସ କରି ୧୯ ଖଣ୍ଡ କରି ଦେଇଥିଲେ । ଆଉ ଛୋଟଛୋଟ ଖଣ୍ଡକୁ କଳା ପଲିଥିନରେ ବାନ୍ଧି ଅଲଗା ଅଲଗା ସ୍ଥାନରେ ଫୋପାଡି ଦେଇଥିଲେ ।

ପୋଲିସ ତଦନ୍ତ କରିବା ପରେ ୭ ଅଗଷ୍ଟରେ ଲକ୍ଷ୍ମୀଦେବୀଙ୍କ ଶରୀରର ଅଲଗା ଅଲଗା ଖଣ୍ଡ ପଲିଥିନରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ପ୍ରମାଣ ଲୁଚାଇବାକୁ ଶରୀରକୁ କାଟି ଏମିତି କରିଥିଲେ ରାମଚନ୍ଦ୍ରପା । ହେଲେ ପୋଲିସ ପ୍ରମାଣ ଖୋଜିବାକୁ ଯାଇଁ ଜ୍ଵାଇଁ ରାମଚନ୍ଦ୍ରପାଙ୍କୁ ଗିରଫ କରିଛି । ତାଙ୍କ ସହ ବାକି ୨ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dentist killed his mother in law into 19 pieces | Argus News