Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indigo Airlines / ଇଣ୍ଡିଗୋ ବିରୋଧରେ ବଡ଼ ଆକ୍ସନ ନେଲେ ମୋଦି ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଇଣ୍ଡିଗୋ ବିରୋଧରେ ବଡ଼ ଆକ୍ସନ ନେଲେ ମୋଦି ସରକାର
Indigo Airlines

Key Points

ଇଣ୍ଡିଗୋ ଏୟାରଲାଇନ୍ସ ବିଶୃଙ୍ଖଳା ପରେ ବିମାନ ଭଡ଼ା ଉପରେ ସରକାରୀ ନିୟନ୍ତ୍ରଣର ଲକ୍ଷ୍ୟ ନେଇ ଲୋକସଭାରେ ଆଲୋଚନା କରାଯାଇଛି ।

ଇଣ୍ଡିଗୋ ଏୟାରଲାଇନ୍ସର ବଡ଼ ଧରଣର ବିମାନ ବାତିଲ୍ ଓ ବିଶୃଙ୍ଖଳା ଘଟଣାକୁ ନେଇ ମୋଦି ସରକାର ଙ୍କ କଡା କାର୍ଯ୍ୟାନୁଷ୍ଠାନ.. ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଡିସେମ୍ବର ୧୨ ତାରିଖରେ ଚାରି ଜଣ ଫ୍ଲାଇଟ୍ ଅପରେସନ୍ ଇନ୍ସପେକ୍ଟର ଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ଋଷି ରାଜ ଚାଟାର୍ଜୀ ,ସୀମା ଝମନାନୀ, ଅନିଲ କୁମାର ପୋଖରିଆଲ୍ ଏବଂ ପ୍ରିୟମ କୌଶିକ । ଏହି FOI ମାନେ ବିମାନ ସେବାଗୁଡ଼ିକର କ୍ରୁ ଆବଶ୍ୟକତା ଏବଂ ପରିଚାଳନାଗତ ପ୍ରସ୍ତୁତି ଉପରେ ନଜର ରଖିବା ପାଇଁ ଦାୟୀ।

ଇଣ୍ଡିଗୋରେ ହୋଇଥିବା ବ୍ୟାପକ ବିଶୃଙ୍ଖଳା ସମୟରେ ସେମାନେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନଥିବାରୁ ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପ୍ରାୟ ନଅ ଦିନ ମଧ୍ୟରେ ଇଣ୍ଡିଗୋର ୪,୦୦୦ରୁ ଅଧିକ ଉଡ଼ାଣ ବାତିଲ୍ ହେବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ତେବେ ଉଡ଼ାଣ ବାତିଲ୍ ପରେ ଗୁରୁତର ପ୍ରଭାବିତ ଯାତ୍ରୀଙ୍କୁ ଇଣ୍ଡିଗୋ ପକ୍ଷରୁ ୧୦,୦୦୦ର ଭାଉଚର ପ୍ରଦାନ କରାଯାଇଛି । ଏହା ସହିତ ଇଣ୍ଡିଗୋ ଏୟାରଲାଇନ୍ସ ବିଶୃଙ୍ଖଳା ପରେ ବିମାନ ଭଡ଼ା ଉପରେ ସରକାରୀ ନିୟନ୍ତ୍ରଣର ଲକ୍ଷ୍ୟ ନେଇ ଲୋକସଭାରେ ଆଲୋଚନା କରାଯାଇଛି ।

ଅନ୍ୟପଟେ ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡ଼ାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ କରାଯାଇଛି। ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୫୩ ଓ ଅବତରଣ କରିବାକୁ ଥିବା ୫୨ଟି ବିମାନକୁ ବାତିଲ କରାଯାଇଛି।

ସେହିପରି ବେଙ୍ଗାଲୁରୁରେ ୨୩ଟି ଉଡାଣ ଓ ୩୧ଟି ଅବତରଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ଡିସେମ୍ବର ୯ ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବା ନେଇ ଇଣ୍ଡିଗୋ ଦାବି କରିଥିବା ବେଳେ ୧୨ ତାରିଖ ସକାଳୁ ପୁଣି ଥରେ ବିମାନ ବାତିଲ ଭଳି ସଂକଟ ସୃଷ୍ଟି ହୋଇଛି। ଡିସେମ୍ବର ୨ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ପରିଚାଳନା ବ୍ୟବସ୍ଥାରେ ବିଭ୍ରାଟ ଦେଖାଯାଇଥିଲା। ପାଇଲଟ୍ ଓ କର୍ମଚାରୀ ଅଭାବ କାରଣରୁ ଏକ ସପ୍ତାହ ଧରି ଏୟାରଲାଇନ୍ସର ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।

ସପ୍ତାହ ମଧ୍ୟରେ ଇଣ୍ଡି​ଗୋ ଏୟାରଲାଇନ୍ସ ଏହାର ୪୨୯୦ଟି ଘରୋଇ ବିମାନ ଓ ୬୪ଟି ଆନ୍ତର୍ଜାତିକ ବିମାନ ଉଡାଣ ଓ ଅବତରଣକୁ ବାତିଲ କରିଥିଲା। ଏହାଦ୍ବାରା ଲକ୍ଷଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ। ଏହି ଘଟଣା ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଥିଲା। ସରକାର ଏୟାରଲାଇନ୍ସ ଉପରେ ବାରମ୍ବାର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ। ଯାତ୍ରୀଙ୍କୁ ଟିକସ ଅର୍ଥ ଓ ଲଗେଜ ଫେରାଇବା ପାଇଁ ସରକାର ନିର୍ଦେଶ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Indigo Airlines | DGCA terminates 4 IndiGo officials responsible for overseeing airline safety & ops | Argus News