Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି

Ritu Das
Browse all articles by Ritu Das
·1 year ago·1 min read
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି

ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟା ନାହିଁ। ଜଣଙ୍କ ଘରେ ବି ତାଲା ପଡ଼େନି। ଏହି ଗାଁରେ ଗୋଟିଏ ବି ସିମେଣ୍ଟ ଘର ନାହିଁ। କେଉଁ ବି ଘରର ଛାତ ନାହିଁ। ସବୁଠୁ ଆଶ୍ଚର୍ଯ୍ୟକର କଥା ଏଠାକାର ବାସୀନ୍ଦା ମଦ କିମ୍ବା ଆମିଷକୁ ହାତ ମାରନ୍ତିନି। ଏମିତିକି ଜଳାହୁଏନି କେବେ ନିମ୍ବ କାଠ କିମ୍ବା କିରାସିନ।

ବର୍ତ୍ତମାନ ଏହି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ଗାଁଟି ହେଉଛି ରାଜସ୍ଥାନର ବେୱର ଜିଲାର ଦେବମାଲି ଗାଁ। ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି।  ଗାଁଟିର ନାଁ ଆରାଧ୍ୟ ଦେବତା ପ୍ରଭୁ ଦେବନାରାୟଣଙ୍କ ନାମ ଅନୁସାରେ ନାମକରଣ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଗାଁ ବେଶ ଲୋକପ୍ରିୟ। ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଆଧାରରେ ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ସମ୍ମାନ ପ୍ରଦାନ କରାଯାଉଛି। 

ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ଦ୍ୱାରା ଦେବମାଲିର ଐତିହାସିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ ବୋଲି ଦିୟା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 


 

Sponsored
Devmali is | Argus News