ମାତା ଶବରୀଙ୍କ ପାଖରୁ ଆସିଲା ବରକୋଳି

ନୂଆଦିଲ୍ଲୀ: ଆସୁଛନ୍ତି ରାମ। ପ୍ରଭୁ ରାମଙ୍କ ପାଇଁ ଆସିଲା ବାଡି ବରକୋଳି। ମାତା ଶବରୀଙ୍କ ପାଖରୁ ଆସିଛି ଶ୍ରୀରାମଙ୍କ ପାଇଁ ବାଡି ବରକୋଳି। ତ୍ରେତୟାରେ ମା ଶବରୀ ଏହି ବରକୋଳି ଦେଇ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଆତିଥ୍ୟ ସତ୍କାର କରିଥିଲେ। ପ୍ରଭୁ ଆସୁଛନ୍ତି ଅଯୋଧ୍ୟା ଆଉ ମାତା ଶବରୀଙ୍କ ବରକୋଳି କେମିତି ଆସିବନି । ଛତିଶଗଡ ଶବରି ନାରାୟଣ ଧାମରୁ ମିଠା ବରକୋଳି ସହିତ ଆସିଛି ଏକ ଅଦ୍ଭୂତ ବରଗଛ। ଯେଉଁ ବରଗଛରେ ଏବେ ବି ଠୁଲି ବା ଦନା ଭଳି ପତ୍ର ହେଉଛି। ସେତେବେଳେ ମାତା ଶବରୀଙ୍କ ପାଖରେ ପ୍ରଭୁଙ୍କୁ ଦେବା ପାଇଁ ପାତ୍ର ନଥିଲା। ପତ୍ର ଗୁଡିକ ଆପେ ଆପେ ଏପରି ଦନା ଆକୃତି ହୋଇଯାଇଥିଲା। ଆଜି ମଧ୍ୟ ସେହିପରି ଗଛ ମା ଶବରୀ ନାରାୟଣ ଧାମରେ ଅଛି।
ସେହି ଗଛ ମଧ୍ୟରୁ ଗୋଟିଏ ଗଛ ବରକୋଳି ସହ ଆସିଛି ଅଯୋଧ୍ୟା। ଏହି ଗଛକୁ ଅଯୋଧ୍ୟାରେ ଲଗାଇବା ପାଇଁ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଅପିଲ କରି ଅନୁରୋଧ କରିବୁ ବୋଲି କହିଛନ୍ତି ଛତିଶଗଡରୁ ଆସିଥିବା ଭକ୍ତ। ତେବେ ୧୭ ଜଣ ଭକ୍ତଙ୍କ ଏକ ଟିମ ଏହି ଭାର ଆଣି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆସନ୍ତାକାଲି ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା। ବର୍ଷ ବର୍ଷର ଅପେକ୍ଷା ହେବ ଶେଷ। ଦେଶକୁ ମିଳିବ ତାର ପ୍ରାଣ। ଅଯୋଧ୍ୟାରେ ବିରାଜମାନ କରିବେ ପ୍ରଭୁ ରାମଚନ୍ଦ୍ର। ଐତିହାସିକ ତାରିଖ ହେବ ଜାନୁଆରୀ ୨୨.. ରାତିପାହିଲେ ରାମମୟ ହେବ ସାରା ଦେଶ।
ଅଧିକ ଦେଖନ୍ତୁ :
