Videos
|
National

ଦିନକୁ ୩୩୩ ଟଙ୍କା ଜମା କରି ପାଆନ୍ତୁ ୧୭ ଲକ୍ଷ

Ritu Das
Browse all articles by Ritu Das
·1 year ago·2 min read
ଦିନକୁ ୩୩୩ ଟଙ୍କା ଜମା କରି ପାଆନ୍ତୁ ୧୭ ଲକ୍ଷ

ଅର୍ଗସ ବ୍ୟୁରୋ: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଖର୍ଚ୍ଚ ଅଧିକ ସଞ୍ଚୟ କମ କରୁଛନ୍ତି। ଚାହିଁଲେ ବି ସଞ୍ଚୟ କରିପାରୁ ନାହାନ୍ତି। ସେହି ଲୋକମାନଙ୍କ ପାଇଁ ପୋଷ୍ଟ ଅଫିସ ଆଣିଦେଇଛି ଏକ ସୁନ୍ଦର ସ୍କିମ। ଯାହାକି ଆପଣଙ୍କ ଟଙ୍କା ସୁରକ୍ଷିତ ରଖିବା ସହ କିଛି ସୁଧ ଆକାରରେ ଆପଣଙ୍କୁ ଲାଭ ମିଳିପାରିବ।  ଏବେ ଡାକଘର ଦ୍ୱାରା ପରିଚାଳିତ ସଞ୍ଚୟ ଯୋଜନା ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଛି। ଏହା ଭିତରୁ ଗୋଟିଏ ସ୍କିମ୍ ଏମିତି ଅଛି ଏପରି ଯେଉଁଥିରେ ଆପଣ ଦୈନିକ ମାତ୍ର ୩୩୩ ଟଙ୍କା ଜମା କରି ଆପଣ ୧୭ ଲକ୍ଷରୁ ଅଧିକ ଟଙ୍କା ଜମା କରିପାରିବେ। ଆମେ କହୁଛୁ ARD ସ୍କିମ (RD)ବିଷୟରେ ଯାହା ନିବେଶକ ମାନଙ୍କୁ ବିପୁଳ ମାତ୍ରାରେ ରିଟର୍ଣ୍ଣ ଦେଇଥାଏ। 

 

ପୋଷ୍ଟ ଅଫିସର ଅନ୍ୟ ସମସ୍ତ ସଞ୍ଚୟ ଯୋଜନାଗୁଡିକ ଭଳି RD ବିନିଯୋଗରେ ମଧ୍ୟ କୌଣସି ବିପଦ ନଥାଏ। ଏଥିରେ ସରକାର ନିଜେ ବିନିଯୋଗ ଉପରେ ସୁରକ୍ଷା ନିଶ୍ଚିତ କରିଥାନ୍ତି। କିନ୍ତୁ ଏହି ଛୋଟ ସଞ୍ଚୟ ଆରଡି ଯୋଜନାରେ ବିପୁଳ ସୁବିଧା ସହିତ, ଆପଣଙ୍କୁ ପ୍ରତି ମାସରେ ସଠିକ୍ ସମୟରେ ବିନିଯୋଗ କରିବାକୁ  ପଡିବ, କାରଣ ଯଦି ଆପଣ  କୌଣସି ମାସରେ କିସ୍ତି ଦେବାକୁ ଭୁଲିଯାଆନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୧% ଜରିମାନା ଦେବାକୁ ପଡିବ। ଏବଂ ଯଦି ଆପଣ ଲଗାତାର ୪ ମାସ କିସ୍ତି ଦେଇ ନ ପାରନ୍ତି। ତେବେ ଏହି ଆକାଉଣ୍ଟ  ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯାଏ। ଏହି ଯୋଜନାର ମାଚ୍ୟୁରିଟି ଅବଧି ୫ ବର୍ଷ ଅଟେ। 
ପୋଷ୍ଟ ଅଫିସର ସର୍ବୋତ୍ତମ ଛୋଟ ସଞ୍ଚୟ ଯୋଜନାରେ ସାମିଲ ଥିବା ଏହି RD ସେଭିଂ ଖାତାରେ ଆପଣ ମାସକୁ ୧୦୦ ଟଙ୍କା ବିନିଯୋଗ କରି ଆକାଉଣ୍ଟ ଖୋଲି ପାରିବେ। ଏଥିରେ ସିଙ୍ଗଲ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିବାର ସୁବିଧା ମଧ୍ୟ ଦିଆଯାଇଛି | ଯଦି ଆମେ ସୁଧ ବିଷୟରେ କଥା ହେବା ତେବେ, ବର୍ତ୍ତମାନ ଏହି ଯୋଜନାରେ ୬.୮ ପ୍ରତିଶତ ସୁଧ ଦିଆଯାଉଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ, ଯଦି ପୋଷ୍ଟ ଅଫିସ୍ ରିକ୍ୟୁରିଙ୍ଗ୍ ଡିପୋଜିଟର ମାଚ୍ୟୁରିଟି ଅବଧି ସମାପ୍ତ ହେବା ପରେ, ତୁମେ ତୁମର ବିନିଯୋଗକୁ ୫ ବର୍ଷରୁ ଆଗକୁ ଯଦି ବଢାଇବ, ତାହେଲେ ଆପଣ ଏହି ସ୍କିମର ଲାଭ ୧୦ ବର୍ଷ ପର୍ଯ୍ୟନ୍ତ ଲାଭ କରିପାରିବେ। ବର୍ତ୍ତମାନ ୧୦ ବର୍ଷରେ ଆପଣଙ୍କ ଦ୍ୱାରା ଜମା ହୋଇଥିବା ପରିମାଣ ୧୨ ଲକ୍ଷ ଟଙ୍କା ହେବ। ତେବେ ଆପଣ ପୋଷ୍ଟ ଅଫିସ ଯାଇ ଏହି ସ୍କିମ ବିଷୟରେ ବୁଝିଦିଅନ୍ତୁ ଏବଂ ସଞ୍ଚୟ କରନ୍ତୁ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Deposit 333 rupees | Argus News