DGMOଙ୍କ ପ୍ରେସ୍ମିଟ୍ ; 100 ରୁ ଅଧିକ ଆତଙ୍କୀ ନିପାତ

‘ଅପରେସନ ସିନ୍ଦୂର’ ନେଇ DGMOଙ୍କ ପ୍ରେସ୍ମିଟ୍ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍ କରାଯାଇଛି । ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସ୍ପଷ୍ଟ କରାଯାଇଛି । ଭିଡିଓ ଦେଖାଇ ଏହାର ପ୍ରମାଣ ରଖିଛନ୍ତି ।
#WATCH | Delhi: #OperationSindoor | On being asked about the loss of lives to the Pakistan Army, DGMO Lieutenant General Rajiv Ghai says "...I mentioned 35-40 on the Line of Control and please remember that once Operation Sindoor was launched, the responses of the Pakistan Army… pic.twitter.com/nZmCZhqpYo
— ANI (@ANI) May 11, 2025
ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି । ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି ବୋଲି କୁହାଯାଇଛି । କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା ।
୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି । କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍ ଏବଂ ମୁଦାସିର ଅହମ୍ମଦ ଅପରେସନ ସିନ୍ଦୂରରେ ନିପାତ ହୋଇଥିବା ସୂଚନା ଦେଇଛନ୍ତି । କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ ।
📱 Get Argus News App
✨ସେହିପରି ୪୦ ପାକ୍ ସେନା ମରିଥିବା ନେଇ ସୂଚନା ଦେଇଛନ୍ତି । ୩୫ ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO । ମେ ୭ରୁ ୧୦ ମଧ୍ୟରେ ଅପରେସନରେ ମରିଥିବା ନେଇ DGMO ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମେ ପାକିସ୍ତାନୀ DGMO ଫୋନ୍ କରିଥିଲେ କହିଲେ ସ୍ଥଳସେନା DGMO । ୧୦ ତାରିଖ ୩ଟା ୩୫ରେ ମୋତେ ଫୋନ୍ କରିଥିଲେ । ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଆଲୋଚନା ପରେ ସହମତି ହୋଇଥିଲା । ୧୨ ତାରିଖ ୧୨ଟାରେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି ବୋଲି କୁହାଯାଇଛି ।
ଯୁଦ୍ଧରେ କେଉଁ ଅସ୍ତ୍ର ବ୍ୟବହାର ହୋଇଛି ପଚାରିବାରୁ ସେନେଇ ସୂଚନା ଦିଆଯିବନି ବୋଲି DGMO କହିଛନ୍ତି । ଅପରେସନରେ କେଉଁ ଅସ୍ତ୍ର ବ୍ୟବହାର ହୋଇଛି କୁହାଯିବନି । କେବଳ ଟାର୍ଗେଟ ହିଟ୍ ଆମ ଲକ୍ଷ୍ୟ ଥିଲା । ଅପରେସନ ଦୃଷ୍ଟିରୁ ଏହାକୁ ଗୁପ୍ତରେ ରଖାଯାଇଛି ବୋଲି କହିଛନ୍ତି DGMO ।