Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ

National

ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ବିକଶିତ ଭାରତ ପାଇଁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ । ବୈଠକରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ହେଉଛି ସବୁ ଭାରତୀୟଙ୍କ ସ୍ବପ୍ନ । ଆଉ ଏହାକୁ ସାକାର କରିବା ପାଇଁ ସବୁ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଚଳିତ ଦଶନ୍ଧିରେ ଭୂ- ରାଜନୈତିକ ଓ ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ପରିବର୍ତ୍ତନ ଆସିବ । ଏଥିସହ ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏଥିରୁ ଭାରତକୁ ଭରପୁର ଫାଇଦା ଉଠାଇବାକୁ ହେଲେ ବିଦେଶୀ ପୁଞ୍ଚି ନିବେଶକଙ୍କୁ ସୁହାଇଲା ଭଳି ନୀତି ପ୍ରସ୍ତୁତ କରିବାକୁ ପଡିବ । ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ଯେଉଁ ଭିତ୍ତିଭୂମି ପଡିବାକୁ ଯାଉଛି ଏହା ହେବ ସେଥିପାଇଁ ପ୍ରଥମ ପଦକ୍ଷେପ।

ରାଷ୍ଟ୍ରପତି ଭବନରେ ହୋଇଥିବା ନିତି ଆୟୋଗର ଏହି ବୈଠକରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆହ୍ବାନ ଦେଇଛନ୍ତି । ଦେଶ ଏବେ ସଠିକ ରାସ୍ତାରେ ଯାଉଛି । ଶହେ ବର୍ଷ ଭିତରେ ଦେଖାଯାଇଥିବା କରୋନା ଭଳି ମହାମାରୀର ମୁକାବିଲା କରାଯାଇଛି । ସାରା ଦେଶରେ ଏବେ ଉତ୍ସାହ ଓ ଆତ୍ମବିଶ୍ବାସ ଭରି ରହିଛି। ବିକଶିତ ରାଜ୍ୟମାନଙ୍କ ଦ୍ବାରା ବିକଶିତ ଭାରତର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ହୋଇଥିବା ନିତି ଆୟୋଗର ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଓଡ଼ିଶାର ଦାବି ଜଣାଇଛନ୍ତି । ୨୦୩୬ରେ ଓଡିଶା ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ତେଣୁ ଆଗାମୀ ୧୦ ବର୍ଷ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିକଶିତ ଓଡିଶା ଦ୍ବାରା ବିକଶିତ ଭାରତ ପାଇଁ ଗଠନର ପଡିବ ମୂଳଦୂଆ । ଓଡିଶାରେ ୪୮୦ କିମି ଲମ୍ବର ସୁଦୀର୍ଘ ବେଳାଭୂମି ରହିଛି ।

ଏଥିପାଇଁ ଓଡ଼ିଶାରେ କୋଷ୍ଟାଲ୍ ହାଇୱେ ସହ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ଦାବି ରଖାଯାଇଛି । ଧାମରା, ଗୋପାଳପୁର ସହ ଅସ୍ତରଙ୍ଗ, ପାଲୁର, ବାହୁଦା ଓ ସୁବର୍ଣ୍ଣରେଖା ଅଂଚଳରେ ଭିତ୍ତିଭୂମି ପାଇଁ ଦାବି ହୋଇଛି । ଜାତୀୟ ହାର ତୁଳନାରେ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା କମ ରହିଛି । ରାଜ୍ୟର ପ୍ରଗତି ପାଇଁ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ବାତ୍ୟାପ୍ରବଣ ଅଂଚଳ ହୋଇଥିବାରୁ ଅଧିକ ବାତ୍ୟା ନିରୋଧୀ ସହାୟତା ଦେବାକୁ ଦାବି ରଖିଛନ୍ତି ମୋହନ ମାଝୀ । ବ୍ୟାଙ୍କ କାରବାର ବୃଦ୍ଧି ପାଇଁ ପ୍ରତି ପଞ୍ଚାୟତରେ ATM ଓ ବ୍ୟାଙ୍କ ଦାବି କରିଛନ୍ତି । ଏଥିସହ ରାଜ୍ୟରେ ସେମିକଣ୍ଡକ୍ଟର ପଲିସି ରହିଥିବାରୁ ସେମିକଣ୍ଡକ୍ଟର ହବ ପାଇଁ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଏହାଦ୍ବାରା ବିଦେଶୀ ପୁଞ୍ଚି ନିବେଶ ପାଇଁ ବିଦେଶ କମ୍ପାନୀମାନେ ଆକୃଷ୍ଟ ହେବେ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହି ଅବସରରେ ୪୫ଦିନର ଶାସନ ଭିତରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁନର୍ଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷ ରହିଥିବା ବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି । ସେପଟେ ମମତା, ହେମନ୍ତଙ୍କୁ ଛାଡ଼ି ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ କରି ବୈଠକକୁ ବର୍ଜନ କରିଥିଲେ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Developed India by 2047 in focus | Argus News