ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାବିସ୍, କାଲି ନେବେ ଶପଥ

ଅର୍ଗସ ବ୍ୟୁରୋ: ତୁଟିଲା ମୁଖ୍ୟମନ୍ତ୍ରୀ ଅଡୁଆ । ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାବିସ। ଫଡନାବିସଙ୍କ ନାମରେ ଆଜି ଲାଗିଲା ମୋହର । ବିଜେପି ଏବଂ ମହାୟୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପିର କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ନାମରେ ମୋହର ବାଜିଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ରହିଛି । ୧୨ଦିନ ଧରି ଲାଗି ରହିଥିବା ସିଏମ ସସପେନ୍ସ ଉପରେ ଆଜି ପରଦା ହଟିଛି ।
ପ୍ରକାଶଥାଉକି, ଆଜି ସକାଳୁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଫଡନାବିସଙ୍କ ନାମ ଉପରେ ମୋହର ବାଜିଥିଲା। ବୈଠକ ପୂର୍ବରୁ ହିଁ ଫଡନାବିସ ରେସରେ ଆଗରେ ରହିଥିଲେ । ମଙ୍ଗଳବାର ଦିନ ସେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ମୁମ୍ବାଇର ଆଜାଦ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିଲା ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନାମ ଘୋଷଣା କରାଯାଇ ନାହିଁ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ ବିଭାଗ ବଣ୍ଟନ ହୋଇପାରେ । ତେବେ କାହାକୁ କେତେ ମନ୍ତ୍ରୀ ପଦ ମିଳିବ ତାହା ଦେଖିବାକୁ ବାକି ରହିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର