Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ଷମତା ନିଶାର ଚୁର୍ କେଜରିୱାଲଙ୍କୁ ଇଣ୍ଡି ମେଣ୍ଟର ସମର୍ଥନ

Manini Pattanayak
Browse all articles by Manini Pattanayak
·2 years ago·2 min read
କ୍ଷମତା ନିଶାର ଚୁର୍ କେଜରିୱାଲଙ୍କୁ ଇଣ୍ଡି ମେଣ୍ଟର ସମର୍ଥନ

 ନୂଆଦିଲ୍ଲୀ:  ମହାଅଭିଯୁକ୍ତ କେଜରିୱାଲ । ଦିଲ୍ଲୀ ଅବକାରୀ ସ୍କାମର ମୁଖ୍ୟ କାର୍ପଟଦାର କେଜରିୱାଲ । ଏକଥା ଆମେ କହୁନୁ, ଯେଉଁ ତଥ୍ୟ ବଳରେ କୋର୍ଟ କେଜରିୱାଲଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି, ସେହି ରିପୋର୍ଟରେ ଉଲ୍ଲେଖ ରହିଛି । ସମାଜସେବୀ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ନାରାକୁ ସାହାରା କରି କ୍ଷମତା ସିଂହାସନ ଅକ୍ତିଆର କରିବା ପରେ ନୀତି-ଅନୀତିର ବର୍ଣ୍ଣବୋଧ ଭୁଲିଯାଇଥିଲେ ଆପ୍ ଆଦମୀ ପାର୍ଟି ମୁଖିଆ, ଆତ୍ମଘୋଷିତ ଦିଲ୍ଲୀ ଦରବାରର ରାଜା କେଜରିୱାଲ ।   ଦିଲ୍ଲୀବାସୀଙ୍କୁ ମଦ ନିଶାରେ ବୁଡ଼ାଇ କ୍ଷମତା ଉପଭୋଗ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର ।   
ଅଭିଯୋଗ ନମ୍ବର 1
ଦିଲ୍ଲୀ ଅବକାରୀ ନୀତି 2021-22 ପ୍ରଣୟନରେ ସିଧାସଳଖ ସଂପୃକ୍ତ କେଜରିୱାଲ, ସେ ହିଁ ମୁଖ୍ୟ କାର୍ପଟଦାର
ଆଇନର ଅଣଦେଖା କରି ନୂଆ ଅବକାରୀ ନୀତି ଲାଗୁ କରିବାକୁ ଦେଇଥିଲେ ଅନୁମତି
ଅଭିଯୋଗ ନମ୍ବର 2
ଅବକାରୀ ନୀତି ନାଁରେ ବେଆଇନ ଅର୍ଥ ଆଦାୟ ପାଇଁ ସାଉଥ୍‌ ଗ୍ରୁପ ଯୋଜନା
ମନୀଷ ସିସୋଦିଆ ଓ ବିଜୟ ନାୟାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ କରୁଥିଲେ ମଧ୍ୟସ୍ଥତା 
ଅଭିଯୋଗ ନମ୍ବର 3
ବେଆଇନ ଭାବେ ବିଜୟ ନାୟାରଙ୍କୁ ଘର ଯୋଗାଇ ଦେଇଥିଲେ କେଜରିୱାଲ
ନିଜ ବାସଭବନ ନିକଟରେ କ୍ୟାବିନେଟ ମନ୍ତ୍ରୀ କୈଳାଶ ଗେହଲଟଙ୍କ ଘର ନାୟାରଙ୍କୁ ଦେଇଥିଲେ  
ଅଭିଯୋଗ ନମ୍ବର 4
2022 ଗୋଆ ନିର୍ବାଚନ ପ୍ରଚାର ପାଇଁ ସାଉଥ ଗ୍ରୁପର 45 କୋଟି ଟଙ୍କା ଖର୍ଚ୍ଚ
ଗୋଆ ନିର୍ବାଚନ ପ୍ରଚାର ପାଇଁ ନଗଦ ଆକାରରେ ଖର୍ଚ୍ଚ ପାଇଁ ନିଷ୍ପତ୍ତି
ଅଭିଯୋଗ ନମ୍ବର 5
ଗୋଆକୁ ନଗଦ ଟଙ୍କା ପଠାଇବାକୁ ନେଇଥିଲେ ଅଙ୍ଗାଡିଆ ନେଟୱର୍କର ସାହାରା 
ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ପାଇଁ ବିଜୟ ନାୟାରଙ୍କୁ ଦେଇଥିଲେ ଦାୟିତ୍ବ 

ସାଙ୍ଘାତିକ ଅଭିଯୋଗର ଲମ୍ବା ତାଲିକା ସତ୍ତ୍ବେ ନିଜକୁ ନିର୍ଦ୍ଦୋଶ କହୁଥିବା କେଜରିୱାଲଙ୍କୁ ନ୍ୟାୟଳୟରୁ ମିଳୁନି ଆଶ୍ବସ୍ତି । ଗିରଫ ପ୍ରତିବାଦରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି କେଜରିୱାଲ। ଏହାପରେବି ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଜେଲରେ ଥାଇ ରାଜ୍ୟ ଶାସନ କରୁଛନ୍ତି । ରବିବାର ଦିଲ୍ଲୀ ଜଳ ବିଭାଗ ମନ୍ତ୍ରୀ ଅତିଶୀ ମାରଲେନାଙ୍କୁ ରାଜ୍ୟବାସୀଙ୍କୁ ଜଳ ଅଭାବ ସମ୍ପର୍କରେ ସମ୍ବୋଧନ ପାଇଁ ଫାଷ୍ଟ ଅର୍ଡର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀବାସୀଙ୍କୁ ମଦ ନିଶାରେ ବୁଡ଼ାଇ, ମାଗଣା ବିଜୁଳି, ପାଣିର ଲୋଭ ଦେଖାଇ ସିଂହାସନ ଅକ୍ତିଆର କରିଥିବା କେଜରିୱାଲଙ୍କୁ ଦିଲ୍ଲୀବାସୀ କ୍ଷମା ଦେବେନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । 14 ବର୍ଷ ପୂର୍ବରୁ ଦେଶରେ ଆନ୍ନା ହଜାରେଙ୍କ ଭ୍ରଷ୍ଟାଚାର ବିରୋଧୀ ସଂଗ୍ରାମରେ ନାୟକ ସାଜିଥିବା କେଜରିୱାଲ, ସବୁଠାରୁ ବଡ଼ ଦୁର୍ନୀତିର କାର୍ପଟଦାର ବନିବା ପରେ ପିଠି ଥାପୁଡ଼ାଉଛି କଂଗ୍ରେସ । କେଜରିୱାଲଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ରାମଲୀଳା ମୈଦାନରେ ମାର୍ଚ୍ଚ 31ରେ ମହାରାଲି କରିବାକୁ ଘୋଷଣା କରିଛି ଇଣ୍ଡି ମେଣ୍ଟ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Despite a long list of charges, Kejriwal, who has pleaded not guilty, is not getting relief from the courts. | Argus News