Videos
|
National

Viral Video / ରାସ୍ତାରେ ଓଲଟିଲା ଟ୍ରକ୍...ଘିଅ ପାଇଁ ଲାଗିଲା ଭିଡ଼, ଭିଡିଓ ହେଲା ଭାଇରାଲ୍

Rashmita Mishra
Browse all articles by Rashmita Mishra
·1 month ago·2 min read
ରାସ୍ତାରେ ଓଲଟିଲା ଟ୍ରକ୍...ଘିଅ ପାଇଁ ଲାଗିଲା ଭିଡ଼, ଭିଡିଓ ହେଲା ଭାଇରାଲ୍
Viral Video

Key Points

ଘିଅ ବୋହିଲା ରାସ୍ତାରେ ଲୋକେ ଲୁଟିନେଲେ ସବୁ ।
ରାସ୍ତାରେ ବୋହିଲା ଘିଅ ବାଲ୍ଟି ଧରି ଦୌଡ଼ିଲେ ଲୋକେ ।
ଟ୍ରକ୍ ଓଲଟିଲା...ଘିଅ ପାଇଁ ଲାଗିଲା ଭିଡ଼ !


ବଜାରରେ କିଲୋ ପିଛା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଶୀ ଘିଅ ଯଦି ରାସ୍ତାରେ ପାଣି ଭଳି ବୋହିବାକୁ ଲାଗେ, ତେବେ ଲୋକଙ୍କ ନଜର ପଡ଼ିବା ସ୍ୱାଭାବିକ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସହ ଆଲୋଚନା ଆରମ୍ଭ ହୋଇଛି ।

ଭାଇରାଲ ଭିଡିଓରେ ଏକ ରାସ୍ତା ଉପରେ ଘିଅ ବହୁଥିବା ଦେଖିବାକୁ ମିଳୁଛି । ଆଉ ଏହି ଘିଅକୁ ସଂଗ୍ରହ କରି ଘରକୁ ନେବା ପାଇଁ ଲୋକମାନେ ବିଭିନ୍ନ ସାମଗୀ ଧରି ଭିଡ଼ ଜମାଇଛନ୍ତି ।

ଟ୍ରକ୍ ଓଲଟିବା ପରେ ରାସ୍ତାରେ ବୋହିଲା ଘିଅ
ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏକ ଘିଅ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଟ୍ରକ୍‌ରେ ଥିବା ଘିଅ ରାସ୍ତାରେ ବୋହି ଯାଇଥିଲା । ଭିଡିଓରେ ରାସ୍ତାର ଏକ ପାର୍ଶ୍ୱରେ ଓଲଟି ପଡ଼ିଥିବା ଟ୍ରକ୍ ମଧ୍ୟ ଦେଖାଯାଉଛି ।

ଏହି ଘଟଣା ମୁରାଦାବାଦର ବୋଲି ସୋସିଆଲ ମିଡିଆରେ ଦାବି କରାଯାଉଛି । ତେବେ ଭିଡିଓର ସ୍ଥାନ ଓ ଘଟଣା ସମ୍ପର୍କିତ ଦାବିକୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯାଇଥିବା ସୂଚନା ଏଠାରେ ନାହିଁ ।

ଘିଅ ନେବାରେ ବ୍ୟସ୍ତ ଲୋକେ, ଉଠିଲା ପ୍ରଶ୍ନ
ଭିଡିଓରେ ଅନେକ ଲୋକ ନିଜ ନିଜ ସାମଗ୍ରୀରେ ଘିଅ ଭରି ନେଉଥିବା ଦେଖାଯାଉଛି । କେହି ବାଲ୍ଟି ତ କେହି ଅନ୍ୟ ପାତ୍ରରେ ଘିଅ ସଂଗ୍ରହ କରୁଛନ୍ତି । ତେବେ ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆ ୟୁଜର୍‌ମାନଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ଆସିଛି । ଦୁର୍ଘଟଣା ପରେ ଲୋକମାନେ ଘିଅ ସଂଗ୍ରହ କରିବାରେ ବ୍ୟସ୍ତ ଥିବାବେଳେ ଟ୍ରକ୍ ଚାଳକଙ୍କ ଅବସ୍ଥା ବିଷୟରେ କେହି ଚିନ୍ତା କରୁଥିବା ଭିଡିଓରେ ଦେଖାଯାଉନଥିବା ନେଇ କିଛି ୟୁଜର୍ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାକୁ ନେଇ ମାନବିକତା ଏବଂ ମାଗଣାରେ ମିଳୁଥିବା ଜିନିଷ ପ୍ରତି ଲୋଭକୁ ନେଇ ସୋସିଆଲ ମିଡିଆରେ ତର୍କ ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ
ଏହି ଭିଡିଓକୁ manish_jatav_xx_99 ନାମକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରାଯାଇଥିବା କୁହାଯାଉଛି । ଭିଡିଓଟି ଲକ୍ଷ ଲକ୍ଷ ଲୋକ ଦେଖିଥିବା ସହ ଅନେକ ୟୁଜର୍ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଥିବା ଘିଅକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଯେତିକି ଚର୍ଚ୍ଚାରେ ଅଛି, ସେତିକି ଏହି ଦୃଶ୍ୟ ମାନବିକତା ଓ ଦାୟିତ୍ୱବୋଧ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: