Union Budget Blueprint / ବିକଶିତ ଭାରତର ସଂକଳ୍ପ ସାକାର ପାଇଁ ବଜେଟରେ ବ୍ଲୁ ପ୍ରିଣ୍ଟ
·5 months ago·2 min read

Key Points
୫ଟି ୟୁନିଭର୍ସିଟି ଟାଉନସିପ୍ ବିକଶିତ କରାଯିବ । ଟେକ୍ନୋଲୋଜି ଓ ଇନୋଭେସନ ବିକଶିତ ଭାରତର ସବୁଠାରୁ ବଡ଼ ଇଞ୍ଜିନ। ଏଥିପାଇଁ କଣ୍ଟେଣ୍ଟ କ୍ରିଏସନକୁ ଉତ୍ସାହିତ କରିବାକୁ ଲାଗିବ ନୂଆ ସେଟଅପ୍ ।
ଚଳିତ ବଜେଟରେ ନିଯୁକ୍ତିମୁଖୀ, ଅଭିବୃଦ୍ଧି ତ୍ବରାନ୍ବିତ ପାଇଁ ଶିକ୍ଷା ଉପରେ କରାଯାଇଛି ଫୋକସ୍ । ଗତବର୍ଷ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ପରିମାଣ ୧ ଲକ୍ଷ ୩୯ ହଜାର ୨୮୯ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୫ଟି ୟୁନିଭର୍ସିଟି ଟାଉନସିପ୍ ବିକଶିତ କରାଯିବ । ଟେକ୍ନୋଲୋଜି ଓ ଇନୋଭେସନ ବିକଶିତ ଭାରତର ସବୁଠାରୁ ବଡ଼ ଇଞ୍ଜିନ। ଏଥିପାଇଁ କଣ୍ଟେଣ୍ଟ କ୍ରିଏସନକୁ ଉତ୍ସାହିତ କରିବାକୁ ଲାଗିବ ନୂଆ ସେଟଅପ୍।
ଏହାସହ ପଢ଼ନ୍ତୁ: ଏଥର ବଜେଟ୍ ରେ କେଉଁ ରାଜ୍ୟର ଶାଢ଼ି ପିନ୍ଧିଥିଲେ ନିର୍ମଳା ସୀତାରମଣ, କ’ଣ ରହିଛି ଏହି ଶାଢ଼ିର ବିଶେଷତ୍ୱ
ଭାରତର ସଂସ୍କୃତି, ଐତିହ୍ୟ ଓ ଆଧ୍ୟାତ୍ମିକ ଜ୍ଞାନକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ପ୍ରୟାସ କରାଯିବ । ୧୫ ହଜାର ସ୍କୁଲ ଓ ୫ଶହ କଲେଜରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ହେବ। ଗେମିଂ ସେକ୍ଟରରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ତିନିଟି ଲେଖାଏଁ ଏମସ୍ ଓ AIIA ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ଆଗାମୀ ୫ ବର୍ଷ ଭିତରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବ ଭାରତରେ ଗୋଟିଏ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପାଇଁ ରହିଛି ପ୍ରସ୍ତାବ ।
ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ ଓ ଗଣିତ ଶିକ୍ଷାରେ ଭାରତର ଛାତ୍ରୀମାନେ ବିଶ୍ବରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଏହାକୁ ନଜରରେ ରଖି ଦେଶର ପ୍ରତିଜିଲ୍ଲାରେ ବାଳିକା ହଷ୍ଟେଲ ପ୍ରତିଷ୍ଠା ହେବ । ଓଡିଶାରେ ୩୦ଟି ବାଳିକା ହଷ୍ଟେଲରେ ଛାତ୍ରୀମାନେ ରହି ପଢିବାର ସୁଯୋଗ ପାଇବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି । ଉଦ୍ୟୋଗ ସୃଷ୍ଟିକାରୀ, ନିଯୁକ୍ତି ଭିତ୍ତିକ ଶିକ୍ଷା ଉପରେ ବଜେଟରେ ଦିଆଯାଇଛି ଫୋକସ୍ । ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ । ସେମାନଙ୍କର ସୁପାରିସ ଆଧାରରେ ନିଆଯିବ ପଦକ୍ଷେପ ।
୨୦୪୭ ସୁଦ୍ଧା ବ୍ବୈଶିକ ଆବଶ୍ୟକତାର ପ୍ରାୟ ୧୦ ପ୍ରତିଶତ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ, ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଛି । AI ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଦେଖାଦେଇଥିବା ଚ୍ୟାଲେଂଜର ମୁକାବିଲା ପାଇଁ ନିଆଯିବ ପଦକ୍ଷେପ। ଭାରତକୁ ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢିବା ସହ ଶିକ୍ଷା କ୍ଷେତ୍ରରେ ସାରା ବିଶ୍ବ ପାଇଁ ଏକ ରୋଲ ମୋଡେଲ ପ୍ରସ୍ତୁତ କରିବାକୁ ବିଜେଟରେ ଦିଆଯଇଛି ଫୋକସ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories