Videos
|
National

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିକାଶର ନୂଆ ପରିଭାଷା ଗଢ଼ିବ ଦେଶ: ନିର୍ମଳା ସୀତାରମଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିକାଶର ନୂଆ ପରିଭାଷା ଗଢ଼ିବ ଦେଶ: ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିଛନ୍ତି।ବଜେଟ୍‌ ୨୦୨୪ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ଦରଦାମ ନିୟନ୍ତ୍ରିତ ହୋଇଛି ବୋଲି ବଜେଟରେ ଉପସ୍ଥାପନ କରାଯାଇଛି। ଦେଶରେ ଡିଜିଟାଲ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ପ୍ରାୟ ୧୩୬୧ ମଣ୍ଡିଙ୍କୁ eName ଯୋଡା ଯିବା ବୋଲି ନିର୍ମଳା କହିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିକାଶର ନୂଆ ପରିଭାଷା ଗଢ଼ିବ ଦେଶ। ୭ଟି IIT, ୧୬ଟି IIIT, ୭ଟି IIM ପ୍ରତିଷ୍ଠା ହୋଇଛି।

GST ଦ୍ୱାରା ଗୋଟିଏ ଦେଶ, ଗୋଟିଏ ବଜାର ସମ୍ଭବ ହୋଇଛି। ରାଷ୍ଟ୍ରୀୟ ଶିକ୍ଷାନୀତିରେ ପରିବର୍ତ୍ତନ ଆସିଛି। ଦେଶରେ ୧୫ ଏମ୍‌ସ ଓ ୩୯୦ଟି ବିଶ୍ୱ ବିଦ୍ୟାଳୟ ଖୋଳାଯାଇଛି।ଗରିବ କଲ୍ୟାଣ ଯୋଜନାରେ DBT ମାଧ୍ୟମରେ ୩୪ ଲକ୍ଷ କୋଟି ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ। ଆମ ମନ୍ତ୍ର ଗରିବ କଲ୍ୟାଣ ହିଁ ଦେଶ କଲ୍ୟାଣ ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Development on digital infrastructure in the country in budget | Argus News