Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିକାଶ ଅଧିନିୟମ 1948  ରାଜ୍ୟସଭାରେ ସଫଳତାର ସହ ପାରିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିକାଶ ଅଧିନିୟମ 1948  ରାଜ୍ୟସଭାରେ ସଫଳତାର ସହ ପାରିତ

ଅର୍ଗସ ବ୍ୟୁରୋ:  ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଭାରତର ଦ୍ରୁତ ଗତିରେ ବଢୁଥିବା ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ତୈଳ କ୍ଷେତ୍ରରେ ନିୟମାବଳୀ ଏବଂ ବିକାଶ ଅଧିନିୟମ 1948  ରାଜ୍ୟସଭାରେ ସଫଳତାର ସହ ପାରିତ ହୋଇଛି। ପେଟ୍ରୋଲିୟମ ପ୍ରଡକ୍ଟର ରିଫାଇନିଂ, ପେଟ୍ରୋଲିୟମ ଲିଜ୍ ଅନୁଦାନ ଏବଂ ସମ୍ପ୍ରସାରଣ , ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ଏକ ନୂତନ କ୍ଷେତ୍ର ପସ୍ତୁତ କରିବା ପାଇଁ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି  ।

ଏଥିରେ ପେଟ୍ରୋଲିୟମ ଲିଜ୍ ପ୍ରଣୟନ କରିବାକୁ ବିଲ୍ରେ ପ୍ରସ୍ତାବ ଦିଆଯାଇଛି ଏବଂ ଖଣିଜ ତେଲର ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି। ଏଥିରେ ଅଶୋଧିତ ତୈ ଳ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲିୟମ, କଣ୍ଡେନ୍ସେଟ୍, କୋଲ୍ ବେଡ୍ ମିଥେନ, ଅଏଲ୍ ସେଲ୍, ସେଲ୍ ଗ୍ୟାସ୍,  ଟାଇଟ୍ ଗ୍ୟାସ୍, ଟାଇଟ୍ ଅଏଲ୍ ଏବଂ ଗ୍ୟାସ୍ ହାଇଡ୍ରେଟ୍ ଅନ୍ତର୍ଭୁକ୍ତ  । ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା । ତୈଳ ଓ ଗ୍ୟାସ କ୍ଷେତ୍ରକୁ ଅଧିକ ପୁଞ୍ଜି ବିନିଯୋଗ ଏବଂ ଦୀର୍ଘ ମିଆଦି ଆବଶ୍ୟକ ବୋଲି ଏହି ବିଲ୍ ଉପରେ ହୋଇଥିବା ବିତର୍କର ଉତ୍ତରରେ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Development Act 1948 successfully passed in Rajya Sabha | Argus News