Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର

ଅର୍ଗସ ବ୍ୟୁରୋ:  ଫେରିଲେ ଫଡନଭୀସ । ପୁଣିଥରେ ମହାରାଷ୍ଟ୍ର ଶାସନ ମଙ୍ଗ ଧରିଛନ୍ତି ଦେବେନ୍ଦ୍ର ଫଡନଭୀସ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ । ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଶପଥ ନେବା ପୂର୍ବରୁ ନିଜ ମାଆଙ୍କ ଆର୍ଶୀବାଦ ନେଇଥିଲେ ଦେବେନ୍ଦ୍ର । ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ବିଜେପିର ଯୁବ ଚେହେରା । ଆସନ୍ତୁ ଜାଣିବା ଫଡନଭିସଙ୍କ ବିଷୟରେ କିଛି ଅଜଣା କଥା। ମେରା ପାନି ଉତରତା ଦେଖ୍, ମେରେ କିନାରେ ପର୍ ଘର୍ ମତ ବସା ଲେନା । ମେଁ ସମନ୍ଦର ହୁଁ, ଲୌଟକର ବାପସ୍ ଆଉଙ୍ଗାଁ । ବୋଧହୁଏ, ଖୁବ୍ କୋଚିତ୍ ରାଜନେତା ନିଜ ଭବିଷ୍ୟକୁ ନେଇ ଏମିତି କିଛି କଥା କହିପାରନ୍ତି, ଆଉ ଏମିତି କିଛି କଥାକୁ ସତ କରି ଦେଖେଇ ପାରନ୍ତି । ୨୦୧୯ର ସେ କଥା ଆଜି, ୨୦୨୪ରେ ସତ ହେଇଛି । 

ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।  ଦେବେନ୍ଦ୍ରଙ୍କ କଥା କହିବାକୁ ଗଲେ, ସେ ହେଉଛନ୍ତି ମହାରାଷ୍ଟ୍ରରେ ବିଜେପିର ସବୁଠାରୁ ବଡ଼ ନେତା, ବ୍ରାହ୍ମଣ ଚେହେରା ମଧ୍ୟ । ଆରଏସଏସ ଏବଂ ବିଜେପିର ଶୀର୍ଷ ନେତାଙ୍କ ପସନ୍ଦ ହେଉଛନ୍ତି ଦେବେନ୍ଦ୍ର । 
- ଜଣେ ରାଜନେତା ଓ ଜଣେ ମଡେଲ
-ମହାରାଷ୍ଟ୍ରରେ କିଙ୍ଗ ଓକିଙ୍ଗ ମେକର ଭାବେ ପରିଚିତ ଦେବେନ୍ଦ୍ର
-୧୯୭୦ରେ ନାଗପୁରରେ ଜନ୍ମ
-ବାପା ଗଙ୍ଗାଧର ରାଓ ଜଣେ ଆରଏସଏସ ପ୍ରଚାରକ ଥିଲେ
-ଜରୁରୀକାଳୀନ ସ୍ଥିତିରେ ବାପାଙ୍କୁ ଜେଲ ଯିବାକୁ ପଡିଥିଲା
-ଏହାପରେ ଇନ୍ଦିରା ଗାନ୍ଧୀଙ୍କୁ ନାପସନ୍ଦ କରିବା ଆରମ୍ଭ କରିଦେଇଥିଲେ।
-ଏପରିକି ସେ ପଢ଼ୁଚଥିବା ସ୍କୁଲର ନାଁ ଇନ୍ଦିରାଙ୍କ ନାଁରେ ଥିବାରୁ ସ୍କୁଲକୁ ଛାଡି ଦେଇଥିଲେ
-୧୯୯୭ରୁ ୨୦୦୧ ଯାଏ ସେ ନାଗପୁରରେ ମେୟର ଥିଲେ । 
- ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
-୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଦେବେନ୍ଦ୍ର ଫଡନାଭିସ୍‌ ।
-ଦେବେନ୍ଦ୍ର ରାଜନୀତି କରିବା ସହ ନାଗପୁରର ଏକ ପୋଷାକ ବ୍ରାଣ୍ଡ ପାଇଁ ମଡେଲିଂ କରୁଥିଲେ
- ମହାରାଷ୍ଟ୍ରରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର
- ୨୦୧୯ରୁ ୨୦୨୨ ଯାଏ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । 
-୨୦୨୨ରୁ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବେନ୍ଦ୍ର ଫଡନାଭିସ ।

୫୪ ବର୍ଷିୟ ଫଡନାଭିସ ଏବଂ ତାଙ୍କ ପରିବାରର ୧୩ କୋଟି ୨୭ ଲକ୍ଷ ୪୭ ହଜାର ୭୨୮ ମୂଲ୍ୟର ଚଳନ ତଥା ଅସ୍ଥାବର ସମ୍ପତ୍ତି ରହିଛି। ଫଡନଭିସ ତାଙ୍କ ନାମରେ ୫୬,୦୭,୮୬୭ ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ନାମରେ ୬,୯୬,୯୨,୭୪୮ ଟଙ୍କା ଏବଂ ତାଙ୍କ ଝିଅ ନାମରେ ୧୦,୨୨,୧୧୩ ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେବେନ୍ଦ୍ର ଫଡନାଭିସ ସରସ୍ୱତୀ ବିଦ୍ୟାଳୟରେ ପାଠ ପଢିଥିଲେ । ଯାହା ପରେ ସେ ନାଗପୁରର ଧର୍ମପିଠ ଜୁନିଅର କଲେଜରେ ପଢିଥିଲେ । ପରେ ସେ ନାଗପୁରର ସରକାରୀ ଆଇନ କଲେଜରୁ LLB ଡିଗ୍ରୀ ହାସଲ କରିଥିଲେ। ଏହା ପରେ, ଫଡନାଭିସ୍ ବ୍ୟବସାୟ ଆରମ୍ଭ କରିଥିଲେ । DSE- ଜର୍ମାନ ଫାଉଣ୍ଡେସନରୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଡିପ୍ଲୋମା ହାସଲ କରିଥିଲେ । ଫଡନାଭିସ୍ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ 22 ବର୍ଷ ବୟସରେ ନାଗପୁରର ସର୍ବ କନିଷ୍ଠ ମେୟର ହୋଇ ଇତିହାସ ସୃଷ୍ଟି କରିଥିଲେ।

 

Sponsored
devendra fadnavis life story | Argus News