ମୋଦିଙ୍କ ନେତୃତ୍ୱରେ ଦେଶରେ ବିକାଶ ଓ ସମୃଦ୍ଧି ହେଉଛି : ଯୋଗୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶରେ ବିକାଶ ସହ ସମୃଦ୍ଧି ହେଉଛି। ଗୋରଖପୁରରେ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟର ଭୂମିପୂଜନ ଏବଂ ଶିଳାନ୍ୟାସ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଏହା ଗୋରଖପୁର ଏବଂ ପୂର୍ବ ଉତ୍ତରପ୍ରେଦଶର ପ୍ରଥମ ପଶୁ ଚିକିତ୍ସା ମହାବିଦ୍ୟାଳୟ। ଏଠାରେ ପଶୁ ଏବଂ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ସହ ଚିକିତ୍ସା କରାଯିବ ।
ଅଧିକ ପଢନ୍ତୁ : ସ୍ମାର୍ଟ ସିଟି ନୁହେଁ ଉତ୍ତରପ୍ରଦେଶର ଯୁବକ ବି ସ୍ମାର୍ଟ ହେବେ
ଏହି ମହାବିଦ୍ୟାଳୟ ସହ ନଗର ନିଗମ ଦ୍ବାରା ୫୦ ଏକର ଜାଗାରେ ବୁଲା ଗାଈଗୋରୁଙ୍କ ପାଇଁ ଏକ ଆଶ୍ରୟସ୍ଥଳ ନିର୍ମାଣ କରା। ଏହି ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ଅଧୀନରେ କାମ କରିବ। ୩୫୦ କୋଟି ଟଙ୍କାରେ ୮୦ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଏହି ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଛନ୍ତି ଯୋଗୀ।
